ତେଲେଙ୍ଗେନାକୁ କାମ କରିବାକୁ ଯାଇଥିଲେ, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରହିଲେ ୨୪ ପ୍ରବାସୀ ଶ୍ରମିକ

ଜୁନାଗଡ,୫।୫(ଡି.ଏନ୍‌.ଏ.): ତେଲେଙ୍ଗେନାକୁ କାମ କରିବାକୁ ଯାଇଥିବା କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ୨୪ଜଣ ପ୍ରବାସୀ ଓଡିଆ ମଙ୍ଗଳବାର ବସ୍‌ ଭଡା କରି ଜୁନାଗଡରେ ପହଞ୍ଚିଛନ୍ତି। ଏଥିରେ ଜୁନାଗଡ ବ୍ଲକର ତଳମଲା ପଞ୍ଚାୟତର ୨୨, ମାଟିଗଁା ଓ ହାବସପୁର ପଞ୍ଚାୟତର ଜଣେ ଲେଖାଏ ଶ୍ରମିକ ରହିଛନ୍ତି। ପୂର୍ବରୁ ଏହି ଶ୍ରମିକମାନେ ଘରକୁ ଫେରିବା ପାଇଁ ପଞ୍ଜୀକରଣ କରିଥିବାରୁ ବ୍ଲକ ପ୍ରଶାସନ ଏଥିପ୍ରତି ସଜାଗ ରହିଥିଲା। ଶ୍ରମିକମାନେ ଜୁନାଗଡ ସହରରେ ପହଞ୍ଚିବା ପରେ ବ୍ଲକ ପ୍ରଶାସନ ସେମାନଙ୍କୁ ଚିହ୍ନଟ କରି ତଳମଲା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର(ଟିଏମସି)ରେ ଥଇଥାନ କରିଥିଲା। ଏହି ସମୟରେ ବିଡିଓ ଦୁଲାରାମ ମାରାଣ୍ଡି, ଜିପିଓ ସିଦ୍ଧେଶ୍ୱର ମେହେର, ଡବ୍ଲୁଇଓ ସୁମନ୍ତ କୁମାର ମାଝୀ, ବିଏସ୍‌ଏସଓ ତୁଷାର ରଞ୍ଜନ ସାହୁ, ଯନ୍ତ୍ରୀ ସଞ୍ଜୟ କୁମାର ମଲ୍ଲିକ, ନୋଡାଲ ଅଧିକାରୀ ଗୁପ୍ତ ନାଏକ, ସ୍ଥାନୀୟ ସରପଞ୍ଚ ଦୁଶିଲା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଶିବିରକୁ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ କୁମାର ମହାପାତ୍ର ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ଟଙ୍କା ଜମାକୁ ୪ବର୍ଷ ବିତିଗଲାଣି, ବୋରୱେଲରେ ବିଦ୍ୟୁତ ସଂଯୋଗ ନାହିଁ

କେସିଙ୍ଗା, ୨୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ଉଠା ଜଳସେଚନ ନିଗମ ଲିମିଟେଡ଼ ଦାରା ଗଭୀର କୂପ ଖୋଲିବା ପାଇଁ ଗତ୨୦୨୨-୨୩ ମସିହାରେ ଚାଷୀମାନଙ୍କୁ ଆହ୍ବାନ କରିଥିଲେ।…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri