ଦର୍ଶକ ମୋ ପାଇଁ ସବୁକିଛି

”ଶେଖର! ତୁମେ ଜାଣିନ, ମୋ ଭାଇକୁ ମୁଁ କେତେ ଭଲ ପାଏ। ତୁମ ସହ ଯିବା ତ ଅଲଗା କଥା, ଯଦି ଭଗବାନ ଆସି ମୋତେ ତାଙ୍କ ସହ ଯିବାକୁ କହନ୍ତି, ତେବେ ମୋ ଭାଇକୁ ଛାଡ଼ି ଯାଇପାରିବି ନାହିଁ।“ ଏପରି ଏକ ଭାବପ୍ରବଣ ଡାଏଲଗ ମାନସପଟକୁ ଆସିଲେ ସ୍ବତଃ ମନେପଡ଼ିଯାଏ ଅପେରା ଜଗତର ଅନ୍ୟତମ ସୁପରହିଟ୍‌ ନାଟକ ତଥା ଶିବାନୀ ଗଣନାଟ୍ୟ ପରିବେଷିତ ‘ମୋ ପେଁକାଳି ବଜେଇ ଦେ’ (ରଚନା-ଅନନ୍ତ ଓଝା, ନିର୍ଦ୍ଦେଶନା-ରମେଶ ମହାନ୍ତି, ସଙ୍ଗୀତ-ମନ୍ମଥ ମିଶ୍ର) କଥା। ଏହାର ଭାଇ ଚିନ୍ମୟ ଜଗଦ୍ଦେବ ଏବଂ ଭଉଣୀ ସସ୍ମିତା ଜଗଦ୍ଦେବ ଓରଫ ମିତା ଚରିତ୍ର ଏବେ ମଧ୍ୟ ଯାତ୍ରାପ୍ରେମୀଙ୍କ ମନରେ ସତେଜ ହୋଇ ରହିଛି। ଭାଇ ଭୂମିକାରେ ଲୋକପ୍ରିୟ ଅଭିନେତା କୈଳାସ ବେହେରାଙ୍କୁ ସେତେବେଳେ ଏହି ନାଟକ ରାତାରାତି ଷ୍ଟାର ବନେଇ ଦେଇଥିଲା। ବାକି ରହିଲା ଭଉଣୀ ଭୂମିକାରେ ସୁକାନ୍ତି ପାଢ଼ୀଙ୍କ କଥା। ଏଥିରେ ତାଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କ ହୃଦୟରେ ତାଙ୍କ ପାଇଁ ସୃଷ୍ଟି କରିଥିଲା ସ୍ବତନ୍ତ୍ର ପରିଚୟ। ଅପେରା ଜଗତରେ ଦୀର୍ଘ ୩୦ ବର୍ଷର ମାରାଥନ୍‌ ଯାତ୍ରା ପରେ ଏବେ ବି ସେହି ନାଟକର ଅବିସ୍ମରଣୀୟ ସ୍ମୃତିଗୁଡ଼ିକୁ ରୋମନ୍ଥନ କରନ୍ତି ସୁକାନ୍ତି। ଚଳିତ ଯାତ୍ରା ସିଜନରେ ଅପେରା ବିଶ୍ୱ ଦରବାରରେ ସ୍ବାମୀ ତଥା ଅଭିନେତା ଗୌର ପାଢ଼ୀଙ୍କ ସହ ନିଜର ଅଭିନୟ ଜାରି ରଖିଥିବା ଏହି ବର୍ଷିୟାନ ଅଭିନେତ୍ରୀ କହନ୍ତି, ‘ମୋ ପେଁକାଳି ବଜେଇ ଦେ’ ନାଟକ ମୋ ଅଭିନୟ କ୍ୟାରିୟରର ଏକ ମାଇଲ ଖୁଣ୍ଟ। ମଞ୍ଚ ଉପରୁ ଅଭିନୟ ସାରି ଫେରିବା ପରେ ଅନେକ ଦର୍ଶକ ମୋତେ ଦେଖିବାକୁ ଅପେକ୍ଷା କରି ରହିଥାଆନ୍ତି। ତାଙ୍କ ସହ କଥା ହେବା ବେଳେ ମୁଁ ଅଧିକାଂଶ ସମୟରେ ଭାବପ୍ରବଣ ହୋଇପଡ଼େ। କେତେକ ଦର୍ଶକ ମଧ୍ୟ ମୋତେ ଭେଟି ଶୁଭେଚ୍ଛା ଜଣାଇବାକୁ ମୋ ରୁମ୍‌କୁ ଆସିଛନ୍ତି। ସେଭଳି ସ୍ମୃତିଗୁଡ଼ିକ ମୋ ମନରେ ସବୁଦିନ ପାଇଁ ସତେଜ ହୋଇ ରହିବ।’ ଏହାବ୍ୟତୀତ ‘ଫୁଲ ବଉଳବେଣୀ’, ‘ବାଜି ମାରିଲେ ହାରିବ’, ‘ଫଗୁଣ ଦେଇଛି ପହିଲି ଚିଠି’, ‘ମିତା ମହାନ୍ତି ମିଛ କହନ୍ତି’ ଆଦି ଅନେକ ନାଟକ ସୁକାନ୍ତିଙ୍କ ଅଭିନୟ କ୍ୟାରିୟରକୁ ଆଗକୁ ଆଗେଇ ନେବାରେ ଯଥେଷ୍ଟ ସହାୟକ ହୋଇଥିଲା। ନିଜ ଗଁାରେ ପରିବେଷିତ ନାଟକ ପୂର୍ବରୁ ଅନୁଷ୍ଠିତ ନୃତ୍ୟନାଟିକା ‘କଂସ ବଧ’ରେ ରାଧା ଚରିତ୍ରରୁ ତାଙ୍କର ଆରମ୍ଭ ହୁଏ ଅଭିନୟ ଜୀବନ। ବେଶ୍‌ କେତୋଟି ନାଟକରେ ନାୟିକା ସାଜି ନାୟିକା ତାଲିକାର ଶୀର୍ଷରେ ରହିଥିବା ଏହି ଅଭିନେତ୍ରୀ ଏବେ ମା’ ଭୂମିକାରେ ଅଭିନୟ କରୁଛନ୍ତି। ଚଳିତ ଯାତ୍ରା ସିଜନରେ ଅପେରା ବିଶ୍ୱ ଦରବାର ପରିବେଷିତ ନାଟକ ‘ଆକାଶ କଇଁଆ ଚିଲିକା ମାଛ’, ‘ତମ କଥା ଭାରି ମନେପଡୁଛି’ ଏବଂ ‘ବର୍ଷା ରାତିର ସାଥୀ’ରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁସ୍ଥତା ଯୋଗୁ ପାଞ୍ଚ କେଜି କମିଲା ବିଗ୍‌ ବିଙ୍କ ଓଜନ, ଚିନ୍ତାବ୍ୟକ୍ତ କଲେ ପ୍ରଶଂସକ

ମୁମ୍ବାଇ: ନିକଟରେ ଅସୁସ୍ଥ ହୋଇପଡ଼ିଥିଲେ ବିଗ୍‌ ବି ଅମିତାଭ ବଚ୍ଚନ। ଫଳରେ ତାଙ୍କୁ ନାନାବତୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସିତ ହେବା...

କରିସ୍ମା କପୁରଙ୍କ ପ୍ରେମରେ ପାଗଳ ଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଗୋଟିଏ ସମୟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ୨...

ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ଏହି ନାୟିକା

ମୁମ୍ବାଇ: ବଲିଉଡ୍‌ ମୁଭି ‘ସିଙ୍ଘମ’ରେ ନଜର ଆସିଥିବା ନାୟିକା କାଜଲ ଅଗ୍ରଓ୍ବାଲ ନିକଟରେ ଏକ ସାକ୍ଷାତ୍‌କାରରେ ନିଜ ବିବାହକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି। ଏବେ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କଲେ ଲତା

ମୁମ୍ବାଇ,୩୧।୩: କରୋନା ଯୁଦ୍ଧରେ ଜିତିବାକୁ ସମସ୍ତଙ୍କର ଚେଷ୍ଟା ଜାରି ରହିଛି। କରୋନା ମୁକାବିଲା ପାଇଁ ବଳିଉଡ୍‌ର ବହୁ ସେଲିବ୍ରିଟି ସହଯୋଗର ହାତ ବଢାଇଥିବା ବେଳେ ମଙ୍ଗଳବାର...

ପ୍ରିୟଙ୍କାଙ୍କ ଘରକୁ ଭଡାରେ ନେଲେ ଜ୍ୟାକଲିନ

ମୁମ୍ବାଇ:ବଲିଉଡ୍ ନାୟିକା ଜ୍ୟାକଲନ୍ ଫର୍ଣ୍ଣାଡିଜ ମୁମ୍ବାଇର ଜୁହୁରେ ନିଜର ଠିକଣା ବନାଇଛନ୍ତି । ସେଠାରେ ଥିବା ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଭଡାରେ...

ପାଞ୍ଚ ବର୍ଷ ଡେଟିଂ କରି ମଲାଇକାଙ୍କୁ ବିବାହ କରିଥିଲେ ଅର୍‌ବାଜ: ବିଚ୍ଛେଦ ପରେ ଅର୍ଜୁନଙ୍କ ପ୍ରେମରେ ପାଗଳ ଅଭିନେତ୍ରୀ

୧୯୬୭ ୪ ଅଗଷ୍ଟରେ ଜନ୍ମ ହୋଇଥିବା ଅର୍‌ବାଜ ଆଜି ତାଙ୍କର ୫୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ...

୪୦ ବର୍ଷରେ ନିର୍ବନ୍ଧ କଲେ ବଲିଉଡ୍‌ର ଏହି ଅଭିନେତା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ଫିଲ୍ମ ‘ଲଭ୍‌ ଷ୍ଟୋରୀ ୨୦୫୦’ ଏବଂ ହ୍ବାଟସ୍‌ ୟୋର ରାଶି’ ରେ କାମ କରିସାରିଥିବା ଅଭିନେତା ହରମନ ବାବେଜା...

ଚର୍ଚ୍ଚାରେ ମଧୁବାଲାଙ୍କ ପରି ଦେଖାଯାଉଥିବା ଏହି ଅଭିନେତ୍ରୀ

ସେଲିବ୍ରିଟି ତଥା କଳାକାରଙ୍କ ଅବିକଳ ନକଲ ଦେଖାଯାଉଥିବା ବ୍ୟକ୍ତି ଅଥବା ମହିଳାଙ୍କ ଫଟୋ ଅନେକ ସମୟରେ ଭାଇରାଲ ହୋଇଥାଏ। ଏବେ ବଲିଉଡ୍‌ର ସବୁଠାରୁ ସୁନ୍ଦର ଅଭିନେତ୍ରୀ...

Advertisement
Seven Jackpot


Archives

Model This Week