ଦଳରେ ଫାଟ ଯୋଗୁ ହାରିଲା ପାକିସ୍ତାନ

କରାଚୀ,୧୭।୬(ପି.ଟି.)- ଭାରତୀୟ ଦଳଠାରୁ ଚଳିତ ବିଶ୍ୱକପ୍‌ରେ ବଡ଼ ବ୍ୟବଧାନରେ ପରାଜୟ ବରଣ କରିବା ପରେ ପାକିସ୍ତାନ ଦଳରେ ଫାଟ ଥିବା ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତଠାରୁ ପରାଜୟ ହଜମ କରିବା ପାକିସ୍ତାନ ଭଳି କ୍ରିକେଟ ପାଗଳ ଦେଶ ଲାଗି କଦାପି ସହଜ ନୁହେଁ। ମାଞ୍ଚେଷ୍ଟରଠାରେ ପରାଜୟର ଗୋଟିଏ ଦିନ ପରେ ଦେଶର ଗଣମାଧ୍ୟମ ଜାତୀୟ ଦଳରେ ଦୁଇଟି ଗ୍ରୁପ୍‌ ବିଭକ୍ତ ହୋଇଥିବା ସ୍ପଷ୍ଟ କରିଛନ୍ତି। ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ନେଇ ଦଳୀୟ କିଛି ଖେଳାଳି ଖୁସି ନାହାନ୍ତି ଓ ହଟାଇବାକୁ ଚାହୁଁଛନ୍ତି। ‘ସମା’ ବୈଦ୍ୟୁତିକ ଗଣମାଧ୍ୟମ ଚ୍ୟାନେଲରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ସର୍ଫରାଜ ଆଉଟ ହେବା ପରେ ଡ୍ରେସିଂ ରୁମ୍‌ ଫେରିବା ପରେ ଇମାମ ଉଲ ହକ୍‌ ଓ ଇମାଦ ଓ୍ବାସିମ ଗ୍ରୁପ ଗଠନ କରୁଥିବା ଦୋଷାରୋପ କରିଥିଲେ। ସମାନ ରିପୋର୍ଟ ‘ଦୁନିୟା’ ବୈଦ୍ୟୁତିକ ଗଣମାଧ୍ୟମ ଚ୍ୟାନେଲରେ ମଧ୍ୟ ପ୍ରକାଶ ପାଇଛି। ଦଳରେ ଦୁଇଟି ଗ୍ରୁପ୍‌ ରହିଛି, ଯେଉଁମାନେ ସର୍ଫରାଜଙ୍କୁ ସମର୍ଥନ କରୁନାହାନ୍ତି। ମହମ୍ମଦ ଅମିର ଓ ଇମାଦ ଦୁଇଟି ଗ୍ରୁପ ଗଠନ କରିଛନ୍ତି। କିଛି ଖବରକାଗଜ ଦଳରେ ଆନ୍ତଃ କନ୍ଦଳ ଥିବା ଉଲ୍ଲେଖ କରିଛନ୍ତି। କିନ୍ତୁ ଏ ସମ୍ପର୍କରେ ପାକିସ୍ତାନ ଦଳର ଦୁଇ ଖେଳାଳିଙ୍କୁ ଯୋଗାଯୋଗ କରାଯାଇଥିଲା। ସେମାନେ ଦଳରେ ଫାଟ୍‌ ଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନିନ- ମୁଗୁରୁଜା ଟାଇଟଲ ମୁକାବିଲା

ମେଲବୋର୍ନ, ୧।୨(ଏଏଫ୍‌ପି)- ଶନିବାର ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଟାଇଟଲ ପାଇଁ ଏହି ନିର୍ଣ୍ଣାୟକ ମୁକାବିଲାରେ ୧୪ତମ ସିଡ ଆମେରିକାର ସୋଫିଆ...

ଧୂଳିଝଡକୁ ଧନ୍ୟବାଦ ଦେଲେ କୋହଲି: ଜାଣନ୍ତୁ କାହିଁକି

ମୁମ୍ବାଇ,୨୮।୪: ଆଇପିଏଲ୍‌ ୨୦୨୧ର ଏକ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ର ୧ ରନ୍‌ରେ ପରାସ୍ତ କରି...

ଅନ୍ନଦାତାଙ୍କୁ ସମର୍ଥନ: ପୁରସ୍କାର ଫେରାଇଲେ ନବ ଭାଟିଆ

ଟରୋଣ୍ଟୋ,୩୦।୧୨: ଭାରତରେ ଜାରି ରହିଥିବା ଅନ୍ନଦାତାଙ୍କୁ ସମର୍ଥନ ବିଦେଶରୁ ମଧ୍ୟ ମିଳିବାରେ ଲାଗିଛି। ଏହି ସମର୍ଥନ ତାଲିକାରେ ବ୍ରିଟେନ୍‌ ଏବଂ କାନାଡ଼ା ଶୀର୍ଷରେ ରହିଛନ୍ତି। ଭାରତୀୟ...

ଟ୍ରୋଲ ପରେ ଶାମିଙ୍କ ସପକ୍ଷରେ ପୂର୍ବତନ ଖେଳାଳି

ଦୁବାଇ,୨୫।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ୧୦ ଉଇକେଟରେ ପରାସ୍ତ ହେବା ପରେ ଭାରତୀୟ ଦଳର ଖେଳାଳିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲରେ କରାଯାଉଛି। ଏହି ମ୍ୟାଚ୍‌ରେ...

ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ: ସଚିନ ବନାମ ଲାରା

ମୁମ୍ବାଇ, ୬।୩- ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ‘ରୋଡ୍‌ ସେଫ୍ଟି ଓ୍ବାଲର୍‌ଠ ସିରିଜ’ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଭାରତ,...

ମୃତ୍ୟୁକୁ ନେଇ ଗୁଜବ, ମୁହଁ ଖୋଲିଲେ ମହାନ ଅଲରାଉଣ୍ଡର

ଆଜିକାଲି ସୋସିଆଲ ମିଡିଆରେ ନକଲି ଖବର ପ୍ରତି ସତର୍କ ରହିବା ଆବଶ୍ୟକ। ସୋମବାର ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ଦେହାନ୍ତ ହୋଇଥିବା...

ଅଷ୍ଟ୍ରେଲୀୟ ଫୁଟବଲର କୋଭିଡ-୧୯ ଆକ୍ରାନ୍ତ

ସିଡନୀ,୨୮।୩ (ଏ.ପି.):  ଅଷ୍ଟ୍ରେଲିଆର ଜଣେ ଏ-ଲିଗ୍‌ ଫୁଟବଲର କାରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମ ଅଷ୍ଟ୍ରେଲୀୟ ପେସାଦାର ଫୁଟବଲ ଭାବା ସେ ଏହି ଭାଇରସ୍‌ ଦ୍ୱାରା...

ବିନା ଦର୍ଶକରେ ଦିନିକିଆ ସିରିଜ ଖେଳାଯିବ

ପୁଣେ,୨୮।୨(ପି.ଟି.): ପୁଣେରେ ଇଂଲଣ୍ଡ ଓ ଭାରତ ମଧ୍ୟ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ତେବେ ସିରିଜର ମ୍ୟାଚ୍‌ଗୁଡିକ ବିନା ଦର୍ଶକରେ ଖେଳାଯିବ। ମହାରାଷ୍ଟ୍ରରେ...

Advertisement
Archives

Model This Week