ତୋଟାବନ୍ଧ ସାହିର ୨୫ ପରିବାରଙ୍କୁ ଥଇଥାନ ଦାବି: ବିଏମ୍‌ସି ଦ୍ୱାରସ୍ଥ ହେଲେ ଉଚ୍ଛେଦ ପରିବାର

ବ୍ରହ୍ମପୁର ଅଫିସ,୨୨ା୧୦-ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରାସ୍ତା ପ୍ରଶସ୍ତୀକରଣ ନେଇ ଶନିବାର ଓ ରବିବାର ହୋଇଥିବା ଉଚ୍ଛେଦରେ ଅନେକ ପରିବାର ବାସହରା ହୋଇଛନ୍ତି। ଉଚ୍ଛେଦରେ ବିଏମ୍‌ସିର ୧୦ ନଂ. ୱାର୍ଡ ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ହାଇସ୍କୁଲସାହି ନିକଟ ତୋଟାବନ୍ଧ ସାହିର ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ପରିବାର ଗୃହଶୂନ୍ୟ ହୋଇଥିବା ଅଭିଯୋଗ ହୋଇଛି ା ତୁରନ୍ତ ଥଇଥାନ କରାଯିବାକୁ ସେମାନେ ଦାବି କରିଛନ୍ତି। ସୋମବାର ୨୫ ପରିବାର ସଦସ୍ୟମାନେ ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ସାକ୍ଷାତ କରି ତୁରନ୍ତ ଥଇଥାନ କରିବାକୁ ଦାବି କରିଥିଲେ ା ସରକାରଙ୍କ ଆଗାମୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ଅସ୍ଥାୟୀ ଥଇଥାନ ଦିଗରେ ପଦକ୍ଷେପ ନିଆଯିବା ନେଇ କମିଶନର ପ୍ରତିଶ୍ରୁତି ଦେବା ପରେ ଅଞ୍ଚଳବାସୀ ଫେରିଥିଲେ ା
ହଳଦିଆପଦର ବସ୍‌ ଟର୍ମିନାଲ କାର୍ଯ୍ୟକ୍ଷମ ପରେ ହରିଡାଖଣ୍ଡି ଛକ, ବାଲୁଙ୍କେଶ୍ୱର ମନ୍ଦିର ଛକ, ପୁରୁଣା ବ୍ରହ୍ମପୁର, ଆମ୍ବମାର୍କେଟ ଦେଇ ବସ୍‌ ଚଳାଚଳ ସ୍ବାଭାବିକ ପାଇଁ ରାସ୍ତା ପ୍ରଶସ୍ତୀକରଣ କରିବାକୁ ବିଏମ୍‌ସି ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ା
ଶନିବାର ଓ ରବିବାର ବ୍ରହ୍ମପୁର ହରିଡାଖଣ୍ଡି ପେଟ୍ରୋଲ ପମ୍ପ ଅଞ୍ଚଳରୁ ଆରମ୍ଭ କରି ବାଲୁଙ୍କେଶ୍ୱର ମନ୍ଦିର ଛକ, ପୁରୁଣାବ୍ରହ୍ମପୁର, ଆମ୍ବମାର୍କେଟ ଓ ଧୋବାବନ୍ଧ ସାହି ପ୍ରମୁଖ ଅଞ୍ଚଳରେ ରାସ୍ତାପ୍ରସସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯାଇଛି ା
ତେବେ ଏଥିରେ ପୁରଣା ବ୍ରହ୍ମପୁର ଅଞ୍ଚଳର ତୋଟାବନ୍ଧ ସାହି ବାସିନ୍ଦା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ା
ଉଚ୍ଛେଦରେ ଘର ହରାଇଥିବା ବେଳେ ଆରଏୱାଇ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ ଏହି ଅଞ୍ଚଳର ୨୫ ପରିବାର ସର୍ବସ୍ବାନ୍ତ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କ୍ଷତିଗ୍ରସ୍ତ ପରିବାରବର୍ଗଙ୍କ କହିବା ପ୍ରକାରେ, ବିଗତ ୨ ବର୍ଷ ପୂର୍ବେ ବିଏମ୍‌ସି ପକ୍ଷରୁ ତୋଟାବନ୍ଧ ସାହିରେ ଜବରଦଖଲ ଉଚ୍ଛେଦ ପାଇଁ ଉଦ୍ୟମ କରାଯାଇଥିଲା। ସେହି ସମୟରେ କୋର୍ଟରୁ ରହିତାଦେଶ ଅଣାଯାଇଥିବାରୁ ଉଚ୍ଛେଦ ହୋଇପାରି ନ ଥିଲା ା ତତ୍କାଳୀନ କର୍ପୋରେଟରଙ୍କ ଅବହେଳାରୁ ଆରଏୱାଇ ଗୃହ ତାଲିକାରେ ମଧ୍ୟ ନାମ ଲେଖାଇବାରେ ତୋଟାବନ୍ଧ ସାହିର ୨୫ ପରିବାର ବଞ୍ଚିତ ହୋଇଛନ୍ତି ା ଏଭଳି ସ୍ଥିତିରେ ବିନା ଥଇଥାନରେ ହଠାତ୍‌ ରବିବାର ଉଚ୍ଛେଦ କରାଯାଇଛି ା ଫଳରେ ଦୀର୍ଘ ୭୦ ରୁ ୮୦ ବର୍ଷ ଧରି ବସତି ସ୍ଥାପନ କରି ରହି ଆସୁଥିବା ୨୫ ପରିବାରର ଶତାଧିକ ଲୋକ ବେସାହାରା ହୋଇଯାଇଥିବା ଅଞ୍ଚଳବାସୀ ମଞ୍ଜୁ ଦାଶ କହିଛନ୍ତି ା
ଅନ୍ୟପକ୍ଷରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ବିଏମ୍‌ସିରେ ପହଞ୍ଚି ଉଚ୍ଛେଦ ପରିବାର ବର୍ଗଙ୍କ ସହ ଆଲୋଚନା କରିଥିଲେ। ବର୍ତ୍ତମାନ ସୁଦ୍ଧା ଉଚ୍ଛେଦରେ କ୍ଷତିଗ୍ରସ୍ତ ହୋଇଥିବା ଏବଂ ଆରଏୱାଇ ତାଲିକାରେ ଅନ୍ତର୍ଭୁକ୍ତ ଥିବା ୩୦ ପରିବାରଙ୍କୁ ଥଇଥାନ କରାଯାଇଛି ା
ତାଲିକାରୁ ବଞ୍ଚିତ ୨୫ ରୁ ୩୦ ପରିବାରଙ୍କ ଥଇଥାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ା
ବ୍ରହ୍ମପୁର ନିକଟଅଞ୍ଚଳରେ ଜାଗା ସ୍କିମ୍‌ରେ ସେମାନଙ୍କୁ ଥଇଥାନ କରାଯିବ ବୋଲି କମିଶନର ରାଠୋର ଆଲୋଚନା ବେଳେ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଛାଡିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଟିପର ମାଲିକ

କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ବାଂଶପାଳ ଫାଣ୍ଡିର ପୂର୍ବତନ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା ଭଳି ଗୁରୁତର ଅଭିଯୋଗ ଆସିଛି। ଦୁର୍ଘଟଣା...

ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀଙ୍କୁ ରସିଦ ଦିଅ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଅଧୀନରେ ଆସୁଥିବା ହିତାଧିକାରୀମାନେ ମାଗଣା ଚାଉଳ ନେବାବେଳେ ସେମାନଙ୍କୁ ସ୍ବତନ୍ତ୍ର ରସିଦ ମିଳିବ। ଏସମ୍ପର୍କରେ କେନ୍ଦ୍ର ଖାଉଟି...

ଆଜିଠୁ ଖସିବ ପାରଦ

ଭୁବନେଶ୍ୱର,୫।୨(ବ୍ୟୁରୋ): ଆଜିଠୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ। ଆସନ୍ତା ୨ରୁ ୩ ଦିନ ଭିତରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ...

ସାପ ହେଲେ ବି ମା’: ଭୋକରେ ମରିଗଲା, ହେଲେ ଛୁଆଙ୍କୁ ଖାଇଲାନି

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଛୁଆ ପାଇଁ ମା’ ସବୁକିଛି। ଛୁଆଙ୍କ ପାଇଁ ସେ ତା ଜୀବନ ଦେବାକୁ ମଧ୍ୟ ପଛାଏ ନାହିଁ। ନିଜେ ମା’ର ପରିଚୟ ସୃଷ୍ଟି କରିଛି...

ରାଜ୍ୟ ମନ୍ତ୍ରିମଣ୍ଡଳରେ ୬୨ ପ୍ରତିଶତ ନେତା କୋଟିପତି : ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ରାଜ୍ୟ ମନ୍ତ୍ରିମଣ୍ଡଳର ୬୨ପ୍ରତିଶତ ସଦସ୍ୟ କୋଟିପତି ରାଜନେତା। ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ କୋଟିପତି ରାଜନେତା ମନ୍ତ୍ରୀପରିଷଦରେ ସ୍ଥାନ ପାଇଛନ୍ତି। ୨୦୧୪ ନିର୍ବାଚନ ପରେ...

ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୨।୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗୁନି। ଆଜି ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ...

ଆଜି ବି ଜାରି ରହିବ କାଳବୈଶାଖୀ ତାଣ୍ଡବ

ଭୁବନେଶ୍ୱର,୬ା୫(ବ୍ୟୁରୋ): ଶୁକ୍ରବାର ୨୨ଟି ଜିଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି...

ରାଣୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣା,ଚିକିତ୍ସାଧୀନ ଅବସ୍ଥାରେ ବାଇକ୍‌ ଆରୋହୀଙ୍କ ମୃତ

ଆଠଗଡ,୨୬।୧୧(ଡି.ଏନ.ଏ.) କଟକ ଜିଲା ଆଠଗଡ ବ୍ଲକ ଡାଳଖାଇ ଛକ ନିକଟରେ ଗୁରୁବାର ରାତିରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣା ଗସ୍ତ ହୋଇଛି। ଏକ...

Advertisement
Archives

Model This Week