ଥୁଆମୁଳ ରାମପୁର ବ୍ଲକରେ ସ୍ବାସ୍ଥ୍ୟ ସେବା ଅପହଁଚ୍‌: ଭଗବାନ ଭରସାରେ ଅଂଚଲର ରୁଗୀ

ଭବାନୀପାଟଣା,୨୯।୫(ଡି.ଏନ.ଏ.): ପାହାଡ଼ ଜଂଗଲ ଘେରା କଳାହାଣ୍ଡି ଜିଲାର ଥୁଆମୁଳ ରାମପୁର ବ୍ଲକରେ ପାଖାପାଖି ୭୫ ଭାଗ ଆଦିବାସୀ ଲୋକ୍‌ ବାସ କରୁଛନ୍‌। ବ୍ଲକର ଅନେକ ଗାଁବାସୀ ଆଏଜ୍‌ ବି ମଉଲିକ ସୁବିଧା ସୁଯୋଗରୁ ବଁଚିତ ହେଇ ରହିଛନ୍‌। ଇ ଅଂଚଲ ଭୁଖମରି, ପିଲା ବିକ୍‌ରି, ରୋଗ୍‌ବାଗ୍‌ ଜନିତ ମୁରତୁରେ ଆଗରୁ ନାଁ କମେଇଛେ।
ସୂଚନା ହିସାବେ ଥୁ.ରାମପୁର ବ୍ଲକର ୧୭ରୁ ଅଧ୍‌କା ଗଁା ଇନ୍ଦ୍ରାବତୀ ଜଲ ଭଣ୍ଡାର ଭିତରେ ରହିଛେ। ଇ ଗଁାବାସୀମାନେ ସବୁପରକାର ମଉଲିକ ସୁବିଧା ସୁଯୋଗରୁ ବଁଚିତ ହେଇ ରହିଛନ୍‌। ଖାଏଦ୍‌ ଅଭାବୁ ଇମାନେ ଜଂଗଲି କଁଦା, ଫଲମୁଲ, ଆମ୍‌ ଟଁାକୁଆ, ଜଂଗଲି ଶାଗ୍‌ ଖାଉଛନ୍‌। ସେନ୍‌ତା ଜଂଗଲର ନାଲ ନଲିଆ, ଝରନ୍‌ର ପାଏନ୍‌କେ ପିଇବା ଖାଏବାରେ ବେଭାର କରୁଛନ୍‌। ଗୁଟେ ଜାଗାର ପାଏନ୍‌କେ ଗାଈଗୋରୁ, ଛେଲମେଢ଼ି, ଜଂଗଲି ଜଁତୁ, ମୁନୁଷ ବେଭାର କରୁଛନ୍‌। ଯେନ୍‌ଥିରଲାଗି ଅଂଚଲବାସୀ ଅନେକ୍‌ ପରକାର ରୋଗ୍‌ବାଗ୍‌ରେ ପଡ଼ୁଛନ୍‌। ଇଠାନେ ଝାଡ଼ାବଁାତି ଲେଖେଁ ରୋଗ୍‌ ଦେଖାଦେଲେ ଅଲପ୍‌ ଦିନ୍‌ ଭିତରେ ଉନିଅଁା ଗଁାମାନକେ ବହପି ଯାଉଛେ। ସେନ୍‌ତା ରାସ୍‌ତାଘାଟ ଅଭାବ ସଂଗେ ଚିକିସତ୍ା ସୁବିଧା ଅଭାବୁ ଅନେକ ସମିଆରେ ଲୋକ୍‌ ରୋଗ୍‌ରେ ପଡ଼ି ମରୁଛନ୍‌। ଇତାକେ ଧିଆନ୍‌ରେ ରଖି ରାଏଜ୍‌ ସରକାର ଅଡ୍ରିଠାନେ ‘ଓଭା’, କେରପାଇ ଆର କାଣିଗୁମା ଠାନେ ‘ସ୍ବରାଜ’, ନାକରୁଣ୍ଡିରେ ‘ସେବା’ ଲେଖେଁ ବେସରକାରୀ ଅନୁଷ୍ଠାନର ସାହାଯ୍‌ରେ ସ୍ବାସ୍ଥ୍ୟ ସେବା ଯୁଗେଇ ଦେଉଛନ୍‌। ହେଲେ ଇ ସ୍ବାସ୍ଥ୍ୟ କେନ୍ଦ୍ରମାନକେ ଦରକାର ହିସାବେ କରମଚାରୀ ନଁାଇଁନ, ଯେନ୍‌ଥିରଲାଗି ରୁଗୀ ନାନା ପରକାର ସମସିଆର ସାମନା କରୁଛନ୍‌। ବ୍ଲକର ଥୁ.ରାମପୁର, ଗୋପାଳପୁର, ବଡ଼ଛତ୍ରଙ୍ଗ, ଅଡ୍ରି, ନାକରୁଣ୍ଡି, ମହୁଲପାଟଣା ଆର ଗୋପିନାଥପୁର ସ୍ବାସ୍ଥ୍ୟ ଉପକେନ୍ଦ୍ରମାନକେ ମହିଲା ଆର ପୁରୁଷ ସ୍ବାସ୍ଥ୍ୟ କରମୀକଁର ଘୋର ଅଭାବ ରହିଛେ। ସେନ୍‌ତା ଖୋଦ୍‌ ଥୁ.ରାମପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବେବସ୍‌ତା ଅତି ଦୁରବଲ। ଇଠାନେ ଆଏଜ୍‌ତକ ଝନେ ବି ବିଶେଷଜ୍ଞ ଡାକ୍‌ତର ନିଯୁକ୍ତ ନାଇଁ ହେଇପାରି। ଡାକ୍‌ତରଖାନାରେ ୬ ଝନ୍‌ ଡାକ୍‌ତର ନିୟୋଜିତ ହେବାର ବେବସ୍‌ତା ଥିଲେ ବି ୨ ଝନ୍‌ ଡାକ୍‌ତରରେ ରୁଗୀସେବା ଚାଲିଛେ। ସେନ୍‌ତା ୮ ଝନ୍‌ ଏ.ଏନ୍‌.ଏମ୍‌ ଜାଗାରେ ୩ ଝନ୍‌ ରହିଛନ୍‌। ଡାକ୍‌ତରଖାନାରେ ଏହେଦେ ବି ଗୁଟେ ଶବ ବୁହା ଗାଡ଼ିର ଅଭାବ ରହିଛେ। ସେନ୍‌ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କରମଚାରୀକର ରହିବାର ଲାଗି ଘର ନଁାଇଁନ। ଯେନ୍‌କେତେ ଘର ଅଛେ ସେଟା ବି ବିପଦ ଅବସ୍‌ତାରେ ରହିଛେ। ଏନ୍‌ତାଥି ଡାକ୍‌ତର, କରମଚାରୀମାନେ ନିଜର ଜୀବନ୍‌କେ ପାଏନ୍‌ଛଡ଼େଇ ଇ ଘରମାନକେ ରହୁଛନ୍‌। ଆଗ୍‌କେ ବରଷା ଦିନ୍‌ ଆସୁଛେ, ଇ ସମିଆରେ ଅଂଚଲରେ ଝାଡ଼ାବଁାତି, ମ୍ୟାଲେରିଆ ହେବାର ବହୁତ୍‌ ସମ୍‌ଭାବନା ରହିଛେ। ଇ ଦିଗେ ଜିଲା ପରଶାସନ ଆର ସ୍ବାସ୍ଥ୍ୟ ବିଭାଗ ଆଗତୁରା ସଜାଗ ରହି ପଦକ୍ଷେପ ନେବାକେ ଅଂଚଲବାସୀ ଦାବି କରିଛନ୍‌। ନାଇଁହେଲେ ଇ ସମିଆରେ ଚିକିସତ୍ା ଅଭାବୁ କେତେ ଲୁକ୍‌କର ଜୀବନ୍‌ ଯିବା କିଛି କହି ନାଇଁହୁଏ। ଇ ବାବ୍‌ଦେ ସିଡିଏମ୍‌ଓ ଡା.ବନଲତା ଦେବୀକୁଁ ପଚରାଲାରୁ ସ୍ବାସ୍ଥ୍ୟ କେନ୍ଦ୍ର ଆର କରମଚାରୀକର ଘର ସମସିଆ ବାବ୍‌ଦେ ବିଭାଗୀୟ ଉଚ କତୁରପକ୍ଷକୁଁ କହିଛେଁ। ନିରବାଚନ ଆଚରନବିଧି ଲାଗି ସମସିଆର ସମାଧାନରେ ବିଲମ୍‌ ହେଇଛେ। ଯେତେ ଜଲ୍‌ଦି ହେବା ସମସିଆର ସମାଧାନ ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ରୀମ ଦରମା ନେବାକୁ ମନାକଲେ ଭିମସାର ଡାକ୍ତର

ସମ୍ବଲପୁର, ୩୦।୩ (ବ୍ୟୁରୋ)-କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷେ ନିଷ୍ଠାପର ସେବା ପାଇଁ ସ୍ବାସ୍ଥ୍ୟ...

ତେଲେଙ୍ଗାନା ଇଟାଭାଟିରେ ୪୧ଶ୍ରମିକ

ନୂଆପଡା ଅଫିସ,୨୯ା୩- ସାରା ଦେଶରେ ଲକଡାଉନ। ଆଗକୁ କଅଣ ହେବ ଅନିଶ୍ଚିତତା ମଧ୍ୟରେ ଲୋକ ଜୀବନ ବଞ୍ଚାଇବାକୁ ରାହା ଖୋକୁଛନ୍ତି। ଏଭଳି  ସ୍ଥିତିରେ ରାଜ୍ୟ ବାହାରେ...

କାନ୍ଦି କାନ୍ଦି ଟ୍ରେନ୍‌ ଆଗକୁ ଡେଇଁପଡ଼ିଲେ ଯୁବତୀ

ରେଢାଖୋଲ,୧୩।୧୧(ଡି.ଏନ୍‌.ଏ.): ରେଢାଖୋଲ ରେଳ ଷ୍ଟେଶନ ନିକଟରେ ଶନିବାର ଜଣେ ଯୁବତୀ ଏକ ମାଲବାହୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ରେଳବାଇ ପୋଲିସ ଯୁବତୀଙ୍କ ମୃତଦେହ...

ବର୍ଜ୍ୟବସ୍ତୁରୁ ଆୟ କରୁଛି ଏସ୍‌ଏମସି

ସମ୍ବଲପୁର,୩ା୪(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମାଇକ୍ରୋ କମ୍ପୋଷ୍ଟ ପ୍ଳାଣ୍ଟ ଆରମ୍ଭ କରାଯାଇଥିଲା। ପ୍ରାୟ ୩ ବର୍ଷରେ ଏସ୍‌ଏମସି ଅଧୀନ ବିଭିନ୍ନ...

ଚିକିସତ୍ା ଲାଗି ଟଁକା ବାଧକ୍‌ ଅଜନା ରୋଗ୍‌ରେ ପୀଡ଼ିତ ଅଶୋକ

ଲାଠୋର, ୨୮ା୪(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ ସାନଗୁର୍ଜିଭଟା ପାଲିପଡ଼ାର ଅଶୋକ ବର୍ଗେ(୩୦)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ହେଇ...

ପାଉଚ ମଦରେ ନିଆଁ ଲଗାଇଲେ ମହିଳା

ବୌଦ୍ଧ, ୨୩।୭.(ସ୍ବ.ପ୍ର.)-ବୌଦ୍ଧ ଜିଲାରେ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ କରିଛନ୍ତି। ଜିଲାରେ ବହୁ ସଂଖ୍ୟାରେ କୁଚିଆ ମଦ ଦୋକାନ ଖୋଲାଯାଇ ଦେଶୀ, ବିଦେଶୀ ମଦ ବିକ୍ରି...

ଖଡ଼ିଆଳରେ କଂଗ୍ରେସ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୬ଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଖଡ଼ିଆଳ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଆଗରେ ରହିଛନ୍ତି। ଅଧିରାଜ ୧୦୨୨୩ ଭୋଟ...

୯୯% ଲକ୍ଷ୍ୟ, ୭୧%ଙ୍କୁ ମିଳିଛି ନିଯୁକ୍ତି

ସମ୍ବଲପୁର,୨୯।୧(ବ୍ୟୁରୋ): ଚଳିତ ଶିକ୍ଷାବର୍ଷ ଶେଷ ହୋଇନାହିଁ, ହେଲେ ଶେଷ ବର୍ଷର ୭୧ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ କମ୍ପାନୀ ପକ୍ଷରୁ ନିଯୁକ୍ତ ଦେବାକୁ ଅଫର ଦିଆସରିଛି। ସମ୍ବଲପୁର...

Advertisement
Archives

Model This Week