Posted inUncategorized

ଦମ୍‌ ଦେଖାଇଲେ ଟାଇଗର ଶ୍ରଫ୍‌

ମୁମ୍ବାଇ: ବଲିଉଡ ଆକ୍ସନ ହିରୋ ଟାଇଗର ଶ୍ରଫ୍‌ ରବିବାର ୨୦୦କିଲୋଗ୍ରାମ ଓଜନର ଭାରୋତ୍ତୋଳନ କରି ଏହାର ଭିଡିଓକୁ ବନ୍ଧୁ ଓ ପ୍ରଶଂସକଙ୍କ ନିକଟକୁ ଶେୟାର କରିବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ଶ୍ରଫ୍‌ ନିଜର ଶାରୀରିକ୍‌ ଫିଟ୍‌ନେସ୍‌ ପାଇଁ ବେଶ୍‌ ଭଲଭାବେ ପରିଚିତ। ସେ ଜିମ୍‌ରେ ଅତ୍ୟନ୍ତ କଷ୍ଟସାଧ୍ୟ ୨୦୦କିଲୋ ଓଜନର ଭାରୋତ୍ତୋଳନ କରିବାର ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ କରିଛନ୍ତି। ସେ ଉକ୍ତ ଭିଡିଓ ତଳେ ଉଲ୍ଲେଖ କରିଛନ୍ତି, ହାଇସ୍କୁଲରେ ପଢ଼ିବା ସମୟରେ ୨୦୦କିଲୋ ଓଜନ ଉଠାଇବା ତାଙ୍କୁ ଖୁବ୍‌ ସହଜ ହେଉଥିଲା। ଅଭ୍ୟାସ ନ ଥିବାରୁ ଏବେ ଏହି ଓଜନ ଉଠାଇବାକୁ ସାମାନ୍ୟ କଷ୍ଟ ହେଉଛି।
ଟାଇଗରଙ୍କ ଏହି ଦୁଃସାହସିକ ଭାରୋତ୍ତୋଳନ ପାଇଁ ଅଭିନେତା ଇଶାନ ଖଟ୍ଟର ତାଙ୍କୁ ‘ସୁପରହ୍ୟୁମ୍ୟାନ୍‌’ ବର୍ଣ୍ଣନା କରିଛନ୍ତି। ତାଙ୍କ ଭିଡିଓକୁ ବର୍ତ୍ତମାନ ୫୨,୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ଦେଖିସାରିଲେଣି। ଟାଇଗର ତାଙ୍କର ଆଗାମୀ ଫିଲ୍ମ ‘ଓ୍ବାର’ର ରିଲିଜକୁ ଅପେକ୍ଷା କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହ୍ରିତିକ ରୋଶନ ଏବଂ ବାଣୀ କପୁର ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

୧ କୋଟି ମର୍ଚ୍ଚାଣ୍ଟଙ୍କ ନିକଟରେ ପହଞ୍ଚିବ ମାଷ୍ଟରକାର୍ଡ

ଭୁବନେଶ୍ୱର,୨୫-୧: ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ପୂର୍ବକ ପ୍ରମୁଖ କମ୍ପାନୀ ମାଷ୍ଟର କାର୍ଡ ସାରା ଦେଶରେ କ୍ୟାଶଲେସ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛି। ଏହା ଦ୍ୱାରା କମ୍ପାନୀ...

ଏମ୍‌ଏସ୍‌ଏମ୍‌ଇଙ୍କୁ ମିଳିଗଲା ୪୦ହଜାର କୋଟି ବକେୟା

ନୂଆଦିଲ୍ଲୀ,୨୮-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ସମସ୍ତ ମନ୍ତ୍ରଣାଳୟ ଠାରୁ ଆସନ୍ତା ୪ ତ୍ରୈମାସ ବା ଏକ ବର୍ଷର ପୁଞ୍ଜିଗତ ବ୍ୟୟର ବିସ୍ତୃତ ଯୋଜନା ଉପସ୍ଥାପନ...

ନାସା ଯିବେ ୩ ଭାରତୀୟ ଛାତ୍ରୀଛାତ୍ର

ଚେନ୍ନାଇ ୩ ଜଣ ଭାରତୀୟ ଛାତ୍ରୀଛାତ୍ର ଆମେରିକାର ମହାକାଶ ଗବେଷଣା କେନ୍ଦ୍ର (ନାସା) ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି। ସେମାନେ ହେଲେ ତାମିଲନାଡୁର ମଦୁରାଇସ୍ଥିତ ମହାତ୍ମା...

ଘର ଦୁଆରକୁ ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ କରୁଛନ୍ତି ଡାକ୍ତରୀ ଟିମ୍‌: ସହଯୋଗ କରିବାକୁ କହିଲେ ସ୍ବତନ୍ତ୍ର ଏଡିଏମ୍‌

ଛତ୍ରପୁର, ୧୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ସହରାଞ୍ଚଳରେ ଘର ଦୁଆରେ ଡାକ୍ତରୀ ଟିମ୍‌ ତଥା ରାପିଡ୍‌ ରେସ୍‌ପନ୍ସ ଟିମ୍‌ ପହଞ୍ଚି ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ...

ପ୍ରଜ୍ଞାପନ ମେଢ଼କୁ ନେଇ ବିବାଦ:ବିରୋଧ କରିବାରୁ ବାଦ୍‌

ନୂଆଦିଲ୍ଲୀ,୩ା୧(ପି.ଟି./ ଆଇଏଏନ୍‌ଏସ୍‌):ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ସ୍ଥାନ ପାଇବାକୁ ଥିବା ପ୍ରଜ୍ଞାପନ ମେଢ଼କୁ ନେଇ ବିବାଦ ଉଠିଛି। ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ସରକାର ସେମାନଙ୍କ ପ୍ରସ୍ତାବକୁ...

ନିଶା ବ୍ୟବସାୟକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ : ଦାଦା ଗୁରୁତର, ବର୍ତ୍ତିଗଲେ ପୁତୁରା

ବାଲେଶ୍ୱର ଅଫିସ, ୨୬।୧୦: ବାଲେଶ୍ୱର ସଦର ଥାନା ଅଧୀନ ରସାଳପୁର ଛେଳିଆପଦା ଛକ ନିକଟସ୍ଥ କାଳିମଣ୍ଡପ ପଡ଼ିଆରେ ଜଣେ ଦୁର୍ବୃତ୍ତ ନିଶା ବ୍ୟବସାୟକୁ କେନ୍ଦ୍ର କରି...

ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଜ୍ଞାନକୌଶଳକୁ ଗୁରୁତ୍ୱ: ୩୩ ଶହ କୋଟିର ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୧୦: ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଜ୍ଞାନକୌଶଳକୁ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି। ମେକ୍‌ ଇନ୍‌ ଇଣ୍ଡିଆ ଅନ୍ତର୍ଗତ ୩୩ ଶହ...

ପରଲୋକରେ ଅତାବିରା ବ୍ଲକ ବିଜେଡି ସଭାପତି

ବରଗଡ଼ ଅଫିସ,୭ା୧୦: ବରଗଡ଼ ଜିଲା ଅତାବିରା ବ୍ଲକ ବିଜେଡି ସଭାପତି ଲମ୍ବୋଦର ମଲ୍ଲିକଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କ ଆକସ୍ମିକ ବିୟୋଗରେ...


Coronavirus Update

Archives

Model This Week

Why Dharitri