Posted inଖେଳ

ଦଳ ଚୟନ ନେଇ ଦ୍ୱନ୍ଦ୍ୱରେ କୋହଲି: ରାହାନେ, ରୋହିତ୍‌ କିମ୍ବା ପଞ୍ଚମ ବୋଲର

ଆଣ୍ଟିଗୁଆ, ୨୧।୮(ପି.ଟି.)- ଗୁରୁବାରଠାରୁ ଏଠାରେ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହେବ। ତେବେ ମ୍ୟାଚ୍‌ ପାଇଁ ଅନ୍ତିମ ଏକାଦଶ ଚୟନ ନେଇ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଓ ଅଧିନାୟକ ବିରାଟ କୋହଲି ଦ୍ୱନ୍ଦ୍ୱରେ ପଡିଛନ୍ତି। ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଅଜିଙ୍କ୍ୟ ରାହାନେଙ୍କ ମଧ୍ୟରୁ କାହାକୁ ଖେଳାଇବେ ସେ ନେଇ କୋହଲି ଦ୍ୱନ୍ଦ୍ୱରେ ପଡିଛନ୍ତି। ପୁଣି ଏହି ଦୁଇଜଣଙ୍କ ମଧ୍ୟରୁ ଜଣକୁ ଖେଳାଇବେ କିମ୍ବା ବଦଳରେ ପଞ୍ଚମ ବୋଲରକୁ ଖେଳାଇବେ ସେ ନେଇ କୋହଲି ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇ ପାରିନାହାନ୍ତି।
ଯଦି ଭାରତ ୪ଜଣ ବୋଲରଙ୍କୁ ଖେଳାଏ ତା,ହେଲେ ଟେଷ୍ଟ ଉପ ଅଧିନାୟକ ରାହାନେ ଓ ଦିନିକିଆ ଉପ ଅଧିନାୟକ ରୋହିତଙ୍କ ମଧ୍ୟରୁ ଜଣକୁ ଖେଳାଯାଇପାରିବ। ଭାରତ ସଢ଼େ ୭ ମାସ ପରେ ଟେଷ୍ଟ ଖେଳିବାକୁ ଯାଉଛି। ତେଣୁ କୋଚ ରବି ଶାସ୍ତ୍ରୀ ଓ କୋହଲି ଷଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ଖେଳାଇବେ ନା ଜଣେ ଅତିରିକ୍ତ ବୋଲଙ୍କୁ ଖେଳାଇବେ ତାହା ଦେଖିବାକୁ ବାକି ରହିଲା। ଯଦି ପରମ୍ପରା ଅନୁଯାୟୀ ଭାରତ ରଣନୀତି ସ୍ଥିର କରେ ତା,ହେଲେ ମୟଙ୍କ ଅଗ୍ରଓ୍ବାଲ ଓ ଲେକେଶ ରାହୁଲ ଇନିଂସ ଓପନ୍‌ କରିବେ। ତେବେ ଗତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଅନ୍ତିମ ଦୁଇଟି ଟେଷ୍ଟରେ ରାହୁଲଙ୍କୁ ବାଦ୍‌ ଦିଆଯାଇ ତାଙ୍କ ସ୍ଥାନରେ ହନୁମା ବିହାରୀଙ୍କୁ ସୁଯୋଗ ଦିଆଯାଇଥିଲା। ତେବେ ବିହାରୀ ଅଧିକ ରନ ସଂଗ୍ରହ କରି ନ ଥିଲେ। ସେ ନୂଆ ବଲ୍‌କୁ ଅଧିକ ସମୟ ଧରି ଖେଳିଥିଲେ। ଯାହା ଫଳରେ ମୟଙ୍କ ଓ ଚେତେଶ୍ୱର ପୂଜାରା ଖେଳିବାରେ ସହଜ ଅନୁଭବ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ବିହାରୀ ୩ ନମ୍ବର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଯଦି ଟେଷ୍ଟରେ ଗତ ଏକବର୍ଷ ଧରି ରାହୁଲଙ୍କ ଦୁର୍ବଳ ଫର୍ମକୁ ବିଚାର କରାଯାଏ ତା,ହେଲେ ହନୁମାଙ୍କୁ ଇନିଂସ ଓପନ କରିବାର ସୁଯୋଗ ମିଳିପାରେ। ପୂଜାର ୩ ଓ କୋହଲି ୪ ନମ୍ବରରେ ବ୍ୟାଟିଂ କରିବେ। ତେବେ ଏହାପରେ ସମସ୍ୟା ଆରମ୍ଭ ହେଉଛି। ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୬ ନମ୍ବରରେ ବ୍ୟାଟିଂ କରିବେ। ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୭ ନମ୍ବରରେ ବ୍ୟାଟିଂ କରିବେ। ଏପରିସ୍ଥଳେ ରାହାନେ କିମ୍ବା ରୋହିତଙ୍କୁ କୋହଲି ୫ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ଦେଇପାରନ୍ତି। ଟେଷ୍ଟରେ ରୋହିତ ଶେଷଥର ପାଇଁ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ପୁଣି ସେ ଅଭ୍ୟାସ ମ୍ୟାଚ୍‌ରେ ରୋହିତ ମଧ୍ୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଅନ୍ୟପଟେ ରାହାନେ ଅଭ୍ୟାସ ମ୍ୟାଚ୍‌ରେ ଭଲ ରନ୍‌ ସଂଗ୍ରହ କରିପାରି ନ ଥିଲେ। ପୁଣି ସେ ହାମ୍ପିସାୟାର ତରଫରୁ କାଉଣ୍ଟି ଖେଳିଥିଲେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଯଦି ଦୁଇଜଣଙ୍କୁ ଖେଳାଯାଏ ତା,ହେଲେ ୪ ଜଣ ବୋଲରଙ୍କୁ ନେଇ କୋହଲି ପଡିଆକୁ ଓହ୍ଲାଇବେ। ୩ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଇଶାନ୍ତ ଶର୍ମାଙ୍କ ସମେତ ରବିଚନ୍ଦ୍ରନ ଅଶ୍ୱିନ୍‌ କିମ୍ବା କୁଲଦୀପ ଯାଦବଙ୍କୁ ଜଣେ ସ୍ପିନର ଭାବେ ଟିମ୍‌ ମ୍ୟାନେଜମେଣ୍ଟ ଖେଳାଇପାରେ। ପୁଣି ଯଦି ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କୁ ଖେଳାଯାଏ ତା,ହେଲେ ଜାଜେଡାଙ୍କୁ ବାହାରେ ବସିବାକୁ ପଡିବ। ଏପଟେ ଉଷ୍ନ ପରିବେଶରେ ବୋଲରମାନେ କ୍ଳାନ୍ତ ହେବା ସ୍ବାଭାବିକ। ପୁଣି ଓଭର ରେଟ୍‌କୁ ବଜାୟ ରଖିବାକୁ ହେଲେ ଦଳ ଆହୁରି ସମସ୍ୟାର ସମ୍ମୁଖୀନ ହେବ।
ମ୍ୟାଚ୍‌ ଜିତିବାକୁ ହେଲେ ୨୦ ଉଇକେଟ ହାସଲ କରିବାକୁ ପଡିବ। ତେଣୁ ୫ଜଣ ବୋଲରଙ୍କୁ ଖେଳାଇବା ସପକ୍ଷରେ କୋହଲି ସବୁବେଳେ ରହିଆସିଛନ୍ତି। ଜଣେ ସ୍ପିନରଙ୍କ ସହ କୋହଲି ଉମେଶ ଯାଦବଙ୍କୁ ଖେଳାଇବାକୁ ଆଦୌ ପଛାଇବେ ନାହିଁ ବୋଲି ମନେହୁଏ। ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷରେ ଉମେଶ ଭଲ ପ୍ରଦର୍ଶନ କରିଥିଲେ। ତେବେ ସବୁକିଛି ନିର୍ଭର କରେ ସ୍ଥାନ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ କିଭଳି ଉଇକେଟ ବା ଟ୍ରାକ୍‌ କ୍ୟୁରେଟରମାନେ ତିଆରି କରୁଛନ୍ତି। ୪ଜଣ ବୋଲରଙ୍କୁ ନେଇ ଭାରତ ୨୦ଟି ଉଇକେଟ ହାସଲ କରିପାରିବ ବୋଲି କୁହାଯାଉଛି। ତେବେ ବିଶ୍ୱ ଟେଷ୍ଟ ଚାମ୍ପିନଶିପ୍‌ର ଏହି ପ୍ରଥମ ମୁକାବିଲାରେ ସେ ରିସ୍କ ନେବେକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଅଷ୍ଟ୍ରେଲିଆ

ମେଲବୋର୍ନ,୨ା୩- ଚଳିତ ମହିଳା ଟି୨୦ ବିଶ୍ୱକପ୍‌ରେ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି। ପଡ଼ୋଶୀ ନ୍ୟୁଜିଲାଣ୍ଡକୁ ୪ ରନ୍‌ରେ ହରାଇ ଅଷ୍ଟ୍ରେଲିଆ...

ଜୁନିୟର ଶୁଟିଂ ବିଶ୍ୱକପ୍‌:ଦ୍ୱିତୀୟ ଦିବସରେ ଭାରତକୁ ୬ ପଦକ

ନୂଆଦିଲ୍ଲୀ, ୧୪ା୭ (ପି.ଟି.)- ଜର୍ମାନୀର ସୁଲ୍‌ଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ଓ୍ବାଲର୍‌ଡ କପ୍‌ ରାଇଫଲ/ପିସ୍ତଲ/ଶଟ୍‌ଗନ୍‌ ଚାମ୍ପିୟନଶିପ୍‌ରେ ରବିବାର ଦ୍ୱିତୀୟ ଦିବସରେ ଭାରତ ଦୁଇ ସ୍ବର୍ଣ୍ଣ ସମେତ...

ଓଡ଼ିଶା ଓମେନ୍ସ ଲିଗ୍‌: ଓଜିପିକୁ ହରାଇଲା ରେଲଓ୍ବେ

ଭୁବନେଶ୍ୱର, ୩।୩(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ)ର...

ଫ୍ରେଞ୍ଚ୍‌ ଓପନ୍‌ ଟେନିସ: ନାଡାଲ, ସିତ୍‌ସିପାସ, ଜେଭରେଭ ସେମିଫାଇନାଲରେ

ପ୍ୟାରିସ, ୧୦।୬- ସ୍ପେନ୍‌ ସୁପରଷ୍ଟାର ରାଫାଲ ନାଡାଲ, ଗ୍ରୀସ୍‌ର ଷ୍ଟିଫାନୋସ ସିତ୍‌ସିପାସ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି।...

ମୋତେ କୁହ, ମୋ ପରିବାରକୁ ଟାଣନି

ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରୁ ବିଶ୍ରାମ ନେଇଛନ୍ତି। ଏବେ ସେ ନିଜ ପରିବାର ସହ ସମୟ...

ବଲ ଟ୍ୟାମ୍ପରିଂ ପାଇଁ ବାସନ୍ଦ

ଦୁବାଇ,୨୬।୧: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ ବଲ ଟ୍ୟାମ୍ପରିଂ କରିଥିଲେ ନେଦରଲାଣ୍ଡ୍ସ ପେସର ଭିଭିଆନ କିଙ୍ଗମା। ଦୋହାରେ ଖେଳାଯାଇଥିବା ୩ୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସକୁ ୭୫...

ଅଷ୍ଟ୍ରେଲିଆ ୧୯୭ରେ ଅଲଆଉଟ, ଭାରତର ଦ୍ୱିତୀୟ ଇନିଂସ ଆରମ୍ଭ..

ଇନ୍ଦୋର,୨।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୦୯ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ସମସ୍ତ ଓ୍ବିକେଟ ହରାଇ...

ଭାରତ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ  ଚିନ୍ତା କରୁଛି ଅଷ୍ଟ୍ରେଲିଆ

ସିଡନୀ,୨୧।୪ (ପି.ଟି.)- ଚଳିତ ବର୍ଷ ଶେଷ ଆଡକୁ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଘରୋଇ ପରିବେଶରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି।...

Advertisement
Archives

Model This Week