ଦକ୍ଷ କୂଟନୀତିଜ୍ଞ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ
ସବୁ କାର୍ଯ୍ୟରେ ନିଷ୍ଠା ଓ ପ୍ରଚେଷ୍ଟା କାର୍ଯ୍ୟଦକ୍ଷତା ପ୍ରତିପାଦନ କରେ , ଯାହା କରିଛନ୍ତି ବରିଷ୍ଠ କୂଟନୀତିଜ୍ଞ ତଥା ଆମେରିକାରେ ଭାରତର ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା। ତାଙ୍କୁ ଭାରତର ୩୩ତମ ବହିର୍ବ୍ୟାପାର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଆସନ୍ତା ମାସରେ ଏବକାର ବହିର୍ବ୍ୟାପାର ସଚିବ ବିଜୟ କେଶବ ଗୋଖଲେଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଶ୍ରୀଙ୍ଗଲା ଦାୟିତ୍ୱ ଗ୍ରହଣ କରିବେ। ବୈଦେଶିକ ନୀତିରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି।
ଶ୍ରୀଙ୍ଗଲା ୧୯୮୪ରେ ଭାରତୀୟ ବୈଦେଶିକ ସେବା(ଆଇଏଫ୍‌ଏସ୍‌)ରେ ଯୋଗ ଦେଇଥିଲେ। ତାଙ୍କ କୂଟନୈତିକ କ୍ୟାରିୟର ୩୫ ବର୍ଷ ମଧ୍ୟରେ ଦେଶ ଓ ବିଦେଶରେ ସେ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ ଦକ୍ଷତାର ସହ ଦାୟିତ୍ୱ ତୁଲାଇଛନ୍ତି। ବାଂଲାଦେଶରେ ଭାରତୀୟ ହାଇ କମିଶନର ଏବଂ ଥାଇଲାଣ୍ଡରେ ଆମ୍ବାସାଡାର ଓ ୟୁନେସ୍କୋ(ଫ୍ରାନ୍ସ), ଜାତିସଂଘରେ ଭାରତର ସ୍ଥାୟୀ ମିଶନ ଭାବେ ନ୍ୟୁୟର୍କ, ଭିଏତ୍‌ନାମ,ଇସ୍ରାଏଲ ଏବଂ ଦକ୍ଷିଣ ଆଫ୍ରିକାରେ କାର୍ଯ୍ୟ କରିଛନ୍ତି। ଶ୍ରୀଙ୍ଗଲା ବହିର୍ବ୍ୟାପାର ମନ୍ତ୍ରଣାଳୟରେ ବାଂଲାଦେଶ,ଶ୍ରୀଲଙ୍କା,ମିୟାନମାର ଓ ମାଲଡେଭିସ୍‌ ଲାଗି ଯୁଗ୍ମ ସଚିବ ରହିଥିଲେ। ଏହି ସମୟରେ ଭାରତ-ବାଂଲାଦେଶ ସଂଯୁକ୍ତ ସୀମା କାର୍ଯ୍ୟକାରୀ ଗ୍ରୁପର ସହ ଅଧ୍ୟକ୍ଷ ରହିବା ସହ ଦୁଇଦେଶ ମଧ୍ୟରେ ଲ୍ୟାଣ୍ଡ ବାଉଣ୍ଡାରି ଏଗ୍ରିମେଣ୍ଟକୁ ଚୂଡାନ୍ତ ରୂପ ଦେବା ଥିଲା ତାଙ୍କ ସଫଳତାର ଆଉ ଏକ ସ୍ବାକ୍ଷର। ଏହି ମନ୍ତ୍ରଣାଳୟରେ ସେ ଜାତିସଂଘର ପଲିଟିକାଲ ଓ ସାର୍କ ଡିଭିଜନର ମୁଖ୍ୟ ଭାବେ ଭାରତର ପକ୍ଷକୁ ମଜଭୂତ କରିପାରିିଥିଲେ । ଏସବୁ ପୂର୍ବରୁ ପ୍ରଥମେ ନଦର୍ନ ଡିଭିଜନର ନିର୍ଦ୍ଦେଶକ ଭାବେ ସେ ନେପାଳ ଏବଂ ଭୁଟାନ ସହିତ କାର୍ଯ୍ୟ କରିବା ସହ ୟୁରୋପ ଓ୍ବେଷ୍ଟ ଡିଭିଜନର ଉପ ସଚିବ ରହିଥିଲେ।
ଏହାପରେ ରାଷ୍ଟ୍ରଦୂତ କାର୍ଯ୍ୟଭାର ନିଜ ମୁଣ୍ଡକୁ ନେଇଥିତ୍ଲେ ଶ୍ରୀଙ୍ଗଲା। ଜାନୁୟାରୀ ୨୦୧୪ରେ ପ୍ରଥମେ ଥାଇଲାଣ୍ଡରେ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇ ଜାନୁୟାରୀ ୨୦୧୬ ଯାଏ କାର୍ଯ୍ୟ କରିଥିଲେ। ଥାଇଲାଣ୍ଡରେ ସବୁଠୁ କମ୍‌ ବୟସରେ ରାଷ୍ଟ୍ରଦୂତ ହେବାରେ ଗୌରବ ହାସଲ କରିବାରେ ଶ୍ରୀଙ୍ଗଲା ହେଉଛନ୍ତି ପ୍ରଥମ ଭାରତୀୟ । ପରେ ଜାନୁୟାରୀ ୨୦୧୬ରୁ ଜାନୁୟାରୀ ୨୦୧୯ ବାଂଲାଦେଶରେ ଭାରତୀୟ ରାଷ୍ଟ୍ରଦୂତ ରହିଥିବା ସମୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସର୍ମ୍ପକରେ ଅଭୂତପୂର୍ବ ଅଗ୍ରଗତି ତାଙ୍କ ଦକ୍ଷତାର ସାକ୍ଷୀ। ତାଙ୍କ ପ୍ରଚେଷ୍ଟାରେ ୨୦୧୭ ଏପ୍ରିଲରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଭାରତ ଗସ୍ତରେ ଆସିଥିଲେ ଓ ଏହାକୁ ଦ୍ୱିପାକ୍ଷିକ ସମ୍ପର୍କର ସୁବର୍ଣ୍ଣ ଯୁଗ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିହିତ କରିଥିଲେ। ତାଙ୍କ ଉପରେ ଦେଶ ଆହୁରି ଭରସା କରିଥିଲା ଯେତେବେଳେ ୫୫ ବର୍ଷ ବୟସରେ ସେ ଜାନୁୟାରୀ ୨୦୧୯ରେ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଥିଲେ। ଆମେରିକାରେ ସର୍ବ କନିଷ୍ଟ ରାଷ୍ଟ୍ରଦୂତ ହେବାରେ ବି ସେ ହେଉଛନ୍ତି ପ୍ରଥମ ଭାରତୀୟ। ସେବେଠାରୁ ସେ ଭାରତ- ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ନେଇପାରିଛନ୍ତି। ପାକିସ୍ତାନର ସୀମାପାର ଆତଙ୍କବାଦ ବିରୋଧରେ ଦୁଇ ଦେଶକୁ ଏକାଠି କରିବାର ଶ୍ରେୟ ମିଳିଛି ଶ୍ରୀଙ୍ଗଲାଙ୍କୁ। ଭିସା ଜାଲିଆତିରେ ଅଭିଯୁକ୍ତ ୧୨୯ ଭାରତୀୟଙ୍କୁ ମୁକ୍ତି କରିବାରେ ତାଙ୍କ ଭୂମିକା ସ୍ବୀକାର୍ଯ୍ୟ। ହାଭାର୍ଡ କେନେଡି ସ୍କୁଲରେ ଛାତ୍ର ଓ ଶିକ୍ଷକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ,ଭାରତୀୟ ଅର୍ଥନୀତିର ରଥ ଭାରତକୁ ସୁପରପାଓ୍ବାର ଆଡକୁ ବାଟ କଢାଇନେବ। ଭାରତ ୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଇକୋନୋମୀରେ ପହଞ୍ଚିବ ବୋଲି ସେ ଆଶାବାଦୀ।
ଆନ୍ତର୍ଜାତିକ ଅର୍ଥନୀତି, ଜଳବାୟୁ ପରିବର୍ତ୍ତନ,ଭାରତ- ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଓ କୂଟନୀତି ସମ୍ପର୍କିତ ଲେଖା ତାଙ୍କ ଲେଖକୀୟ ପରିଚୟ ପ୍ରଦାନ କରେ। ଖବରକାଗଜ ଓ ବିଭିନ୍ନ ପତ୍ରିକାରେ ପ୍ରକାଶିତ ତାଙ୍କର ପ୍ରତିଟି ଲେଖା ତାଙ୍କ ଉଚ୍ଚ ଭାବନାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ। କ୍ୟାରିୟରରେ ଉକତ୍ର୍ଷତା ଲାଭ ଓ ଦେଶ ଲାଗି ତାଙ୍କ ନିରନ୍ତର ସେବା ନିମନ୍ତେ ଆଜମେରର ମାୟୋ କଲେଜ ପକ୍ଷରୁ ତା’ର ଏହି ପୂର୍ବତନ ଛାତ୍ରଙ୍କୁ ୨୦୧୭ରେ ଜେଟି ଗିବଶନ ପୁରସ୍କାର ପ୍ରଦାନ କରାଯାଇଛି। ସିକିମର ଆସିଏଫ୍‌ଏଆଇ ୟୁନିଭର୍ସିଟି ତାଙ୍କୁ ସମ୍ମାନ ସୂଚକ ଡ୍ଯଯରେଟ ଡିଗ୍ରୀ ମଧ୍ୟ ପ୍ରଦାନ କରିଛି।
ଶ୍ରୀଙ୍ଗଲା ୧ ମଇ ୧୯୬୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସ୍ତ୍ରୀ ହେମାଲ ଓ ଗୋଟିଏ ସନ୍ତାନକୁ ନେଇ ତାଙ୍କ ପରିବାର। ରାଜସ୍ଥାନର ଆଜମେରସ୍ଥିତ ମାୟୋ କଲେଜରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେଣ୍ଟ୍‌ ଷ୍ଟିଫେନ୍ସ କଲେଜ , ଦିଲ୍ଲୀ ବିିଶ୍ୱବିଦ୍ୟାଳୟରୁ ସ୍ନାତକ(ସମ୍ମାନ) ହାସଲ କରିଛନ୍ତି। ଭାରତୀୟ ବିଦେଶ ସେବାରେ ଯୋଗ ଦେବା ପୂର୍ବରୁ ଶ୍ରୀଙ୍ଗଲା କର୍ପୋରେଟ୍‌ ସେକ୍ଟର୍‌ରେ କାର୍ଯ୍ୟ କରୁଥିଲେ। ଶ୍ରୀଙ୍ଗଲା ଇଂଲିଶ ଓ ଭାରତୀୟ ଭାଷା ବ୍ୟତୀତ ଫ୍ରେଞ୍ଚ,ଭିଏତ୍‌ନାମିଜ୍‌, ନେପାଳି ଭାଷାରେ ବି କଥା ହୋଇପାରନ୍ତି। ସେ ବୈଦେଶିକ ନୀତିଠାରୁ ଆରମ୍ଭ କରି ସାଂସ୍କୃତିକ କୂଟନୀତି ଯାଏ ସବୁ କ୍ଷେତ୍ରରେ ବକ୍ତୃତା ପ୍ରଦାନ ଓ ଛାତ୍ର,ଶିକ୍ଷକ, ଉଦ୍ୟୋଗପତି,ସିଇଓ,ବୈଜ୍ଞାନିକ, ରାଜନେତା,ବୁଦ୍ଧିଜୀବୀ ତଥା କୂଟନୀତିଜ୍ଞଙ୍କ ସହ ବୌଦ୍ଧିକ ଆଲେଚନା କରିବା ତାଙ୍କ ବହୁମୁଖୀ ପ୍ରତିଭାର ଏକ ପରିଚୟ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?