Posted inଖେଳ

ଦଶନ୍ଧିର ଶ୍ରେଷ୍ଠ ୫ କ୍ରିକେଟର୍‌ ତାଲିକାରେ କୋହଲି

ଲଣ୍ଡନ, ୨୬।୧୨- ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ ସମ୍ମାନର ଅଧିକାରୀ ହୋଇଛନ୍ତି। କ୍ରିକେଟର ବାଇବେଲ୍‌ ଭାବେ ପରିଚଳିତ ‘ଓ୍ବିଜଡେନ’ ପତ୍ରିକା ପକ୍ଷରୁ ଗୁରୁବାର ପ୍ରକାଶିତ ଦଶନ୍ଧିର ଶ୍ରେଷ୍ଠ-୫ କ୍ରିକେଟର୍‌ ତାଲିକାରେ କୋହଲି ସ୍ଥାନ ପାଇବାର ଗୌରବ ଲାଭ କରିଛନ୍ତି। ଏକମାତ୍ର ଭାରତୀୟ ଭାବେ ସେ ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇଛନ୍ତି। ‘ଓ୍ବିଜଡେନ’ ପକ୍ଷରୁ ଘୋଷିତ ଏହି ତାଲିକାରେ ସ୍ଥାନ ପାଇଥିବା ଆଉ ୪ କ୍ରିକେଟର୍‌ ହେଲେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍‌, ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ୍‌ ଷ୍ଟେଇନ, ଏବି ଡି ଭିଲର୍ସ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ଏଲିସେ ପେରୀ।
୧୦ ବର୍ଷ ମଧ୍ୟରେ କୋହଲି ଅନ୍ତର୍ଜାତୀୟସ୍ତରରେ ଅନ୍ୟମାନଙ୍କ ଅପେକ୍ଷା ୫,୭୭୫ ରନ୍‌ ଅଧିକ ସ୍କୋର କରିଛନ୍ତି। ଯାହା କୋହଲିଙ୍କୁ ଗତ ଦଶନ୍ଧିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ କରୁଛି। ସେହିଭଳି ନିକଟରେ ‘ଓ୍ବିଜଡେନ’ ପକ୍ଷରୁ ଘୋଷଣା କରାଯାଇଥିବା ଦଶନ୍ଧିର ଟେଷ୍ଟ ଟିମ୍‌ର ଅଧିନାୟକ ଭାବେ ୩୧ ବର୍ଷୀୟ କୋହଲିଙ୍କୁ ନିଯୁକ୍ତ କରାଯାଇଥିଲା। ସେହିଭଳି ଓ୍ବିଜଡେନ ଦିନିକିଆ ଦଳରେ ମଧ୍ୟ କୋହଲିଙ୍କୁ ସ୍ଥାନ ମିଳିଥିଲା। ‘ସେ ପ୍ରତିଭାଶାଳୀ ଖେଳାଳି। ୨୦୧୪ରେ ଇଂଲଣ୍ଡ ଗସ୍ତଠାରୁ ଚଳିତ ବର୍ଷ ନଭେମ୍ବରରେ ବାଂଲାଦେଶ ବିପକ୍ଷରେ କୋଲକାତାରେ ଖେଳାଯାଇଥିବା ୨ୟ ଟେଷ୍ଟ ପର୍ଯ୍ୟନ୍ତ କୋହଲି ୬୩ ଆଭରେଜରେ ୨୧ ଶତକ ଓ ୧୩ ଅର୍ଦ୍ଧଶତକ ହାସଲ କରିଛନ୍ତି’ ବୋଲି ଓ୍ବିଜଡେନ ପକ୍ଷରୁ କୁହାଯାଇଛି। ‘ଅନ୍ତର୍ଜାତୀ କ୍ରିକେଟ୍‌ର ୩ଟି ଯାକ ଫର୍ମାଟ୍‌ରେ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ସେ ୫୦ରୁ ଊର୍ଦ୍ଧ୍ୱ ଆଭରେଜରେ ରନ୍‌ ସଂଗ୍ରହ କରିଛନ୍ତି। ନିକଟରେ କୋହଲିଙ୍କ ପରି ବ୍ୟାଟ୍ସମ୍ୟାନ କେହି ନାହାନ୍ତି ବୋଲି ଷ୍ଟିଭ ସ୍ମିଥ୍‌ ମଧ୍ୟ ଟିପ୍ପଣୀ ଦେଇଥିଲେ’ ବୋଲି ଓ୍ବିଜଡେନ୍‌ ଉଲ୍ଲେଖ କରିଛି। ଓ୍ବିଜଡେନ ଅନୁସାରେ, ସଚିନ ତେନ୍ଦୁଲକରଙ୍କ ଅବସର ପରେ ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିୟର ଅବସାନ ଆଡ଼କୁ ଗତି କରୁଥିବାବେଳେ ବିଶ୍ୱରେ ଏହିଭଳି ଜଣେ କ୍ରିକେଟର୍‌ ନାହିଁ ଯିଏକି ପ୍ରତିଦିନ କୋହଲିଙ୍କ ପରି ଚାପରେ ଖେଳୁଥିବା।
ଦଶନ୍ଧିରେ କୋହଲି ଟେଷ୍ଟ କ୍ରିକେଟ୍‌ରେ ୭,୨୦୨ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୨୭ ଶତକ ସାମିଲ ରହିଛି। ସେହିଭଳି ସୀମିତ ଓଭର କ୍ରିକେଟ୍‌ରେ ମଧ୍ୟ କୋହଲି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଦିନିକିଆରେ ସେ ୧୧,୧୨୫ ରନ ଏବଂ ଟି୨୦ରେ ୨,୬୩୩ ରନ ସଂଗ୍ରହ କରିଛନ୍ତି। ପ୍ରତ୍ୟେକ ଫର୍ମାଟ୍‌ରେ ୫୦ରୁ ଊର୍ଦ୍ଧ୍ୱ ଆଭରେଜରେ ଖେଳୁଥିବା କୋହଲି ବର୍ତ୍ତମାନ ସୁଦ୍ଧା ୭୦ ଅନ୍ତର୍ଜାତୀୟ ଶତକ ହାସଲ କରିସାରିଛନ୍ତି। ଅନ୍ତର୍ଜାତୀୟସ୍ତରରେ ସର୍ବାଧିକ ଶତକ ହାସଲ କରିବା ତାଲିକାରେ ସେ ସଚିନ ତେନ୍ଦୁଲକର (୧୦୦) ଓ ରିକି ପଣ୍ଟିଂ (୭୧)ଙ୍କ ପଛକୁ ୩ୟ ସ୍ଥାନରେ ରହିଛି। ସେହିଭଳି ଅନ୍ତର୍ଜତୀୟ କ୍ରିକେଟ୍‌ରେ ୩ଟି ଯାକ ଫର୍ମାଟ୍‌କୁ ମିଶାଇ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ସଚିନ (୩୪,୩୫୭) ଓ ପଣ୍ଟିଂ (୨୭,୪୮୩) ପଛକୁ ବିରାଟ (୨୧,୪୪୪) ୩ୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରିକ୍ୱାର୍ଟରରେ ଲିଭରପୁଲ, ଚେଲସି

ପ୍ୟାରିସ,୧୧।୧୨- ଚଳିତ ସିଜନର ୟୁଏଫା ଚାମ୍ପିୟନ୍ସଲିଗ୍‌ର ପ୍ରି-କ୍ୱାର୍ଟର ଫାଇନାଲରେ ଲିଭରପୁଲ ଓ ଚେଲସି ସ୍ଥାନ ପକ୍କା କରିଛନ୍ତି। ଅନ୍ୟପକ୍ଷରେ ଆଜାକ୍ସ ଓ ଇଣ୍ଟର ମିଲନ ଭଳି...

କରୋନା ଆକ୍ରାନ୍ତ ହେଲେ ଏହି କ୍ରିକେଟର୍‌ଙ୍କ ବାପା

ଢାକା, ୨୦।୯: ବାଂଲାଦେଶ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସାନଙ୍କ ବାପା ମସହରୁର୍‌ ରେଜା କୁତିଲ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି। ନିକଟରେ ମସହରୁରଙ୍କୁ...

ସାଉଥ୍‌ ଏସିଆନ ଗେମ୍ସ: ରେକର୍ଡ ପଦକ ଜିତିଲା ଭାରତ

କାଠମାଣ୍ଡୁ, ୧୧ା୧୨ (ପି.ଟି.)- ସାଉଥ୍‌ ଏସିଆନ ଗେମ୍ସ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ଆଞ୍ଚଳିକ ବହୁବିଧ ସ୍ପୋର୍ଟିଂ ଇଭେଣ୍ଟରେ ଭାରତ ସର୍ବାଧିକ ମୋଟ ୩୧୨ ପଦକ...

ନଟ୍ଟିଂହାମଶାୟର ସହ ଅଶ୍ୱିନଙ୍କ ଚୁକ୍ତି

ନୂଆଦିଲ୍ଲୀ, ୨୩।୫- ପ୍ରମୁଖ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କାଉଣ୍ଟି କ୍ରିକେଟ୍‌ କ୍ଲବ ନଟ୍ଟିଂହାମଶାୟର ସହ ଚୁକ୍ତି କରିଛନ୍ତି। ଜୁନ୍‌ରେ ସେ ନଟ୍ଟିଂହାମଶାୟର ଦଳ ସହ...

ଓ୍ବାର୍ନର ସନରାଇଜର୍ସ ହାଇଦ୍ରାବାଦ ଦଳର ଅଧିନାୟକ

ମୁମ୍ବାଇ,୨୭ା୨- ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱରେ ପରିବର୍ତ୍ତନ କରିଛି। ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲୟମସନଙ୍କୁ ହଟାଇ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ପୁଣି...

ତାଇଓ୍ବାନ ଏକାଡେମୀରେ ଯୋଗଦେଲେ ସିନ୍ଧୁଙ୍କ କୋଚ୍‌

ପୁଣେ,୧୫।୧୧- ପି. ଭି. ସିନ୍ଧୁ ବିଶ୍ୱ ଚାମ୍ପିୟନଶିପ ସ୍ବର୍ଣ୍ଣ ପଦକ ଜିତିବା ପରେ ଭାରତ ଛାଡ଼ିଥିବା କୋରିଆନ ବ୍ୟାଡ୍‌ମିଣ୍ଟନ କୋଚ୍‌ କିମ ଜି ହ୍ୟୁନ ପୁଣେ...

କଳିଙ୍ଗ ଇତିହାସରେ ନୂଆ ଫର୍ଦ୍ଦ

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମ ହକି ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଫର୍ଦ୍ଦ। ପୂର୍ବରୁ ଏଠାରେ ହକି ବିଶ୍ୱକପଠାରୁ ଆରମ୍ଭ କରି ପୁରୁଷ ବିଭାଗର...

ପଞ୍ଜାବରେ କବାଡ଼ି ବିଶ୍ୱକପ୍‌

ଚଣ୍ଡିଗଡ଼, ୧୩।୧୧ (ପି.ଟି.):୨୦୧୯ କବାଡ଼ି ବିଶ୍ୱକପ୍‌ ପଞ୍ଜାବରେ ଅନୁଷ୍ଠିତ ହେବ। ଡିସେମ୍ବର ୧ରୁ ୯ ତାରିଖ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ। ସେହିଭଳି ଶିଖ୍‌ ଗୁରୁ...

Coronavirus Update

Archives

Model This Week

Why Dharitri