Posted inଖେଳ

ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ:ପ୍ରମୋଦଙ୍କୁ ୨ ରୌପ୍ୟ ପଦକ

ଭୁବନେଶ୍ୱର, ୨୨।୯(କ୍ରୀଡ଼ା ପ୍ରତିନିଧି)-
ବ୍ୟାଙ୍କକ୍‌ଠାରେ ଶନିବାର ଶେଷ ହୋଇଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ୨ଟି ରୌପ୍ୟ ପଦକ ପାଇଛନ୍ତି। ସିଙ୍ଗଲ୍ସ ଫାଇନାଲରେ ସେ ଅନ୍ୟତମ ଭାରତୀୟ ଖେଳାଳି ତଥା ତାଙ୍କ ଡବଲ୍ସ ପାର୍ଟନର ମନୋଜ ସରକାରଙ୍କ ବିପକ୍ଷ ମ୍ୟାଚ ଅଧାରୁ ଓହରି ଯାଇଥିଲେ। ପାଦରେ ଆଘାତ ଯୋଗୁ ସେ ୯-୧୧ରେ ପଛୁଆ ଥିବାବେଳେ ରିଟାୟର୍ଡ ହେବାକୁ ପସନ୍ଦ କରିଥିଲେ। ପୂର୍ବରୁ ଅନୁଷ୍ଠିତ ଡବଲ୍ସ ଫାଇନାଲରେ ପ୍ରମୋଦ-ମନୋଜ ଯୋଡ଼ି ଥାଇଲାଣ୍ଡର ମଙ୍ଗ୍‌ଖୋନ୍‌ ବୁନ୍‌ସୁନ ଏବଂ ସିରିପଙ୍ଗ ଟିମାରୋମ୍‌ ଯୋଡ଼ିଙ୍କଠାରୁ ୧୬-୨୧, ୨୧-୮, ୧୪-୨୧ ପଏଣ୍ଟରେ ପରାସ୍ତ ହୋଇଥିଲେ। ”ଆହତ ସମସ୍ୟା ଯୋଗୁ ମୁଁ ରିସ୍କ ନେବାକୁ ଚାହିଁଲିନାହିଁ। ତେଣୁ ମନୋଜଙ୍କ ବିପକ୍ଷ ସିଙ୍ଗଲ୍ସ ଫାଇନାଲ ଅଧାରୁ ଓହରି ଯାଇଥିଲି। ତେଣୁ ରୌପ୍ୟ ପଦକ ପାଇ ମନରେ ଦୁଃଖ ନାହିଁ। ୩ ଦିନପରେ ଚାଇନା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଆରମ୍ଭ ହେବ। ତେଣୁ ବିଶ୍ରାମ ନେଇ ଚଳିତମାସ ୨୪ରୁ ୨୯ ପର୍ଯ୍ୟନ୍ତ ହେବାକୁଥିବା ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି“ ବୋଲି ପ୍ରମୋଦ ପ୍ରକାଶ କରିଛନ୍ତି। ପ୍ରମୋଦ ଏଠାରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ ହେଁ ଟୋକିଓ ଅଲିମ୍ପିକ୍ସ ଆଶା ଉଜ୍ଜୀବିତ ରହିଛି। କାରଣ ନିକଟ ଅତୀତରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମ୍ୟାଚ ଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କର ପଏଣ୍ଟ ସଂଖ୍ୟା ୫୫୩୦ରେ ପହଞ୍ଚତ୍ଛି। ଯାହାକି ଅନ୍ୟ ପ୍ରତିଯୋଗୀଙ୍କଠାରୁ ସର୍ବାଧିକ। ଡାନିଏଲ ବେଥେଲ ୫୪୧୦, ମନୋଜ ସରକାର ୨୫୭୦, ଦାଇଶୁକେ ଫୁଜିହାରା ୨୪୮୦, ଉକୁନ ରୁକେଣ୍ଡି ୨୨୧୦ ଓ ବିକ୍ରମ କୁମାର ୧୪୭୦ ପଏଣ୍ଟ ସହିତ ଯଥାକ୍ରମେ ୨ୟରୁ ୬ଷ୍ଠ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଦଳର ଥିଲେ ଅଭିନ୍ନ ଅଙ୍ଗ, ମାତ୍ର ଏବେ ସୁଯୋଗ ନ ମିଳିବାରୁ ଦୁଃଖିତ

ମୁମ୍ବାଇ,୬।୬ : ଗତ ୧୨ରୁ ୧୫ ମାସ ହେଲା ଜାତୀୟ ଦଳରେ ସ୍ଥାନ ପାଉ ନାହାନ୍ତି ସ୍ପିନର କୁଲଦୀପ ଯାଦବ। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ...

ସେମିଫାଇନାଲରୁ ଓହରିଲେ ସେରେନା

ମେଲବୋର୍ନ, ୬ା୨ (ଏପି)-ସେରେନା ଓ୍ବିଲିୟମ୍ସ ଅଷ୍ଟ୍ରେଲିଆନ ଓପନ ଟ୍ୟୁନ୍‌ ଅପ୍‌୍‌ ଟୁର୍ନାମେଣ୍ଟ ସେମିଫାଇନାଲରୁ ଓହରିଯାଇଛନ୍ତି। ଡାହାଣ କାନ୍ଧରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ସେ ଏହି ନିଷ୍ପତ୍ତି...

ଖଣ୍ଡେ ରୁଟି ଖାଇ ଦିନ କାଟୁଥିଲେ, ଏବେ ବିଶ୍ୱର ଘାତକ ଅଲରାଉଣ୍ଡର

ୱେଷ୍ଟଇଣ୍ଡିଜର ଘାତକ ଅଲରାଉଣ୍ଡର କିରନ ପୋଲାର୍ଡ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଟି-୨୦ କ୍ରିକେଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ମାନଙ୍କ ମଧ୍ୟରୁ ପୋଲାର୍ଡ ଅନ୍ୟତମ। କ୍ରିକେଟର ଏହି...

ଅଉ ୨୦୦ ଦିନ ରହିଲା ଅଲିମ୍ପିକ୍ସ

ଟୋକିଓ, ୫ା୧ (ଏପି): ଟୋକିଓ ଅଲିମ୍ପିକ୍ସର କାଉଣ୍ଟ ଡାଉନ୍‌ ଘଣ୍ଟା ହେଉଛିି ଟିକ୍‌-ଟକ୍‌-ଟିକ୍‌। ଗେମ୍ସ ଆୟୋଜନ ପାଇଁ ସୋମବାରଠାରୁ ଆହୁରି ୨୦୦ଦିନ ବାକି ରହିଥିବା ଏହା...

ଖେଳାଳିଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୧୧।୭: ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ଭାରତୀୟ ଖେଳାଳିଙ୍କ ସହ ଆସନ୍ତା ଜୁଲାଇ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ। ମୋଦିଙ୍କ ସହ କ୍ରୀଡା ମନ୍ତ୍ରୀ...

ଓ୍ବିମ୍ବେଲଡନ ଟେନିସ: ସିଏ-ମେର୍ଟେନ୍ସ ମହିଳା ଡବଲ୍ସ ଚାମ୍ପିୟନ

ଲଣ୍ଡନ,୧୨।୭: ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟରେ ତାଇଓ୍ବାନର ସିଏ ସୁ-ଓ୍ବେଇ ଓ ତାଙ୍କ ବେଲଜିୟମ ପାର୍ଟନର ଏଲିସ୍‌ ମେର୍ଟେନ୍ସ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ...

ଭାରତର ସହଜ ବିଜୟ

ଭାରତର ସହଜ ବିଜୟଲିଡ୍ସ, ୬।୭(ପି.ଟି.)- ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଶତକ ସହାୟତାରେ ଚଳିତ ବିଶ୍ୱକପ୍‌ରେ ଭାରତ ତା’ର ଅନ୍ତିମ ଲିଗ୍‌...

ଏସିଆନ ଜୁନିୟର ଟିଟି: ଦକ୍ଷିଣ କୋରିଆକୁ ହରାଇ ଭାରତ ଫାଇନାଲରେ

ଉଳାନବତାର, ୪ା୯(ପି.ଟି.)-ଭାରତର ଜୁନିୟର ବାଳକ ଦଳ ଏଠାରେ ଚାଲିଥିବା ୨୨ତମ ଏସିଆନ ଜୁନିୟର ଓ କ୍ୟାଡେଟ୍‌ ଟେବୁଲ ଟେନିସ (ଟିଟି) ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି।...

Advertisement
Archives

Model This Week