ଦଶପଲ୍ଲାରୁ ପୁରୀ ପଠାଗଲା ୫୧ ଖଣ୍ଡ ରଥକାଠ

ନୟାଗଡ ଅଫିସ/ଦଶପଲ୍ଲା(ଡି.ଏନ.ଏ.),୧୮ା୨: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ୨ୟ ପର୍ଯ୍ୟାୟରେ ୫୧ଖଣ୍ଡ ରଥକାଠ ସୋମବାର ଦଶପଲ୍ଲା ବନାଞ୍ଚଳରୁ ଦୁଇଟି ଟ୍ରକରେ ପୁରୀ ପଠାଯାଇଛି। ଚଢ଼େୟାପଲ୍ଲୀ ସଂରକ୍ଷିତ ଜଙ୍ଗଲରୁ ୩୦ ଖଣ୍ଡ ଓ ପୋଖରୀଗୋଛା ସଂରକ୍ଷିତ ଜଙ୍ଗଲରୁ ୨୧ ଖଣ୍ଡ କାଠ ସଂଗ୍ରହ କରାଯାଇଥିଲା। ଏଥିମଧ୍ୟରେ ୨୦ ଫୁଟର ଧଉରାକାଠ ୭ ଖଣ୍ଡ, ୨୦ ଫୁଟର ଅସନ ୮ଖଣ୍ଡ, ୧୨ ଫୁଟର ଧଉରା ୧୯ଖଣ୍ଡ, ୧୨ ଫୁଟର ଅସନ ୧୭ଖଣ୍ଡ ରହିଛି। ଡେପୁଟି ରେଞ୍ଜର ନିଖିଳେଶ ମଲ୍ଲିକଙ୍କ ନେତୃତ୍ୱରେ ଫରେଷ୍ଟର ମନୋଜ ପ୍ରଭାକର ସାହୁ, ରାକେଶ ସାହୁ, ସୁରେଶ ସାହୁ, ବନରକ୍ଷୀ ବିନୟ ରାଉତ, ନାରାୟଣ ମହାରଣା, ସଞ୍ଜୟ ବେହେରା ପ୍ରମୁଖ କାଠ କଟାରେ ସହଯୋଗ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୫୩ ଖଣ୍ଡ କାଠ ପୁରୀ ପଠାଯାଇଥିଲା। ରଥ ତିଆରି ପାଇଁ ୩୧୭ ଖଣ୍ଡ କାଠ ପୁରୀ ପଠାଯିବାକୁ ସ୍ଥିର ହୋଇଛି। ଦୁଇ ପର୍ଯ୍ୟାୟରେ ୧୦୪ ଖଣ୍ଡ ଯାଇଥିବାବେଳେ ଆଉ ୨୧୩ ଖଣ୍ଡ ଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହୁମାଛି ଆକ୍ରମଣରେ ଯୁବକଙ୍କ ପ୍ରାଣଗଲା, ୨ ଗୁରୁତର

କପ୍ତିପଦା,୧୦ା୬(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମାଙ୍କଡ଼ପଡ଼ା ପଞ୍ଚାୟତ ଅନ୍ତର୍ଗତ ଚେମଚଟା ଗ୍ରାମରେ ମଙ୍ଗଳବାର ମହୁମାଛି ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିତ୍ବା ବେଳେ ଅନ୍ୟ...

ପୁରାତନ ଛାତ୍ର ସଂସଦ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

କୋଣାର୍କ,୨୮।୪(ଡି.ଏନ୍‌.ଏ.): କୋଣାର୍କସ୍ଥିତ କୋଣାର୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦିଲୀପ କୁମାର ଦାସ, ବିଜୟ ରାୟ ଓ କୈଳାସ ଚନ୍ଦ୍ର ରାୟଙ୍କ ଆର୍ଥତ୍କ ପ୍ରୋତ୍ସାହନ ଓ ପ୍ରେରଣାରେ...

ବିଜୟ ମହାନ୍ତିଙ୍କ ବିୟୋଗ ଏକ ଯୁଗର ଅନ୍ତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୭(ବ୍ୟୁରୋ)- ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ କହିଛନ୍ତି ଯେ...

ଥାନାରେ ପାରମ୍ପରିକ ଦଶହରା ପର୍ବ ପାଳନ, ମହୁଲି ମଦ ସହ ପହଞ୍ଚିଲା ଛେଳି

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ.):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଶାରଦୀୟ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଏହି ଅବସରରେ ଦାରିଙ୍ଗବାଡ଼ି ଏବଂ ସିମନବାଡ଼ିଠାରେ ସ୍ବତନ୍ତ୍ର ପୁଜାମଣ୍ଡପ କରାଯାଇ ମା’ଦୁର୍ଗାଙ୍କ...

ବିକ୍ଷୋଭ ପରେ ଘୁଞ୍ଚିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରୀକ୍ଷା

ଭୁବନେଶ୍ୱର, ୯।୬(ବ୍ୟୁରୋ): ଛାତ୍ରୀଙ୍କ ବିକ୍ଷୋଭ ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଷଷ୍ଠ ସେମିଷ୍ଟର ପରୀକ୍ଷାକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଛାତ୍ରୀଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା...

ଯେଉଁଠି ଚାକିରି ସେଇଠି ଅବସର: ଜୋର୍‌ ଧରିଲା ବଦଳି ଦାବି

ବାଲିଗୁଡ଼ା,୪।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ରହି ଆସୁଥିଲେ ମଧ୍ୟ ସେମାନଙ୍କର...

ଭଣ୍ଡାରିପୋଖରୀର ୩ କ୍ୱାରାଣ୍ଟାଇନ ସେଣ୍ଟରରୁ ୨୦ ଜଣଙ୍କ ସ୍ବାବ ସଂଗ୍ରହ

ଭଣ୍ଡାରିପୋଖରୀ,୨୩।୫ (ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ତିନୋଟି ସଙ୍ଗରୋଧ କେନ୍ଦ୍ରରୁ କରୋନା ଲକ୍ଷଣ ଥିବା ୨୦ ପ୍ରବାସୀଙ୍କ ସ୍ବାବ ସଂଗ୍ରହ କରାଯାଇଛି। ମାଳଦା ପଞ୍ଚାୟତ...

ଭାଲୁ ମୁହଁରୁ ଉଦ୍ଧାର ହେଲା ମୃତଦେହ

ନବରଙ୍ଗପୁର,୯ା୧(ବି.ପ୍ର.)- ଜଙ୍ଗଲକୁ ଶାଳପତ୍ର ଓ ଦାନ୍ତ କାଠି ଆଣିବାକୁ ଜଣେ ବୃଦ୍ଧା ଯାଇଥିବା ବେଳେ ଭାଲୁ ହାବୁଡରେ ପଡିଥିଲେ। ଭାଲୁ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା।...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *