Posted inଜାତୀୟ

ଥମୁନି ଦାଦନ ଦୁଃଖ: ସଡ଼କ ଦୁର୍ଘଟଣାରେ ୨୪ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଔରୟା,୧୬।୫: ଦେଶରେ କରୋନା ଭାଇରସ ସଂକ୍ରମଣକୁ ନେଇ ଲକ୍‌ଡାଉନ ୩.୦ର ଅବଧି ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଏପଟେ କିନ୍ତୁ ଥମୁନାହିଁ ଦାଦନ ଶ୍ରମିକଙ୍କ ଦୁଃଖ। କିଏ ଚାଲି ଚାଲି ନିଜ ଭିଟାମାଟିକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହେଉଛି ତ ପୁଣି ଦିଏ ଟ୍ରେନ୍‌ ଲାଇନରେ ଆସୁଥିବା ବେଳେ ଦୁର୍ଘଟଣାରେ ଜୀବନ ହାରୁଛି। ଶନିବାର ସକାଳୁ ଉତ୍ତରପ୍ରଦେଶର ଔରୟାଠାରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ। ଟ୍ରକ୍‌ ଯୋଗେ ନିଜ ରାଜ୍ୟକୁ ଫେରୁଥିବା କେତେଜଣ ଶ୍ରମିକଙ୍କୁ ଆଉ ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ୨୪ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭୋର ପ୍ରାୟ ୩.୩୦ରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏମାନେ ସମସ୍ତେ ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ଆହତ ଥିବା ପ୍ରାୟ ୨୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କହିଛନ୍ତି ଔରୟାର ଚିଫ୍‌ ମେଡିକାଲ ଅଫିସର ଅର୍ଚ୍ଚନା ଶ୍ରୀବାସ୍ତବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ଉଦ୍ଦେଶ୍ୟରେ ସମବେଦନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ଡମବେଲରେ ଛେଚି ଛେଚି ମାରିଲେ

ହାଇଦ୍ରାବାଦ,୨୫।୧: ମାନସିକ ଭାବେ ଅସୁସ୍ଥ ଥିବା ଜଣେ ବ୍ୟକ୍ତି ଡମବେଲରେ ମାଙ୍କୁ ଛେଚି ଛେଚି ହତ୍ୟା କରିଛନ୍ତି। ଏଭଳି ଘଟଣା ତେଲାଙ୍ଗାନାର ହାଇଦ୍ରାବାଦ ସୁଲତାନ ବଜାର...

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକକୁ ନେଇ ଆଜି ଦେଶରେ ଗୋଟିଏ ଦିନିଆ ରାଜକୀୟ ଶୋକ, ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ,୧୧ ।୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଭାରତରେ ଆଜି ଗୋଟିଏ ଦିନ ରାଜକୀୟ ଶୋକ ଘୋଷଣା କରାଯାଇଛି । ଏଲିଜାବେଥ ଦ୍ୱିତୀୟଙ୍କ ସ୍ମୃତି...

ପରଲୋକରେ ପୂର୍ବତନ ମନ୍ତ୍ରୀ ଜୋସେଫ

ଥିରୁଭାନନ୍ତମପୁରମ,୧୩।୯: କେରଳର ପୂର୍ବତନ ମନ୍ତ୍ରୀ ତଥା ଜନତା ଦଳର ବରିଷ୍ଠ ନେତା ପ୍ରଫେସର ଏନ୍‌ଏମ୍‌ ଜୋସେଫଙ୍କ ପରଲୋକ ଘଟିଛି। ୭୯ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ...

ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେଲେ କଙ୍ଗନା

ନୂଆଦିଲ୍ଲୀ,୮ ।୧୧: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଦେଶର ଚତୁର୍ଥ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ସେ ସୋମବାର...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପୁଣି ଅବହେଳା: ଯୁବକ ରୋଡ ଶୋ’ରେ ଧସେଇ ପଶିଲେ…

ବେଙ୍ଗାଲୁରୁ,୨୫।୩ : ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଅବହେଳା ନେଇ ଏକ ଖବର ଆସିଛି। ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ କର୍ନାଟକ ଗସ୍ତ ସମୟରେ ଏହି...

କେନ୍ଦ୍ରର ସତ୍ୟପାଠ: ଅଧିକାରୀମାନେ ଅସହଯୋଗ କରୁଥିବା ଦିଲ୍ଲୀ ସରକାରଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା…

ନୂଆଦିଲ୍ଲୀ,୬।୧୨ : କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଜାତୀୟ ରାଜଧାନୀରେ ପ୍ରୋଜେକ୍ଟର କାର୍ଯ୍ୟାନ୍ବୟନରେ ଅଧିକାରୀମାନେ...

ସରୋଗେସି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୧୮।୧୨(ପି.ଟି.): ଲଖିମପୁର ଖେରି ହିଂସା ଘଟଣାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବରଖାସ୍ତ ଦାବିରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଲୋକ ସଭାରେ ସରୋଗେସି ବିଲ୍‌...

ଓଟିଟି ଉପରେ ଅଙ୍କୁଶ ଲାଗିବ

ନୂଆଦିଲ୍ଲୀ,୧୭ା୨(ପି.ଟି.): ନେଟ୍‌ଫ୍ଲିକ୍ସ ଓ ଆମାଜନ୍‌ ପ୍ରାଇମ୍‌ ଭଳି ଓଭର ଦି ଟପ୍‌(ଓଟିଟି) ପ୍ଲାଟଫର୍ମ ଉପରେ ଅଙ୍କୁଶ ଲଗାଇବା ପାଇଁ ପଦକ୍ଷେପ ନେବାକୁ ଚିନ୍ତା କରୁଥିବା ସୁପ୍ରିମକୋର୍ଟକୁ...

Advertisement
Archives

Model This Week