ଦଇବ ସାଧିଲା ଦାଉ: ମା’ଙ୍କୁ ହରାଇ ଦୁଇ ଝିଅ ଅନାଥ; ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ପାଟଣା, ୧୦।୧୧(ସ୍ବ.ପ୍ର.)-ଦଇବ ସାଧିଛି ଦାଉ। ପ୍ରଥମେ ବାପା ଆରପାରିକୁ ଚାଲିଯାଇଥିବାବେଳେ ଶୁକ୍ରବାର ମା’ଙ୍କ ଅକାଳ ମୃତ୍ୟୁ ଘଟିଛି । ଫଳରେ ଦୁଇ ନିଷ୍ପାପ ଶିଶୁ ଅନାଥ ହୋଇଯାଇଛନ୍ତି। ସେମାନଙ୍କୁ ଆହା ପଦେ କହିବାକୁ କେହି ନାହାନ୍ତି ା ସେହି ପିଲାଦ୍ୱୟଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଇଛି ବୋଲି ଗ୍ରାମବାସୀ କହିଛନ୍ତି ା
ସମ୍ପୂର୍ଣ୍ଣ ଘଟଣାଟି ଏମିତି.. ା କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସଁରାପଶି ଗ୍ରାମର ମଲ୍ଲୀ ମୁଣ୍ଡାଙ୍କ ମୃତଦେହକୁ ଶୁକ୍ରବାର ସରାସକୋଲା ପଞ୍ଚାୟତ ଝିଞ୍ଜିରିନାଳୀ ଗ୍ରାମ ପୋଖରୀରୁ ଉଦ୍ଧାର କରାଯାଇଥିଲା ା ମଲ୍ଲୀଙ୍କ ଦୁଇ ଝିଅ ସରସ୍ବତୀ (୧୨) ଓ ବୈଶାଖୀ (୮) ମା’ଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ା ଆଜିକୁ ୫ରୁ୬ବର୍ଷ ତଳେ ସେମାନଙ୍କ ବାପା ବୃନ୍ଦା ମୁଣ୍ଡାଙ୍କ ଦେହାନ୍ତ ହୋଇଥିଲା ା ଏହାପରେ ମଲ୍ଲୀ ଦିନମଜୁରିଆ ଭାବେ କାମକରି ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କ ପରିବାର ଚଳୁଥିଲା। ହେଲେ ମଲ୍ଲୀଙ୍କ ଦେହାନ୍ତ ପରେ ସରସ୍ବତୀ ଓ ବୈଶାଖୀ କ’ଣ କରିବେ ଚିନ୍ତା କରି ପାରିନାହାନ୍ତି ା ଏହି ଦୁଇ ଝିଅ ଏବେ ସାହି ପଡିଶାଙ୍କ ଘରେ ରହିବା ସହ ସେମାନଙ୍କ ହାତଟେକା ସହାୟତାରେ ଚଳୁଛନ୍ତି। ସରସ୍ବତୀ ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ବୈଶାଖୀ ସାଧୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢ଼ୁଛନ୍ତି। ମା’ ମଲ୍ଲୀଙ୍କ ମୃତ୍ୟୁ ପରେ ଦୁଇ ଝିଅଙ୍କ ପାଠ ପଢା ଆଉ ପ୍ରତିପୋଷଣ ନେଇ ଗ୍ରାମବାସୀ ଚିନ୍ତାରେ ପଡିଛନ୍ତି। ଏହି ୨ ଅନାଥ ଝିଅଙ୍କ ନିକଟରେ କୌଣସି ସରକାରୀ ସହାୟତା ପହଞ୍ଚି ପାରି ନାହିଁ ା କୌଣସି ଜନପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ ତାଙ୍କୁ ସମବେଦନା ବି ଜଣାଇନାହାନ୍ତି ା ଏଥିନେଇ ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକଙ୍କୁ ଯୋଗାଯୋଗ କରିବାରୁ ପିଲା ଦୁହିଁଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ । ସେମାନଙ୍କ ପାଠ ପଢାର ସୁବିଧା ପାଇଁ କୌଣସି ଏକ ହଷ୍ଟେଲର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଏଇ ଦୁଇ ନିଷ୍ପାପ ଶିଶୁଙ୍କ ଥଇଥାନ ଓ ଭବିଷ୍ୟତ ନେଇ ଜିଲା ପ୍ରଶାସନ ଓ ଶିଶୁ ସୁରକ୍ଷା ସମିତି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଏହି ଦୁଇ ନାବାଳିକାଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ସହାୟତା ରାଶି ପ୍ରଦାନ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଗସ୍ତରେ ନୀତି ଆୟୋଗ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ, ବିଭିନ୍ନ କାର୍ଯ୍ୟର ତଦାରଖ

କେନ୍ଦୁଝର,୧୦ା୧୨(ସ୍ବ.ପ୍ର.): ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପରମେଶ୍ୱରନ ଆୟାରଙ୍କ ନେତୃତ୍ୱରେ ଆୟୋଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଶନିବାର କେନ୍ଦୁଝର ଗସ୍ତ କରି ବିଭିନ୍ନ...

କାର୍ଯ୍ୟକାରୀ ହେଉନି ଜିଲାପାଳଙ୍କ ନିର୍ଦ୍ଦେଶ: ଶିଶୁ ପାର୍କରେ ଝୁଲୁଛି ତାଲା

ଆନନ୍ଦପୁର,୨୬। ୮(ସ୍ବ.ପ୍ର.)- ଆନନ୍ଦପୁର ଶିଶୁ ପାର୍କରେ ଝୁଲୁଛି ତାଲା। ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ କରାଯାଇ ନିବନିର୍ମିତ ଶିଶୁ ପାର୍କ ଗତ ସାଧାରଣ ନିର୍ବାଚନର ଠିକ୍‌...

ବେଧଡକ ଚାଲିଛି ଗୋଚାଲାଣ : ୧ ଗୋରୁ ମୃତ, ୨୭ ଉଦ୍ଧାର

କେନ୍ଦୁଝର, ୧୯ା୨ (ସ୍ବ.ପ୍ର.)-ବ୍ୟାପକ ଧରପଗଡ ସତ୍ତ୍ୱେ କେନ୍ଦୁଝର ଜିଲା ଦେଇ ବାହାର ରାଜ୍ୟ ଓ ଦେଶକୁ ଗୋଚାଲାଣ ବନ୍ଦ ହେଉ ନ ଥିବାରୁ ଅସନ୍ତୋଷ ବଢିବାରେ...

ପାଟଣାରେ କରୋନା ଯୋଦ୍ଧାଙ୍କୁ ଟିକାକରଣ

ପାଟଣା,୧୮।୧( ସ୍ବ.ପ୍ର):କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାରଠାରୁ କରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦେବାର ବ୍ୟବସ୍ଥା...

ରେଳ ଯାତ୍ରୀଙ୍କ ସମସ୍ୟା ସମାଧାନ କରିବ ୧୮୨ ଟୋଲ୍‌ ଫ୍ରି ନଂ

କେନ୍ଦୁଝର,୫।୯:(ସ୍ବ.ପ୍ର.):କେନ୍ଦୁଝର ରେଳବାଇ ସୁରକ୍ଷା ବଳ ପକ୍ଷରୁ ଯାତ୍ରୀ ଜନଜାଗରଣ କାର୍ଯ୍ୟକ୍ରମ ଗୁରୁବାର କେନ୍ଦୁଝର ରେଳଷ୍ଟେଶନଠାରେ ଅନୁଷ୍ଠିତ ହୋଇଯାଇଛି। ଆରପିଏଫ ଅମରେଶ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି...

ଅଶ୍ଲୀଳ ମେସେଜ ପଠାଇ ଯୁବକ ଗିରଫ

ଚମ୍ପୁଆ,୧୯ା ୫(ଡି.ଏନ.ଏ)-କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳର ଏକ ବିବାହିତା ମହିଳାଙ୍କୁ ଅଶ୍ଲୀଳ ଭିଡିଓ ଓ ମେସେଜ ପଠାଇ ବାରମ୍ବାର ହଇରାଣ ହରକତ କରୁଥିବାରୁ ଜଣେ...

ଦୁର୍ଘଟଣା: ଯୋଡ଼ା ପୌରପାଳିକାର ୫ କର୍ମଚାରୀ ଆହତ

ଯୋଡ଼ା,୨୫ା୧(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କରଣସାହିଠାରେ ଗୁରୁବାର ରାତିରେ ଏକ ବୋଲେରୋ ଦୁର୍ଘଟଣାରେ ଯୋଡ଼ା ପୌରପାଳିକାର ୫ କର୍ମଚାରୀ ଆହତ...

ଏନ୍‌ଏଚ୍‌ ୪୯ ଅବରୋଧ

କେନ୍ଦୁଝର,୧୦।୧୦(ସ୍ବ.ପ୍ର.): କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ବୋମା ମାଡ଼ ପ୍ରତିବାଦରେ କେନ୍ଦୁଝରରେ ଟାୟାର ଜାଳି ଭାଜପା ପକ୍ଷରୁ ରାସ୍ତାରୋକୋ କରାଯାଇଛି। ଏନ୍‌ଏଚ୍‌...

Advertisement
Archives

Model This Week