ଦବିଲା ପରମହଂଶ ନିକଟ ମାଛଗାଁ କେନାଲ ବନ୍ଧ: ମରାମତି କାର୍ଯ୍ୟ ଆରମ୍ଭ

କଟକ ସଦର, ୧୯।୮(ଡି.ଏନ୍‌.ଏ.): କଟକ ମାଛଗାଁ କେନାଲର ପରମହଂସ ନିକଟ ବାମପାର୍ଶ୍ୱ ବନ୍ଧଟି ସୋମବାର ରାତିରେ ହଠାତ୍‌ ଦବିଯାଇଥିଲା। ଫଳରେ ଜଗତ୍‌ସିଂହପୁର ଜଳ ସେଚନ ଡିଭିଜନର ଯନ୍ତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚି ବିରିବାଟୀ ଲକ୍‌ ନିକଟରେ ଜଳ ପ୍ରବାହକୁ ହ୍ରାସ କରିଥିଲେ। ତେଣୁ ବନ୍ଧଟି ଆସନ୍ନ ଘାଇ ହେବାରୁ ରକ୍ଷା ପାଇଯାଇଛି। ଏହି ଦବିବା ସ୍ଥାନରେ ଏକ ଆଉଟ୍‌ଲେଟ୍‌(ଶୋଠ) ରହିଛି। ଏହି ଶୋଠଟିକୁ ମାଛ ଧରାଳୀମାନେ ପଥର ଦ୍ୱାରା ଭାଙ୍ଗିଦେବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଉଛି। ମଙ୍ଗଳବାର ସକାଳେ ନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ମହାନ୍ତି, ସହକାରୀ ନିର୍ବାହୀ ଦଳପତି ମଣ୍ଡଳ, ସହକାରୀ ଯନ୍ତ୍ରୀ ସୁବୋଧ ଚନ୍ଦ୍ର ମହାପାତ୍ର ପ୍ରମୁଖ ବନ୍ଧ ନିକଟରେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ମାଛଗାଁ କେନାଲରେ ୧୨୦୦ କ୍ୟୁସେକ ପାଣି ପ୍ରବାହିତ ହେଉଥିବା ବେଳେ ବନ୍ଧ ସୁରକ୍ଷା ଦୃଷ୍ଟିରୁ ଏହାକୁ ୬୦୦ କ୍ୟୁସେକକୁ ହ୍ରାସ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଅସୁସ୍ଥ ଦନ୍ତା

କେନ୍ଦୁଝର,୨୨ା୬(ସ୍ବ.ପ୍ର.): ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଖୁଣ୍ଟା କଟା ଜଙ୍ଗଲରେ ଏବେ ୨୫ ବର୍ଷ ବୟସ୍କ ଦନ୍ତା ହାତୀ କିଛି ଦିନ ହେଲା ଅସୁସ୍ଥ...

ପଞ୍ଚାୟତ ବୈଠକରୁ ମିଳିଲାନି ସୁଫଳ, ବିଷ ପିଇଲେ ସ୍ବାମୀ

ମାଲକାନଗିରି, ୨୩ା୫(ଡି.ଏନ.ଏ.): ବସିଲା ପଞ୍ଚାୟତ, ବିଷ ପିଇଲେ ସ୍ବାମୀ ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଏମଭି -୯ ଗ୍ରାମରେ। ମୃତକ ହେଲେ ସଞ୍ଜିତ ହାଲଦାର।...

ସୁନ୍ଦରୀ ବେକରୁ ଖୋଲାଗଲା ରେଡିଓ କଲାର

ବନ୍ତଳା, ୨୨ା୨ (ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ବନ୍ତଳା ଥାନା ରାଇଗୁଡା ରେଞ୍ଜ ଏନ୍‌କ୍ଲୋଜରରେ ଥିବା ବାଘୁଣୀ ସୁନ୍ଦରୀ ବେକରୁ ଶୁକ୍ରବାର ରେଡିଓ...

କ୍ବାରାଣ୍ଟାଇନ ସେଣ୍ଟରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେଉ

କଟକ ଅଫିସ,୨୮।୪: କଟକ ନଗର ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଜିଲାପାଳଙ୍କୁ ଭେଟି ଦାବିପତ୍ର...

ସମାଜ ଗଠନରେ ଗଣମାଧ୍ୟମ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବାଲୁଗଁ।, ୧ା୧୨(ଡି.ଏନ୍‌.ଏ.) ଏକ ଆଦର୍ଶ ଓ ପରିବର୍ତ୍ତନଶୀଳ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକଙ୍କ ସତ୍ୟ, ନିରପେକ୍ଷ ଏବଂ ନିର୍ଭୀକ ଲେଖନୀ ଚାଳନା ଦ୍ୱାରା...

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ପାର୍ଶଲ ବୋଝେଇ ଟ୍ରକ

ଗଞ୍ଜାମ,୧୦ା୯(ଡି.ଏନ୍‌.ଏ.): ୧୬ ନଂ. ଜାତୀୟ ରାଜପଥ ଶନିମନ୍ଦିର ଛକ ଠାରେ ଏକ ପାର୍ଶଲ ବୋଝଇ ଟ୍ରକ୍‌ ରୋଡ୍‌ ପାର୍ଶ୍ୱରେ ଥିବା ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ...

ଚଢାଦରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି

କେନ୍ଦୁଝର,୧୩ା୪(ଡି.ଏନ୍‌.ଏ.): କରୋନା ଯୋଗୁ ଦେଶବ୍ୟାପୀ ଲକ୍‌ ଡାଉନ୍‌ ଚାଲିଥିବା ବେଳେ କେନ୍ଦୁଝର ଜିଲାର କେତେକ ଅସାଧୁ ବ୍ୟବସାୟୀ ଚଢା ଦରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା...

ଖରାରେ ସିଝୁଛି ପାଲଟପୁର

ଆରଡ଼ି, ୨୧।୫(ଡି.ଏନ.ଏ.) – ଜାରି ରହିଛି ତାତି। ଅସହ୍ୟ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଲୋକେ ଘରେ...

Advertisement
Archives

Model This Week