Posted inଖେଳ

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌: ହରମନପ୍ରୀତ, ବୋଲରଙ୍କ ଦମ୍‌ରେ ଜିତିଲା ଭାରତ

କାନବେରା,୩୧।୧- ଭାରତୀୟ ମହିଳା ଦଳ ଚଳିତ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବୋଲରଙ୍କ ଜବରଦସ୍ତ ବୋଲିଂ ଓ ପରେ ଅଧିନାୟିକା ହରମନପ୍ରୀତ କୌରଙ୍କ ଅପରାଜିତ ୪୨ ରନ୍‌ର ଇନିଂସ ବଳରେ ଭାରତ ୫ ଉଇକେଟରେ ଇଂଲଣ୍ଡକୁ ହରାଇ ଦେଇଛି। ଆସନ୍ତା ୨ ତାରିଖରେ ଭାରତୀୟ ଦଳ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭେଟିବ।
ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୪୭ ରନ୍‌ କରିଥିଲା। ଦଳ ପାଇଁ ଅଧିନାୟିକା ହେଥର ନାଇଟ ୪୪ ବଲରେ ୬୭ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ଟାମି ବେମାଉଣ୍ଟ ୩୭ ଓ ନାଟଲିଆ ସ୍କିଭର ୨୦ ରନ୍‌ କରିଥିଲେ। ଭାରତୀୟ ସ୍ପିନର ରାଜେଶ୍ୱରୀ ଗାଏକ୍ୱାଡ(୨/୧୯), ଦୀପ୍ତି ଶର୍ମା (୨/୩୦) ଓ ବାମହାତୀ ରାଧା ଯାଦବ (୧/୩୩) ମିଳିତ ଭାବେ ୫ ଉଇକେଟ ନେଇଥିବାବେଳେ ମିଡିୟମ ପେସର ଶିକ୍ଷା ପାଣ୍ଡେ ୨ ଉଇକେଟ ଅଧିକାର କରିଥିଲେ। ଜବାବରେ ୧୫ ବର୍ଷୀୟା ଶେଫାଳୀ ବର୍ମା (୩୦), ସ୍ମୃତି ମନ୍ଧାନା (୧୫) ଓ ଜେମିମା ରୋଡ୍ରିଗୁଏଜ (୨୬) ଭାରତୀୟ ଦଳକୁ ଭଲ ଆରମ୍ଭ ଦେଇଥିଲେ। ବେଦ କ୍ରିଷ୍ଣମୂର୍ତ୍ତି (୭) ଓ ତାନିୟା ଭାଟିଆ (୧) କ୍ରିଜରେ ଅଧିକ ସମୟ ତିଷ୍ଠିବାରେ ବିଫଳ ହୋଇଥିଲେ। ଅନ୍ତିମ ଓଭରରେ ଭାରତୀୟ ଦଳକୁ ଜିତିବା ପାଇଁ ୬ ରନ୍‌ ଦରକାର ଥିଲା। କିନ୍ତୁ ଅଧିନାୟିକା ହରମନପ୍ରୀତଙ୍କ ଛକା ଯୋଗୁ ଟିମ୍‌ ଇଣ୍ଡିଆ ୩ ବଲ ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ଭାରତ ୧୯.୩ ଓଭରରେ ୫ ଉଇକେଟ ହରାଇ ୧୫୦ ରନ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ଖୋଜି ଗାଁରେ ଭାଲୁ! ରାତି ଅଧରେ ମନ୍ଦିରରେ ପଶି ନେଇଗଲା ଘିଅ ଡବା, ଭୟରେ ଗ୍ରାମବାସୀ

ନବରଙ୍ଗପୁର,୧।୯(ସଦାଶିବ ପ୍ରହରାଜ): ଭାଲୁ ଖୋଜୁଛି ଖାଦ୍ୟ ଠିକଣା । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଜନ ବସତି ମୁହାଁ ଭାଲୁ । ନବରଙ୍ଗପୁର ଜିଲା ତେନ୍ତୁଳୀଖୁଣ୍ଟି ବ୍ଲକ୍‌…

ଟିଟିଲାଗଡ଼ ସହରରେ ହାତୀ ଆତଙ୍କ: ରେଳ ଧାରଣା ନିକଟରେ ଥିବା ବୁଦାମୂଳ ଭିତରକୁ ପଶି…

ଟିଟିଲାଗଡ଼, ୧/୯ (ସଞ୍ଜୟ କୁମାର ବେହେରା): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ହାତୀ ଆତଙ୍କ ଦେଖାଦେଇଛି। ସୋମବାର ସକାଳୁ ଟିଟିଲାଗଡ଼ ସହରର ମାଳଗୋଦାମପଡ଼ା ନିକଟସ୍ଥ ରେଳ ଲାଇନ…

ରୁହନ୍ତୁ ସତର୍କ! ନୂଆ ମାସ ଆରମ୍ଭରୁ ୩ ରାଶିଙ୍କ ପଛା ଛାଡିବନି ସମସ୍ୟା, ଶୁକ୍ର-ଶନିଙ୍କ ଷଡ଼ାଷ୍ଟକ ଯୋଗ ପଡିବ ଭାରି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଦୁଇ ଗ୍ରହଙ୍କ ମଧ୍ୟରେ ଗଠିତ ହେଉଥିବା ଏକ ବିଶେଷ ଯୋଗର ପ୍ରଭାବ କିଛି ରାଶିଙ୍କ ଜୀବନରେ ନକାରାତ୍ମକ ଭାବେ ପଡ଼ିପାରେ। ଏହି ସମୟରେ…

ନେପାଳ ବନ୍ୟା: ହଜାରେ ଟପିଲା ମୃତ୍ୟୁ ସଂଖ୍ୟା, ଏବେବି ନିଖୋଜ ଅଛନ୍ତି…

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି। ବନ୍ୟାରେ ଏପର୍ଯ୍ୟନ୍ତ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ…

ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୧।୯: ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ନିବେଶ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ୟୁଏଇ ଗସ୍ତ କରିବ। ସେପ୍ଟେମ୍ବର…

ଏହି କ୍ରିକେଟର୍‌ଙ୍କ ହାତରେ ଅଛି ଚୁମ୍ବକ! ଏମିତି କ୍ୟାଚ୍‌ ଧରିଲେ, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୯: ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଗ୍ଲେନ ଫିଲିପ୍ସଙ୍କ କ୍ୟାଚ୍‌କୁ ନେଇ କ୍ରିକେଟ୍‌ ଜଗତରେ ଚହଳ ପଡ଼ିଛି। କାରିବିଆନ ପ୍ରିମିୟର ଲିଗ୍‌ରେ ସେ ଏମିତି ଏକ କ୍ୟାଚ ନେଇଛନ୍ତି, ଯାହା…

କଳ୍ପନା, ଲକ୍ଷ୍ମୀସାଗର ଅଞ୍ଚଳରେ ପୋଲିସର ଜୋରଦାର ଚଢ଼ାଉ

ଭୁବନେଶ୍ୱର,୧।୯: ରାଜଧାନୀ ଭୁବନେଶ୍ୱରର କଳ୍ପନା ଓ ଲକ୍ଷ୍ମୀସାଗର ଅଞ୍ଚଳରେ କମିଶନରେଟ୍‌ ପୋଲିସର ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଇଛି। ଗଞ୍ଜେଇ, ଗୁଟ୍‌ଖା ଓ ପାନ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର,୧।୯: ସାମ୍ବାଦିକମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ମିଶ୍ରଣ କରାଯିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri