ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୨୪ ପ୍ଲାଟୁନ୍‌ ଫୋର୍ସ

ଛତ୍ରପୁର,୨୨ା୫(ଡି.ଏନ.ଏ)- ଚଳିତମାସ ୨୩ରେ ଗଞ୍ଜାମ ଜିଲାରେ ହୋଇଥିବା ଭୋଟର ଗଣତି ହେବ। ଏନେଇ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଓ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଯୋଗଦେଇ ସୂଚନା ଦେଇଛନ୍ତି। ଜିଲାର ଛତ୍ରପୁରସ୍ଥିତ ଅନ୍‌ସ୍ଲୋ ସରକାରୀ ହାଇସ୍କୁଲ ପରିସରରେ ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ , ଛତ୍ରପୁର ଓ ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ହୋଇଥିବା ଭୋଟର ଗଣତି ହେବ। ସେହିପରି ବ୍ରହ୍ମପୁରସ୍ଥିତ ପଲିଟେକନିକରେ ବ୍ରହ୍ମପୁର ଓ ଗୋପାଳପୁର, ଆଇଟିଆଇରେ ସାନଖେମୁଣ୍ଡି, ଦିଗପହଣ୍ଡି ଓ ଚିକିଟି ଏବଂ ଭଞ୍ଜନଗର ସ୍ଥିତ କେଏସୟୁବି କଲେଜରେ ଭଞ୍ଜନଗର, ଆସିକା ଓ ସୋରଡା ନିର୍ବାଚନମଣ୍ଡଳୀର ଭୋଟ ଗଣତି ହେବ। ଗୋପାଳପୁର, ଚିକିଟି ଓ ସାନଖେମୁଣ୍ଡିର ନିର୍ବାଚନମଣ୍ଡଳୀର ଉଭୟ ବିଧାନସଭା ଓ ଲୋକସଭା ଆସନର ଇଭିଏମ୍‌ରେ ଭୋଟ ଗଣତି ୧୦ଟି ଟେବୁଲରେ ହେବ। ନିର୍ବାଚନ କମିଶନ ଏଥିପାଇଁ ଅନୁମତି ଦେଇଛନ୍ତି। ଅନ୍ୟ ଗୁଡିକର ୭ ଟେବୁଲ୍‌ରେ ଗଣତି ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଆସିକା ଲୋକସଭାର ପୋଷ୍ଟାଲ ବାଲଟ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏବଂ ବ୍ରହ୍ମପୁର ଲୋକସଭାର ପୋଷ୍ଟାଲ ବାଲଟ ଡିଆରଡିଏରେ ଗଣତି ହେବ। ଏଥିପାଇଁ ସକାଳ ୮ ଟା ଧାର୍ଯ୍ୟ ହୋଇଛି। ସକାଳ ୮ ଟା ୩୦ରୁ ଇଭିଏମ୍‌ର ଭୋଟ ଗଣତି ଆରମ୍ଭ ହେବ ବୋଲି କୁହାଯାଇଛି। ଆସିକା ଲୋକସଭା ଆସନ ପାଇଁ ୨୦୮୬ ପୋଷ୍ଟାଲ ବାଲଟ ଓ ବ୍ରହ୍ମପର ଲୋକସଭା ଆସନ ପାଇଁ ୧୨୭୯ ପୋଷ୍ଟାଲ ବାଲଟ ପହଞ୍ଚତ୍ଛି। ଭୋଟ ଗଣତିର ମନିଟରିଂ ପାଇଁ ଜିଲାକୁ ୧୨ ଜଣ ପର୍ଯ୍ୟବେକ୍ଷକ ଆସିଛନ୍ତି। ଜଣେ ପର୍ଯ୍ୟବେକ୍ଷକ ଆସିନଥିବାରୁ ହିଞ୍ଜିଳି ଓ ଖଲ୍ଲିକୋଟ ପାଇଁ ଜଣେ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ଭୋଟ ଗଣତି ପାଇଁ ୨୫୮ ଜଣ କାଉଣ୍ଟିଙ୍ଗ ସୁପରଭାଇଜର, ୨୦୬ ଆସିଷ୍ଟାଣ୍ଟ ସୁପରଭାଇଜର ଓ ୨୩୨ ଜଣ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତି ଦିଆଯାଇଥିବା ଜିଲାପାଳ କହିଛନ୍ତି। ଅପରପକ୍ଷରେ ପ୍ରାର୍ଥୀ, ପ୍ରାର୍ଥୀଙ୍କ ଏଜେଣ୍ଟ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୋବାଇଲ ଫୋନ୍‌ ଗଣତି କେନ୍ଦ୍ର ମୁଖ୍ୟ ଗେଟ୍‌ ଭିତରକୁ ନେବାକୁ ବାରଣ ରହିଛି। ଏପରିକି ପେନ୍‌ ଓ ପେପର ମଧ୍ୟ ଭିତରକୁ ନେବାକୁ ବାରଣ ରହିଥିବା ଜିଲାପାଳ କହିଛନ୍ତି। ଗଣତି କେନ୍ଦ୍ର ବାହାରେ ମିଡିଆ ସେଲ୍‌ ରହିବ। ଭୋଟ ଗଣତି ପରିପ୍ରେକ୍ଷୀରେ କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ। ଉଭୟ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ପକ୍ଷରୁ ୨୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ। ଏଥିସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଂଜାମ ଏସ୍‌ପି କହିଛନ୍ତି ଛତ୍ରପୁର ଓ ଭଞ୍ଜନଗରରେ ହେବାକୁ ଥିବା ଭୋଟ ଗଣତି ପାଇଁ ୨ ଜଣ ଅତିରିକ୍ତ ଏସପି, ୫ ଡିଏସପି, ୮ ଇନ୍ସପେକ୍ଟର, ୧୭ ସବଇନ୍ସପେକ୍ଟର, ୩୩ ଏଏସଆଇ, ୧୦୯ ଓଆର୍‌ , ୧୧୫ ହୋମଗାର୍ଡ, ୧୩ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ଏଥିସହ ଟ୍ରାଫିକ୍‌ ଓ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି ଯେ, ୨ ଜଣ ଅତିରିକ୍ତ ଏସ୍‌ପି, ୬ ଡିଏସପି, ୧୦ ଇନ୍ସପେକ୍ଟର, ୭୦ ଏସଆଇ ଓ ଏଏସଆଇ, ୧୦ ହୋମଗାର୍ଡ ଓ ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥା ଘେରରେ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର: ବିପଦ ସଙ୍କୁଳ କୋଠାରେ ଚାଲିଛି ରୋଗୀସେବା

ଗଞ୍ଜାମ,୨୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ସହର ବଡ଼ ବଜାର ସ୍ଥିତ ବହୁ ପୁରାତନ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଅବ୍ୟବସ୍ଥା ଘେରରେ ରହିଛି। ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ରୋଗୀସେବା।...

ପେସାରେ ମେକାନିକ୍‌, ନିଶା କଳାକୃତି : ପେନ୍‌ସିଲମୁନରେ ହରିଗୋବିନ୍ଦଙ୍କ କ୍ଷୁଦ୍ର ସାନ୍ତାକ୍ଲଜ୍‌

ବ୍ରହ୍ମପୁର ଅଫିସ,୨୪ା୧୨-ପେସାରେ ଜଣେ ମେକାନିକ୍‌ । କିନ୍ତୁ ନିଶା ତାଙ୍କର ନୂତନ କଳାକୃତି ଗଢ଼ିିବାରେ । ଖାଦ୍ୟଶସ୍ୟ, ପେନସିଲରେ ବିଭିନ୍ନ କଳାକୃତି କରି ସେ ପାଲଟି...

ଓଲଟିଲା ପୋଲିସ ଭ୍ୟାନ୍‌, ୫ ଆହତ

ଛତ୍ରପୁର,୧୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଜାତୀୟ ରାଜପଥରେ ଜଣେ ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ବୁଧବାର ପୂର୍ବାହ୍ନରେ ଏକ ପୋଲିସ ପାଟ୍ରୋଲିଂ...

ଅଟୋକୁ ପଛରୁ ଧକ୍କାଦେଲା ଟ୍ରେଲର: ୩ ଶିଶୁ ସମେତ ୮ ଆହତ

ଛତ୍ରପୁର,୩୦ା୧୨(ଡି.ଏନ୍‌.ଏ.): ଚମାଖଣ୍ଡି ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥରେ ଏକ ଅଟୋ ରିକ୍ସାକୁ ଟ୍ରେଲର ଧକ୍କା ଦେବା ଫଳରେ ୩ ଶିଶୁଙ୍କ ସମେତ ୮...

ଛଣବଗଡ଼, ତଡ଼ାରେ ବିକାଶ ଅପହଞ୍ଚ

ଦିଗପହଣ୍ଡି,୮ା୧୦(ଡି.ଏନ.ଏ.): ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ସେହି ସବୁ ଯୋଜନାର ସୁଫଳ ଲୋକଙ୍କ ନିକଟରେ...

ବିଏମ୍‌ସିରେ ସାମିଲ ହେବ ସହରତଳି ପଞ୍ଚାୟତ ଅଞ୍ଚଳ

ବ୍ରହ୍ମପୁର ଅଫିସ,୨୬ା୧-ବ୍ରହ୍ମପୁର ମହାନଗର ନିଗମରେ ସହରତଳି ପଞ୍ଚାୟତ ଅଞ୍ଚଳ ସାମିଲ ହେବା ନେଇ ବାଟ ଫିଟିଛି । ଲୋଚାପଡା ପଞ୍ଚାୟତ ସମେତ ୩ ଗଁ। ବିଏମ୍‌ସିରେ...

ଗୋଟିଏ ପରିବାରର ବାପା,ପୁଅ କରୋନା ଆକ୍ରାନ୍ତ: କାର୍ଯ୍ୟାଳୟ ସିଲ୍‌, ପ୍ରେମଚାନ୍ଦନଗରକୁ ନିଷିଦ୍ଧାଞ୍ଚଳ ଘୋଷଣା

ବୁଗୁଡ଼ା,୨୭।୬(ଡି.ଏନ୍‌. ଏ.): ଗଞ୍ଜାମ ଜିଲା ବୁଗୁଡ଼ା ସହରରେ କିଛିଦିନ ତଳେ ଅଗ୍ନିଶମ ବିଭାଗର ତିନି ଜଣ କର୍ମଚାରୀ କରୋନା ପଜିଟିଭ ହୋଇଥିବା ବେଳେ ଶୁକ୍ରବାର ରାତିରେ...

ପ୍ରବାସୀଙ୍କୁ ନେଇ ଖବର ସଂଗ୍ରହ ବେଳେ କରୋନା ସତର୍କତାକୁ ମାନୁନାହାନ୍ତି ଗଣମାଧ୍ୟମ ପ୍ରତିନିଧି: ପରାମର୍ଶନାମା ଜାରି କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର, ୯।୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଫେରନ୍ତା ପ୍ରବାସୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ଗଣମାଧ୍ୟମ ପ୍ରତିନିଧିମାନେ ସମ୍ପୃକ୍ତ...

Advertisement
Archives

Model This Week