Posted inଖେଳ

ଦଳରୁ କେମିତି ବିଦା ହୋଇଥିଲେ ଗାଙ୍ଗୁଲି, ଡ୍ରାଭିଡ୍‌, ସେହ୍ବାଗ, ଗମ୍ଭୀର

ନୂଆଦିଲ୍ଲୀ,୨୦।୭- ଟେଷ୍ଟ ଫର୍ମାଟ୍‌ରୁ ଅବସର ନେଇସାରିଥିବା ମହେନ୍ଦ୍ର ସିଂ ଧୋନୀ ନିଜର ଅନ୍ତିମ ଦିନିକିଆ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ଖେଳିଥିଲେ। ତାଙ୍କ ଭବିଷ୍ୟତ ସମ୍ପର୍କରେ ଚୟନ କମିଟି ରବିବାର ବୈଠକରେ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ଲାଗି ଦଳ ଘୋଷଣା କରିବା ସହ ନିଷ୍ପତ୍ତି ନେବ। ଜଣେ ଅଧିନାୟକ ଭାବେ ଧୋନୀ ବହୁ କଠିନ ନିଷ୍ପତ୍ତି ନେଇଥିଲେ, ଯାହାକି ତାଙ୍କ ସମୟରେ ଖେଳୁଥିବା କିଛି କିମ୍ବଦନ୍ତୀ ଖେଳାଳିଙ୍କ ବିପକ୍ଷରେ ଯାଇଥିଲା। ୨୦୦୮ ଅଷ୍ଟ୍ରେଲିଆରେ ଟ୍ରାଇ ସିରିଜ୍‌ ପୂର୍ବରୁ ଧୋନୀ ଚୟନକର୍ତ୍ତାଙ୍କୁ କହିଥିଲେ ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ୍‌ ଭଲ ଫିଲ୍ଡର ନୁହନ୍ତି। ଏଣୁ ଦୁଇଙ୍କୁ ଦିନିକିଆ ଦଳରୁ ବାଦ୍‌ ଦେଇଥିଲେ। ଭାରତୀୟ ଦଳ ଉକ୍ତ ସିରିଜ୍‌ ଜିତିବା ସହ ୨୦୧୧ ବିଶ୍ୱକପ୍‌ ଲାଗି ମୂଳଦୁଆ ରଖିଥିଲା। ଦଳରେ ସୁରେଶ ରାଇନା ଓ ଗୌତମ ଗମ୍ଭୀର ନିୟମିତ ସ୍ଥାନ ପାଇଥିଲେ। ଏହା ପରେ ଧୋନୀ ୨୦୧୨ ସିବି ସିରିଜ୍‌ରେ ବୀରେନ୍ଦ୍ର ସେହ୍ବାଗ, ସଚିନ ତେନ୍ଦୁଲକର ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଦୁଇଜଣଙ୍କୁ ଓପନର ଭାବେ ଖେଳାଇଥିଲେ। ଏମାନଙ୍କ ବୟସ ୩୦ରୁ ଊର୍ଦ୍ଧ୍ୱ ଓ ଫିଲ୍ଡରେ ଧିମା ଯୋଗୁ ପରବର୍ତ୍ତୀ ସମୟରେ ଦଳରୁ ବାଦ୍‌ ପଡ଼ିଥିଲେ। ଏ ସମ୍ପର୍କରେ ଧୋନୀ ସେତେବେଳେ କହିଥିଲେ, ଆମେ ସେହି ଖେଳାଳିଙ୍କୁ ସୁଯୋଗ ଦେଉଛୁ, ଯେଉଁମାନେ ୨୦୧୫ ବିଶ୍ୱକପ୍‌ ଲାଗି ନିଶ୍ଚିତ ଅଷ୍ଟ୍ରେଲିଆ ଫେରିବେ। ପରବର୍ତ୍ତୀ ବିଶ୍ୱକପ୍‌ ବେଳକୁ ସଚିନ, ସେହ୍ବାଗ କିମ୍ବା ଗୌତମ ଦଳରେ ଉପଲବ୍ଧ ଥିବେ କି ନାହିଁ କହିହେବ ନାହିଁ। କାରଣ ସସସ୍ତେ ୩୦ରୁ ଊର୍ଦ୍ଧ୍ୱ ବୟସ୍କ। ଏଠାକାର ଆଉଟ୍‌ ଫିଲ୍ଡ ମଧ୍ୟ ବଡ଼। ଏଣୁ ଯୁବ ଖେଳାଳିଙ୍କୁ ସୁଯୋଗ ଦେଉଛୁ। ତେବେ ଭାରତୀୟ ଦଳ ୨୦୧୫ ବିଶ୍ୱକପ୍‌ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଳାତ୍କାର ଧମକ ଚିନ୍ତାରେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ସ୍ତ୍ରୀ, ଗଲେ ହାଇକୋର୍ଟ

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ତାଙ୍କ ସ୍ତ୍ରୀ ହସିନ ଜାହାଁ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ତଥାପି ହସିନ ତଥାପି ସର୍ବଦା ଚର୍ଚ୍ଚାରେ ରହୁଛନ୍ତି।...

ଓ୍ବିମ୍ବେଲଡନ ପୁରସ୍କାର ବାଣ୍ଟି ଦିଆଯିବ

ଓ୍ବିମ୍ବେଲଡନ, ୧୧ା୭ (ଏପି): କରୋନା ଭାଇରସ୍‌ ମହାମାରୀ ଯୋଗୁ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନଶିପ୍‌ ବାତିଲ କରିଦିଆଯାଇଛି। ଏହା ସତ୍ତ୍ୱେ ୧୨.୫ ନିୟୁତ ଡଲରା ପୁରସ୍କାର...

କେଏଲ୍‌ ରାହୁଲଙ୍କ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଏଭଳି କହିଲେ କୋହଲି

ନୂଆଦିଲ୍ଲୀ,୧୭।୩: ଲଗାତାର ଭାବେ ବ୍ୟାଟିଂରେ ବିଫଳ ହେବାକୁ ନେଇ ସମାଲୋଚିତ ହେଉଛନ୍ତି ଓପନର କେ.ଏଲ୍‌. ରାହୁଲ। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟି୨୦ ସିରିଜର ୩ ମ୍ୟାଚ୍‌ରେ...

ତେନ୍ଦୁଲକର ଦେଲେ ୧ କୋଟି ଟଙ୍କା

ନୂଆଦିଲ୍ଲୀ, ୩୦ା୪ (ପି.ଟି.)-କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ କ୍ରୟ ଲାଗି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଗୁରୁବାର ୧କୋଟି ଟଙ୍କା ଦାନ କରିଛନ୍ତି। ସଂକ୍ରମିତଙ୍କ ସଂଖ୍ୟା...

କୋଚ୍‌ କହିଥିଲେ, କାମରେ ଦେଖାଇଲେ

ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ଅଲ୍‌ଟିମେଟ ଖୋ ଖୋ ଲିଗ୍‌ର ସର୍ବପ୍ରଥମ ସଂସ୍କରଣରେ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଜଗରନଟ୍ସ ଚାମ୍ପିୟନ ହୋଇଛି। ସୂରଜ ଲାଣ୍ଡେଙ୍କ...

ଧୂଳିଝଡକୁ ଧନ୍ୟବାଦ ଦେଲେ କୋହଲି: ଜାଣନ୍ତୁ କାହିଁକି

ମୁମ୍ବାଇ,୨୮।୪: ଆଇପିଏଲ୍‌ ୨୦୨୧ର ଏକ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ର ୧ ରନ୍‌ରେ ପରାସ୍ତ କରି...

ସ୍ତ୍ରୀଙ୍କ ପାଇଁ ଭାରତ ଫେରିଲେ କୋହଲି

ଭାରତୀୟ କ୍ରିକେଟ ଦଳର ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ଖେଳି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜାନୁଆରୀରେ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା...

ଯୁବ ଓପନ ବାସ୍କେଟବଲରେ ୧୬ ଦଳ

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି): ଯୁବ ଓପନ ବାସ୍କେଟବଲ ଟୁର୍ନାମେଣ୍ଟର ୧୨ତମ ସଂସ୍କରଣ ଚଳିତମାସ ୨୨ରୁ ଆରମ୍ଭ ହେବ। ମ୍ୟାଚଗୁଡ଼ିକ ଶହୀଦ ନଗରସ୍ଥିତ ଇମ୍ଫାପାର୍କସ୍ଥିତ ବାସ୍କେଟବଲ କୋର୍ଟରେ...

Advertisement
Archives

Model This Week