Posted inଖେଳ

ଦଳ ଚୟନ ନେଇ ଦ୍ୱନ୍ଦ୍ୱରେ କୋହଲି: ରାହାନେ, ରୋହିତ୍‌ କିମ୍ବା ପଞ୍ଚମ ବୋଲର

ଆଣ୍ଟିଗୁଆ, ୨୧।୮(ପି.ଟି.)- ଗୁରୁବାରଠାରୁ ଏଠାରେ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହେବ। ତେବେ ମ୍ୟାଚ୍‌ ପାଇଁ ଅନ୍ତିମ ଏକାଦଶ ଚୟନ ନେଇ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଓ ଅଧିନାୟକ ବିରାଟ କୋହଲି ଦ୍ୱନ୍ଦ୍ୱରେ ପଡିଛନ୍ତି। ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଅଜିଙ୍କ୍ୟ ରାହାନେଙ୍କ ମଧ୍ୟରୁ କାହାକୁ ଖେଳାଇବେ ସେ ନେଇ କୋହଲି ଦ୍ୱନ୍ଦ୍ୱରେ ପଡିଛନ୍ତି। ପୁଣି ଏହି ଦୁଇଜଣଙ୍କ ମଧ୍ୟରୁ ଜଣକୁ ଖେଳାଇବେ କିମ୍ବା ବଦଳରେ ପଞ୍ଚମ ବୋଲରକୁ ଖେଳାଇବେ ସେ ନେଇ କୋହଲି ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇ ପାରିନାହାନ୍ତି।
ଯଦି ଭାରତ ୪ଜଣ ବୋଲରଙ୍କୁ ଖେଳାଏ ତା,ହେଲେ ଟେଷ୍ଟ ଉପ ଅଧିନାୟକ ରାହାନେ ଓ ଦିନିକିଆ ଉପ ଅଧିନାୟକ ରୋହିତଙ୍କ ମଧ୍ୟରୁ ଜଣକୁ ଖେଳାଯାଇପାରିବ। ଭାରତ ସଢ଼େ ୭ ମାସ ପରେ ଟେଷ୍ଟ ଖେଳିବାକୁ ଯାଉଛି। ତେଣୁ କୋଚ ରବି ଶାସ୍ତ୍ରୀ ଓ କୋହଲି ଷଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ଖେଳାଇବେ ନା ଜଣେ ଅତିରିକ୍ତ ବୋଲଙ୍କୁ ଖେଳାଇବେ ତାହା ଦେଖିବାକୁ ବାକି ରହିଲା। ଯଦି ପରମ୍ପରା ଅନୁଯାୟୀ ଭାରତ ରଣନୀତି ସ୍ଥିର କରେ ତା,ହେଲେ ମୟଙ୍କ ଅଗ୍ରଓ୍ବାଲ ଓ ଲେକେଶ ରାହୁଲ ଇନିଂସ ଓପନ୍‌ କରିବେ। ତେବେ ଗତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଅନ୍ତିମ ଦୁଇଟି ଟେଷ୍ଟରେ ରାହୁଲଙ୍କୁ ବାଦ୍‌ ଦିଆଯାଇ ତାଙ୍କ ସ୍ଥାନରେ ହନୁମା ବିହାରୀଙ୍କୁ ସୁଯୋଗ ଦିଆଯାଇଥିଲା। ତେବେ ବିହାରୀ ଅଧିକ ରନ ସଂଗ୍ରହ କରି ନ ଥିଲେ। ସେ ନୂଆ ବଲ୍‌କୁ ଅଧିକ ସମୟ ଧରି ଖେଳିଥିଲେ। ଯାହା ଫଳରେ ମୟଙ୍କ ଓ ଚେତେଶ୍ୱର ପୂଜାରା ଖେଳିବାରେ ସହଜ ଅନୁଭବ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ବିହାରୀ ୩ ନମ୍ବର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଯଦି ଟେଷ୍ଟରେ ଗତ ଏକବର୍ଷ ଧରି ରାହୁଲଙ୍କ ଦୁର୍ବଳ ଫର୍ମକୁ ବିଚାର କରାଯାଏ ତା,ହେଲେ ହନୁମାଙ୍କୁ ଇନିଂସ ଓପନ କରିବାର ସୁଯୋଗ ମିଳିପାରେ। ପୂଜାର ୩ ଓ କୋହଲି ୪ ନମ୍ବରରେ ବ୍ୟାଟିଂ କରିବେ। ତେବେ ଏହାପରେ ସମସ୍ୟା ଆରମ୍ଭ ହେଉଛି। ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୬ ନମ୍ବରରେ ବ୍ୟାଟିଂ କରିବେ। ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୭ ନମ୍ବରରେ ବ୍ୟାଟିଂ କରିବେ। ଏପରିସ୍ଥଳେ ରାହାନେ କିମ୍ବା ରୋହିତଙ୍କୁ କୋହଲି ୫ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ଦେଇପାରନ୍ତି। ଟେଷ୍ଟରେ ରୋହିତ ଶେଷଥର ପାଇଁ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ପୁଣି ସେ ଅଭ୍ୟାସ ମ୍ୟାଚ୍‌ରେ ରୋହିତ ମଧ୍ୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଅନ୍ୟପଟେ ରାହାନେ ଅଭ୍ୟାସ ମ୍ୟାଚ୍‌ରେ ଭଲ ରନ୍‌ ସଂଗ୍ରହ କରିପାରି ନ ଥିଲେ। ପୁଣି ସେ ହାମ୍ପିସାୟାର ତରଫରୁ କାଉଣ୍ଟି ଖେଳିଥିଲେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଯଦି ଦୁଇଜଣଙ୍କୁ ଖେଳାଯାଏ ତା,ହେଲେ ୪ ଜଣ ବୋଲରଙ୍କୁ ନେଇ କୋହଲି ପଡିଆକୁ ଓହ୍ଲାଇବେ। ୩ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଇଶାନ୍ତ ଶର୍ମାଙ୍କ ସମେତ ରବିଚନ୍ଦ୍ରନ ଅଶ୍ୱିନ୍‌ କିମ୍ବା କୁଲଦୀପ ଯାଦବଙ୍କୁ ଜଣେ ସ୍ପିନର ଭାବେ ଟିମ୍‌ ମ୍ୟାନେଜମେଣ୍ଟ ଖେଳାଇପାରେ। ପୁଣି ଯଦି ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କୁ ଖେଳାଯାଏ ତା,ହେଲେ ଜାଜେଡାଙ୍କୁ ବାହାରେ ବସିବାକୁ ପଡିବ। ଏପଟେ ଉଷ୍ନ ପରିବେଶରେ ବୋଲରମାନେ କ୍ଳାନ୍ତ ହେବା ସ୍ବାଭାବିକ। ପୁଣି ଓଭର ରେଟ୍‌କୁ ବଜାୟ ରଖିବାକୁ ହେଲେ ଦଳ ଆହୁରି ସମସ୍ୟାର ସମ୍ମୁଖୀନ ହେବ।
ମ୍ୟାଚ୍‌ ଜିତିବାକୁ ହେଲେ ୨୦ ଉଇକେଟ ହାସଲ କରିବାକୁ ପଡିବ। ତେଣୁ ୫ଜଣ ବୋଲରଙ୍କୁ ଖେଳାଇବା ସପକ୍ଷରେ କୋହଲି ସବୁବେଳେ ରହିଆସିଛନ୍ତି। ଜଣେ ସ୍ପିନରଙ୍କ ସହ କୋହଲି ଉମେଶ ଯାଦବଙ୍କୁ ଖେଳାଇବାକୁ ଆଦୌ ପଛାଇବେ ନାହିଁ ବୋଲି ମନେହୁଏ। ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷରେ ଉମେଶ ଭଲ ପ୍ରଦର୍ଶନ କରିଥିଲେ। ତେବେ ସବୁକିଛି ନିର୍ଭର କରେ ସ୍ଥାନ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ କିଭଳି ଉଇକେଟ ବା ଟ୍ରାକ୍‌ କ୍ୟୁରେଟରମାନେ ତିଆରି କରୁଛନ୍ତି। ୪ଜଣ ବୋଲରଙ୍କୁ ନେଇ ଭାରତ ୨୦ଟି ଉଇକେଟ ହାସଲ କରିପାରିବ ବୋଲି କୁହାଯାଉଛି। ତେବେ ବିଶ୍ୱ ଟେଷ୍ଟ ଚାମ୍ପିନଶିପ୍‌ର ଏହି ପ୍ରଥମ ମୁକାବିଲାରେ ସେ ରିସ୍କ ନେବେକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri