ଥିଏଟର କଳାକାରଙ୍କ ପାଇଁ ଆଗେଇ ଆସିଲେ ଭାଇଜାନ

ମୁମ୍ବାଇ: କରୋନା ମହାମାରୀକୁ ନେଇ ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଏହି ସମୟରେ ଅନେକ ଲୋକ ସେମାନଙ୍କର ରୋଜଗାର ହରାଇଥିବା ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଉ ଏହି ସମୟରେ ସହଯୋଗର ହାତ ବଢାଇଛନ୍ତି ବଲିଉଡ୍‌ର ଅଧିକାଂଶ ସେଲିବ୍ରିଟି। ସବୁବେଳେ ସମସ୍ତଙ୍କ ପାଇଁ ସହଯୋଗର ହାତ ବଢାଇଥିବା ସଲମାନ ଖାଁ ମଧ୍ୟ ପଛରେ ନାହାନ୍ତି। ସବୁ ସମୟରେ ସେ ଖୋଲା ହୃଦୟରେ ଦାନ କରିଆସିଛନ୍ତି। ନିକଟରେ କରୋନା ଯୋଦ୍ଧାଙ୍କୁ ପ୍ରାୟ ୧ ଲକ୍ଷ ସାନିଟାଇଚର ବାଣ୍ଟିଥିବା ସଲମାନ ଏବେ ପୁଣିଥରେ ଥିଏଟର କଳାକାରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏକଥା ପ୍ରକାଶ କରିଛନ୍ତି ଯୁବ ସେନା ନେତା ରାହୁଲ କନଲ। ନିକଟରେ ରାହୁଲ ଏକ ଓ୍ବେବସାଇଟକୁ ଦେଇଥିବା ସାକ୍ଷାତ୍‌କାରରେ କହିଛନ୍ତି, ଶ୍ରୀ ଶିବାଜୀ ମନ୍ଦିର ନାଟ୍ୟଗୃହ କଳାକାର ଓ ଟେକ୍ନିସିଆନଙ୍କ ଦୂରାବସ୍ଥା କଥା ଶୁଣିଲେ ସେତେବେଳେ ସେ ଏକଥା ସଲମାନଙ୍କ କାନରେ ପକାଇଲେ। ଆଉ ସଲମାନ କାଳ ବିଳମ୍ବ ନ କରି ସେମାନଙ୍କୁ ସାହାଯ୍ୟ କରିବାକୁ ଚାଲି ଆସିଲେ। ଏହି ନାଟ୍ୟ କଳାକାର ଓ ଟେକ୍ନିସିଆନଙ୍କ ପାଇଁ ବଲିଉଡ୍‌ ଭାଇଜାନ ସଲମାନ ଏକ ରାଶନ କିଟ ପ୍ରଦାନ କରିଛନ୍ତି ବୋଲି ରାହୁଲ କହିଛନ୍ତି। ଏଥିରେ ଚାଉଳ, ଅଟା, ପନିପରିବା, ତେଲ, ଲୁଣ, ମସଲା ଓ ଚା’ ପତି ରହିଛି। ଅନ୍ୟପଟେ ବଲିଉଡ୍‌ ଅଭିନେତା ଅଲି ଫଜଲ ଏବେ ଥିଏଟର କଳାକାରଙ୍କର ଏକ ଡାଟାବେସ ପ୍ରସ୍ତୁତ କରୁଛନ୍ତି। ସେ କହିଛନ୍ତି ଯେଉଁ ଥିଏଟର କଳାକାରଙ୍କର ସାହାଯ୍ୟ ଆବଶ୍ୟକ ରହିଛି ସେମିତି କିଛି ଫୋନ୍‌ ନମ୍ବର ଯୋଗାଡ କରାଯାଉଛି। ପରେ ଏମାନଙ୍କୁ ସାହାଯ୍ୟ କରାଯିବ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri