ଦଧିବାମନଙ୍କ ଘୋଷଯାତ୍ରା ସମ୍ପନ୍ନ

ଭଟଲି, ୪।୭(ଡି.ଏନ.ଏ) : ପଶ୍ଚିମୋକତ୍ଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲିର ଶ୍ରୀ ଶ୍ରୀ ଦଧିବାମନ ଧାମରେ ପ୍ରସିଦ୍ଧ ରଥଯାତ୍ରା ଗୁରୁବାର ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜଗତର କର୍ତ୍ତା ମହାପ୍ରଭୁ ଦଧିବାମନ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନ ଛାଡ଼ି ରଥାଋଢ଼ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ଏଥିପାଇଁ ପ୍ରତ୍ୟୁଷରୁ ପ୍ରଭୁଙ୍କ ଦୈନିକ ପୂଜାନୀତି ସମ୍ପନ୍ନ ହେବା ପରେ ସାହାଣମେଳା ହୋଇଥିଲା । ଏହାପରେ ଦଧିବାମନଙ୍କ ଘୋଷଯାତ୍ରା ପାଇଁ ପହଣ୍ଡିପୂଜା ଆରମ୍ଭ ହୋଇଥିଲା । ପହଣ୍ଡିପୂଜା ପରେ ମଙ୍ଗଳାର୍ପଣ ଶେଷ ହେବା ସହିତ ଭଟଲି ଗୌନ୍ତିଆଙ୍କ ଦ୍ୱାରା ଛେରାପହଁରା କରାଯାଥିଲା । ଏହାପରେ ଦଧିବାମନ ବଡ଼ଦାଣ୍ଡକୁ ବିଜେ କରିଥିଲେ । ମହାପ୍ରଭୁଙ୍କୁ ପୁରୋହିତମାନେ ଦୋଳିରେ ଝୁଲାଇ ଝୁଲାଇ ଶ୍ରୀମନ୍ଦିରରୁ ରଥ ନିକଟକୁ ପହଣ୍ଡ କରି ଆଣିଥିଲେ । ଦଧିବାମନ ରଥାରୋହଣ ହେବା ପରେ ତାଙ୍କୁ ବେଶ କରି ପୂଜାପାଠ ସହ ମଙ୍ଗଳ ଆଳତୀ କରାଯାଇଥିଲା । ଆଳତୀ ପରେ ନବଜନ୍ମିତ ଶିଶୁ ମାନଙ୍କ ପରମ୍ପରା ଅନୁଯାୟୀ ରଥଛୁଆଁ ଯାଇଥିଲା । ପରେ ରଥରେ ଘୋଡ଼ା ଯୋଚାହୋଇ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲା । ଶ୍ରଦ୍ଧାଳୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପରିମାଣର ପୋଲିସ କର୍ଡ଼ନ ମଧ୍ୟରେ ରଥଟଣା ହୋଇଥିଲା । ରଥ ପ୍ରାୟ ୪ଟାରେ ରଥ ପଡ଼ିଆରେ ପହଞ୍ଚତ୍ଥିଲା । ପଡ଼ିଆରେ ରଥ ପହଞ୍ଚତ୍ବା ପରେ ରଥ ଉପରେ ପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯାଇଥିଲା। ଏହି ରଥଯାତ୍ରା ଦେଖିବା ପାଇଁ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉଲକେଲା, ବଲାଙ୍ଗୀର, ସୁବର୍ଣ୍ଣପୁର, ସମେତ ପଡ଼ୋଶୀ ଛତିଶଗଡ ରାଜ୍ୟର ରାୟଗଡ଼, ରାୟପୁର, ବିଳାସପୁର, ବୈସନା, ଭିଲାଇ ଓ ମଧ୍ୟପ୍ରଦେଶ ଆଦି ସ୍ଥାନରୁ ଭକ୍ତଙ୍କ ସମାଗମ ହୋଇଥିଲା । ଏସ୍‌ଡିପିଓ ନବଟ୍‌ କିରୋ, ଭଟଲି ଥାନା ଭାରପ୍ରାପ୍ତ ଅଧିକାରୀ ଦିଲୀପ କୁମାର ବେହେରା, ଅମ୍ବାଭୋନା ଥାନା ଭାରପ୍ରାପ୍ତ ଅଧିକାରୀ ଆଲୋକ ବେହେରା, ଇନ୍ସପେକ୍ଟର ଠାକୁର ଦାଶ ମୁର୍ମୁ, ସନୟ ନାଏକ, ଏସ୍‌. କେ. ବଲିୟାର ସିଂ ପ୍ରମୁଖ ପୋଲିସ ଅଧିକାରୀ ଉପସ୍ଥିତ ରହି ଆଇନଶୃଙ୍ଖଳା ରକ୍ଷା କରିଥିଲେ । ବରଗଡ଼ ଉପଜିଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ଭଟଲି ବିଡିଓ ଧିରେନ୍ଦ୍ର ସେଠୀ, ଭଟଲି ତହସିଲଦାର ଅଞ୍ଜଳିନା ପଧାନ, ଅମ୍ବାଭୋନା ଅତିରିକ୍ତ ତହସିଲଦାର ରାମକୃଷ୍ଣ ପଣ୍ଡା ପ୍ରମୁଖ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିଲେ। ଏହାସହିତ ମନ୍ତ୍ରୀ ସୁଶାନ୍ତ ସିଂ, ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ, ଭଟଲି ବ୍ଲକ ଉପାଧ୍ୟକ୍ଷ ମଦନ ସାହୁ ଓ ଜିଲାପରିଷଦ ସଭ୍ୟ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବରଗଡ଼ ଜିଲା ଆଦିତ୍ୟ ବାହିନୀ ପକ୍ଷରୁ ତୁଳସୀ ସେବା ଯୋଗାଇ ଦିଆଯାଇଥିଲା। ସେହିପରି କୁଶନପୁରୀ ଗ୍ରାମରେ ମଧ୍ୟ ଶ୍ରୀଜୀଉଙ୍କ ଘୋଷଯାତ୍ରା ସମ୍ପନ୍ନ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?