Posted inଜାତୀୟ

ଥମୁନି ସିଏଏ ନିଆଁ: ରାଜଧାନୀରେ ଜାରି ରହିଛି ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨୦।୧୨: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ମଧ୍ୟ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଜାମା ମସ୍‌ଜିଦ ବାହାରେ ହଜାର ହଜାର ସଂଖ୍ୟାରେ ଲୋକ ଜମାହୋଇ ବିରୋଧ ପ୍ରଦର୍ଶନ କରୁଥିବା ଦେଖାଯାଇଛି। ପୋଲିସ ଏଠାରେ ପୂର୍ବରୁ ବିରୋଧ ପ୍ରଦର୍ଶନ ପାଇଁ ଅନୁମତି ଦେଇ ନ ଥିଲେ ମଧ୍ୟ ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଏଠାରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖାଯାଇଛି। ଅପରାହ୍ନ ପ୍ରାୟ ୧ଟା ବେଳେ ଏହି ବିରୋଧ ପ୍ରଦର୍ଶନ ଆରମ୍ଭ କରାଯାଇଥିବା କୁହାଯାଉଛି। ପୋଲିସ ଡ୍ରୋନ କ୍ୟାମେରା ମାଧ୍ୟମରେ ସ୍ଥିତି ଉପରେ ନଜର ରଖିଛି। ସେହିପରି ଅନ୍ୟ କିଛି ସଂଗଠନ ସନ୍ଧ୍ୟା ୫ଟାରେ ମେଟ୍ରୋ ଷ୍ଟେଶନ ନିକଟରେ ବିରୋଧ ପ୍ରଦର୍ଶନ ପାଇଁ ଡାକରା ଦେଇଥିବା ସୂଚନା ମିଳିଛି। ଏହାକୁ ଦେଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ ସ୍ଥାନରେ ଶୁକ୍ରବାର ମଧ୍ୟ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିୟନ୍ତ୍ରଣ ରେଖାରେ ଉଡ଼ିବୁଲୁଛି ପାକିସ୍ତାନର ଏଫ୍‌-୧୬, ମିରାଜ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧୦।୫: ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି। ଏଠାରେ ପାକିସ୍ତାନର ଏଫ୍‌-୧୬, ଜେଏଫ୍‌-୧୭ ଏବଂ ମିରାଜ-୩ ଯୁଦ୍ଧ ବିମାନ ଉଡ଼ିବୁଲୁଛି। ପାକିସ୍ତାନର...

ଜେଏନ୍‌ୟୁ ହିଂସାର ମାଷ୍ଟର ମାଇଣ୍ଡ କୁଳପତି: ବହିଷ୍କାର ଦାବିକଲା କଂଗ୍ରେସ

ଜମ୍ମୁ,୧୩ା୧(ପି.ଟି.): ଜେଏନ୍‌ୟୁ ହିଂସାକାଣ୍ଡ ମାମଲାରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସିଧାସଳଖ କୁଳପତି ଏମ୍‌ ଜଗଦେଶ କୁମାରଙ୍କୁ ଦୋଷ ଦେଇଛି। ସେ ହିଁ ଏହିସବୁ ଘଟଣାର...

୨୫ ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦେବେ ମାସକୁ ଏକ କୋଟି କ୍ଷତିପୂରଣ: ଏନଜିଟି

ନୂଆଦିଲ୍ଲୀ,୨୬।୫: ବର୍ଜ୍ୟ ପ୍ଲାଷ୍ଟିକ୍‌ ନିଷ୍କାସନ ଯୋଜନା ସମ୍ପର୍କରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ତଥ୍ୟ ଦାଖଲ କରି ନ ଥିବାରୁ ୨୫ ରାଜ୍ୟ ସରକାରଙ୍କୁ...

୩ ଆତଙ୍କବାଦୀ ଜମ୍ମୁ-କଶ୍ମୀର ମୁହାଁ, ଆତଙ୍କ ରଚିବା ଷଡ଼ଯନ୍ତ୍ର…

ଶ୍ରୀନଗର/କାବୁଲ,୪।୯: ଆଫଗାନିସ୍ତାନରୁ ୩ ଆତଙ୍କବାଦୀ ଜମ୍ମୁ-କଶ୍ମୀର ମୁହାଁ ହୋଇଛନ୍ତି। ସେମାନେ ବଡ଼ ଧରଣର ଆକ୍ରମଣ କରି ଆତଙ୍କ ରଚିବା ଷଡ଼ଯନ୍ତ୍ର କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ...

ରେଲଓ୍ବେ ଷ୍ଟେଶନ୍‌ରେ ପ୍ରସବ କଲେ ଗର୍ଭବତୀ

ମୁମ୍ବାଇ,୨୭।୪: ମହାରାଷ୍ଟ୍ରର ଥାନେ ରେଲଓ୍ବେ ଷ୍ଟେଶନ୍‌ରେ ଜଣେ ଗର୍ଭବତୀ ଶନିବାର ପ୍ରସବ କରିଛନ୍ତି। ପୂଜା ଚୌହ୍ବାନ ନାମ୍ନୀ ମହିଳା ଯାତ୍ରୀ ଟ୍ରେନ୍‌କୁ ଅପେକ୍ଷା କରିଥିବାବେଳେ ହଠାତ୍‌...

ହିନ୍ଦୁ ପରାମ୍ପରାରେ ବିବାହ ବନ୍ଧନରେ ବାନ୍ଧି ହେଲେ ଅଷ୍ଟ୍ରେଲିଆ ଦମ୍ପତିି

ଡେରାଡୁନ,୨।୧୦: ବଦ୍ରିନାଥ ଧାମରେ ବୈଦିକ ମନ୍ତ୍ରୋଚ୍ଚାରଣ ସହ ଜଣେ ଅଷ୍ଟ୍ରେଲିଆ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଷ୍ଟ୍ରେଲିଆର ପର୍ଥ ନିବାସୀ ପାଉଲୋ ଓ କାୟରା...

ଯାହା ଅନୁମାନ କରୁଥିଲେ ହୁଏତ ଓଲଟା ଫଳ ମିଳିବ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୫: ଆସନ୍ତା ରବିବାର ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଥିବା ବେଳେ ଏବେ ଫଳାଫଳକୁ ନେଇ ପ୍ରାୟ ସବୁ ରାଜନୈତିକ...

୧୫୦ ଭାରତୀୟ ବିମାନ ଯାତ୍ରୀଙ୍କୁ ବଞ୍ଚାଇଲେ ପାକିସ୍ତାନ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର

ଜୟପୁର,୧୬।୧୧: ପାକିସ୍ତାନର ଜଣେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର ୧୫୦ ଭାରତୀୟ ବିମାନ ଯାତ୍ରୀଙ୍କୁ ବଞ୍ଚାଇଛନ୍ତି। ଏହା ସହିତ ସେ ବିମାନକୁ ସୁରକ୍ଷିତ ଭାବେ ଯାତ୍ରା କରିବାରେ...

Advertisement


Archives

Model This Week