ତେଲଙ୍ଗାନାରେ ଫସିଛନ୍ତି ୧୫ରୁ ଊର୍ଦ୍ଧ୍ୱ ଶ୍ରମିକ

ବାଲେଶ୍ୱର ଅଫିସ,୨।୫: ବାଲେଶ୍ୱର ଜିଲା ଗୋପାଳପୁର ଅଞ୍ଚଳର ୧୫ରୁ ଊର୍ଦ୍ଧ୍ୱ ଶ୍ରମିକ ଦୁଇବର୍ଷ ଧରି ତେଲଙ୍ଗାନା ରାଜ୍ୟର ମେଡ଼ିଚାଲ ଜିଲା ଅଲାମ୍ପେଟ ପଞ୍ଚାୟତରେ ଥିବା ଶ୍ରୀରାମ ସ୍ପିନିଂ ମିଲ୍‌ରେ କାମ କରିବା ସହ ନିଜର ପରିବାର ସହ ରହୁଥିଲେ। କରୋନା ଯୋଗୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ସେମାନେ ଘରକୁ ଆସି ନ ପାରି ଫସି ରହିଛନ୍ତି। ସେମାନଙ୍କ ନିକଟରେ ଥିବା ଟଙ୍କା, ରାଶନ ସବୁ ସରିଯାଇଛି। ବହୁ କଷ୍ଟରେ ସେମାନେ ସମୟ ଅତିବାହିତ କରୁଛନ୍ତି।
ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରସ୍ତ କାର୍ଯ୍ୟକ୍ରମରେ ସେମାନେ ନାମ ପଞ୍ଜିକରଣ କରିଥିଲେ। ଫେରିବା ଲାଗି ମୋବାଇଲ ଯୋଗେ ସୂଚନା ମିଳିବା ପରେ ସେମାନେ କାରଖାନାର ମାଲିକଙ୍କୁ ଗେଟ୍‌ ପାସ୍‌ ପାଇଁ ଆବେଦନ କରିଥିଲେ। ସେମାନଙ୍କ ନିକଟରେ ଖାଇବା ପାଇଁ ଟଙ୍କା ନ ଥିବାବେଳେ ଘର ଭଡ଼ା, ଇଲେକ୍ଟ୍ରିବିଲ୍‌ ଓ ପାଣି ବିଲ୍‌ ଦେବାକୁ ଘର ମାଲିକ ତାଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି। ଉକ୍ତ ବିଲ୍‌ ନ ଦେଲେ ସେମାନଙ୍କୁ ଗେଟ୍‌ ପାସ ମିଳିବ ନାହିଁ ବୋଲି ରୋକ୍‌ଠୋକ୍‌ କହିବା ପରେ ସେମାନଙ୍କର ଦୁର୍ଦ୍ଦଶା ବଢ଼ିଯାଇଛି। ଅନ୍ୟପକ୍ଷରେ କାରଖାନାର ଉପରିସ୍ଥ କର୍ମଚାରୀମାନେ ସେମାନଙ୍କ ଉପରେ ବହୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ତଥା ଜିଲା ପ୍ରଶାସନଙ୍କୁ ଏକ ଭିଡ଼ିଓ ମାଧ୍ୟମରେ ସେମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷ ବର୍ଷ ଧରି ସୋଲାର ପମ୍ପ ଅଚଳ

ଲାଞ୍ଜିଗଡ଼,୨୬।୧୨(ଡି.ଏନ.ଏ.):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶୌରଶକ୍ତି ଦ୍ୱାରା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ହେଲେ ବର୍ଷ ବର୍ଷ ଧରି ବନ୍ଦ ଥିବାରୁ...

ଜିଲାପାଳଙ୍କ ଅଫିସ ଘେରାଉ କଲା ଭାଜପା

ଛତ୍ରପୁର,୧୫।୨(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗଞ୍ଜାମ ଜିଲା ଓ ଘୁମୁସର ଜିଲା ଭାଜପା ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ରାଜ୍ୟରେ ଦୁର୍ନୀତି...

ଓପିଜିସି ପ୍ରକଳ୍ପରେ ଦୁର୍ଘଟଣା ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ଗଞ୍ଜାମର ଠିକା ଶ୍ରମିକ, କ୍ଷତିପୂରଣ ଦାବି

ଲଖନପୁର,୧୮।୯(ଡି.ଏନ୍‌.ଏ.)- ଓଡ଼ିଶା ବିଦ୍ୟୁତ ଉପ୍ତାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୩ୟ ୟୁନିଟ ଇଏସ୍‌ପି ହପର୍‌ ଖସି ପଡିବା ଫଳରେ ଗରମ ପାଉଁଶ...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଭଞ୍ଜନଗର,୨୬।୮(ଡି.ଏନ.ଏ)-ଭଞ୍ଜନଗର ଶଙ୍ଖସାହିର ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ରବିବାର ମୃତ୍ୟୁ ଘଟିଛି। ସେ ହେଲେ କାର୍ତ୍ତିକ ସାହୁ (୩୮)। ସୋମବାର ସକାଳେ ଘର ପାଖ ଲୋହରାଖଣ୍ଡି...

ଓଲଟିଲା ଯାତ୍ରୀବାହୀ ବସ୍‌

ରାଇରଙ୍ଗପୁର,୨୮ା୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ତୋଲକୋ ଗାଁ ନିକଟରେ ରବିବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ ୧୦ ଜଣ...

ଦୁଇ ପୃଥକ ଅପହରଣ ମାମଲା: ୪ ଗିରଫ

ଭବାନୀପାଟଣା, ୩୧।୫ (ଡି.ଏନ୍‌.ଏ.): ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ଦୁଇଟି ଅପହରଣ ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଭବାନୀପାଟଣା ସହରରେ ଗତ...

ପଞ୍ଚାୟତରେ ଆଇସୋଲେଶନ ସେଣ୍ଟର

ପୁରୀ ଅଫିସ,୨୬ା୩: କରୋନା ମୁକାବିଲା ପାଇଁ ପୁରୀ ଜିଲା ପ୍ରଶାସନ ଜୋର୍‌ଦାର ଉଦ୍ୟମ ଜାରି ରଖିଛି। ଜିଲାର ୧୧ଟି ବ୍ଲକର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ...

ଶୋଇବା ଘରେ ୧୪ ଫୁଟ୍‌ର ଅହିରାଜ

ବାଙ୍ଗିରିପୋଷି,୨୭।୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ନିଶ୍ଚିନ୍ତା ଗ୍ରାମର ଅଧ୍ୟାପକ ଅଶୋକ କୁମାର ମହାପାତ୍ରଙ୍କ ଶୋଇବା ଘରୁ ୧୪ ଫୁଟ ଲମ୍ବ ଏକ ଅହିରାଜ...

Advertisement
Archives

Model This Week