ଅନୁଗୋଳ ଅଫିସ, ୧ା୧୧-ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସର୍ଭେ ପାଇଁ ଏକ କମ୍ପ୍ୟୁଟର ସଂସ୍ଥାରୁ ଆସିଥିବା କହି ଦୁଇ ଯୁବକ ଗତ ୨୯ ତାରିଖରେ ଅନୁଗୋଳ ମହିଳା ମହାବିଦ୍ୟାଳୟରୁ ଡାଟା ନେଇଯାଇଥିବା କର୍ତ୍ତୃପକ୍ଷ ଗୁରୁବାର ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରଛନ୍ତି। ତେବେ ପୋଲିସ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଡାକି ପଚରା ଉଚରା କରି ଛାଡ଼ି ଦେଇଥିବା ସୂଚନା ମିଳିଛି।
ଅଭିଯୋଗରୁ ପ୍ରକାଶ ଯେ, ଗତ ୨୯ ତାରିଖ ପୂର୍ବାହ୍ନରେ ଅନୁଗୋଳ ମହିଳା ମହାବିଦ୍ୟାଳୟକୁ ଦୁଇ ଯୁବକ ଆସିଥିଲେ। ଏକ କମ୍ପ୍ୟୁଟର ସଂସ୍ଥାର କର୍ମଚାରୀ ପରିଚୟ ଦେବା ସହ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆସିଛୁ ବୋଲି କଲେଜ କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏପରି କି ସର୍ଭେରେ ସବୁ ତଥ୍ୟ ଠିକ୍ ଥିଲେ କଲେଜକୁ ପୁରସ୍କାର ମିଳିବ ବୋଲି ସୂଚନା ଦେଇଥିଲେ। ଦୁହେଁ ସେମାନଙ୍କ ମୋବାଇଲ ନମ୍ବର ମଧ୍ୟ ଦେଇଥିଲେ। ଏହାପରେ ସେମାନେ ମହାବିଦ୍ୟାଳୟରେ ଅଧ୍ୟୟନରତ କେତେଜଣ ଛାତ୍ରୀଙ୍କ ଫଟୋ, ମୋବାଇଲ ନମ୍ବର ଓ ଠିକଣା ସଂଗ୍ରହ କରିଥିଲେ। ତେବେ କୌଣସି କାରଣରୁ କର୍ତ୍ତୃପକ୍ଷଙ୍କ ସନ୍ଦେହ ହେବାରୁ ଯୁବକ ଦ୍ୱୟ କୌଶଳର ସହିତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପରେ କର୍ତ୍ତୃପକ୍ଷ ଦୁହଁିଙ୍କୁ ଯୋଗଯୋଗ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ଶେଷରେ କଲେଜ କର୍ତ୍ତୃପକ୍ଷ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ଜଣଙ୍କର ସନ୍ଧାନ ପାଇବା ସହ ଥାନାକୁ ଡକାଇ ପଚରା ଉଚରା କରି ଛାଡ଼ି ଦେଇଥିବା ଜଣାପଡ଼ିଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ସଙ୍ଗୀତା ଦାସ କହିଛନ୍ତି, ଦୁଇ ଯୁବକ ଆସିଥିଲେ। ନକଲି ପରିଚୟ ନେଇ ଛାତ୍ରୀଙ୍କୁ ଡାକି ପାଠପଢ଼ା, କ୍ଲାସ ଠିକ୍ ଭାବେ ହେଉଛି କି ନାହିଁ ପଚାରି ବୁଝିଥିଲେ। ତେବେ ଏ ନେଇ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ମତାମତ ମିଳିପାରି ନାହିଁ।
ଥାନାରେ ଏତଲା ଦେଲେ ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ: ସର୍ଭେ କହି ଡାଟା ନେଇଯାଇଛନ୍ତି ଦୁଇ ଯୁବକ
Posted inଅନୁଗୋଳ, ଆମ ଜିଲା ଖବର View All

ପୂର୍ବତନ କର୍ପୋରେଟରଙ୍କ ପୁଅଙ୍କୁ ହତ୍ୟା ଉଦ୍ୟମ; ମାଷ୍ଟରମାଇଣ୍ଡଙ୍କୁ ଧରିପାରୁନି ପୋଲିସ
ବ୍ରହ୍ମପୁର ଅଫିସ,୧୬ା୯-ବ୍ରହ୍ମପୁର ବଡ ବଜାର ଥାନା ସୀତାଢ଼ିମ୍ବିରା ସାହିରେ ଗତ ୨୧ ତାରିଖ ରାତିରେ ବିଏମ୍ସିର ପୂର୍ବତନ କର୍ପୋରେଟର କୃଷ୍ଣ ସେଠୀଙ୍କ ପୁଅ ଚିଙ୍କୁ ଓରଫ...

ଧାନଖଳାରେ ଖେଳୁଥିବା ବେଳେ ନିଆଁ ଲାଗି ଗୁରୁତର ହେବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ୩ ଶିଶୁ
କୋକସରା,୩୦।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ବିଜମରା ଗ୍ରାମରେ ଶନିବାର ଧାନଖଳାରେ ଖେଳୁଥିବା ବେଳେ ନିଆଁ ଲାଗି ୩ ଶିଶୁ ଗୁରୁତର ହୋଇଥିଲେ।...

କୋଭିଡ୍-୧୯ ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
ବ୍ରହ୍ମପୁର ଅଫିସ,୧୦ା୬: ଏମ୍କେସିଜି ମେଡିକାଲ କାଜୁଆଲଟି ପରିସରରେ ବୁଧବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ମେଡିକାଲରୁ ଜଣେ କରୋନା ପଜିଟିଭ୍ ରୋଗୀଙ୍କୁ ନେଇ କୋଭିଡ୍ ହସ୍ପିଟାଲରେ...

‘ଇତିହାସରୁ ଉଦାହରଣ ସୃଷ୍ଟି କରିଆସୁଛି ନାରୀ’
ଅନୁଗୋଳ ଅଫିସ୍, ୯।୩ : ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଥିବା ସେମାନଙ୍କର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲାସ୍ତରୀୟ...

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା
ବୁଗୁଡ଼ା,୭ା୧୨(ଡି.ଏନ.ଏ.): ବୁଗୁଡ଼ା ବ୍ଲକ ମତାଝରି ଗ୍ରାମରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୩ ବଖରା ଜଳିଯାଇଛି । ଘର ନିକଟ ଅଳିଆ ଗଦାରୁ...
ତୁଟିଲା ସରକାରୀ ବସ୍ଷ୍ଟାଣ୍ଡ ଅଡ଼ୁଆ
ଅନୁଗୋଳ ଅଫିସ, ୨୧।୯ – ଅନୁଗୋଳରେ ନିର୍ମାଣ ଚାଲିଥିବା ଅତ୍ୟାଧୁନିକ ସରକାରୀ ବସ୍ଷ୍ଟାଣ୍ଡ ସମ୍ମୁଖରେ ଥିବା କେତୋଟି ଦୋକାନକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ...

ପୁନରୁଦ୍ଧାର ହେଉନି ଆଙ୍କୁଲି ବଡ଼ବନ୍ଧ
ବ୍ରହ୍ମପୁର ଅଫିସ,୧୧ା୬-ବ୍ରହ୍ମପୁର ସହରର ପୋଖରୀଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଏବେ ପୋତି ହେବାକୁ ବସିଛି ା ରାମଲିଙ୍ଗମ୍ ପୋଖରୀ, ବିଜିପୁର ସୁନାରୀ ବନ୍ଧ ଭଳି କେତେକ ପୋଖରୀକୁ...

ଲଦାପଦର ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ: ଖସିଗଲେ କ୍ୟାଡର ମାଓବାଦୀ
ଫୁଲବାଣୀ ଅଫିସ, ୩ା୭- କନ୍ଧମାଳ ଜିଲା ପୋଲିସ ପକ୍ଷରୁ କୋମ୍ବିଂ ବେଳେ ଫିରିଙ୍ଗିଆ ଥାନା ସୁମେରବନ୍ଧ ପଞ୍ଚାୟତ ଲଦାପଦର ସଂରକ୍ଷିତ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ...