Posted inଖେଳ

ତେନ୍ଦୁଲକରଙ୍କୁ ପଛରେ ପକାଇଲେ ଦ୍ରାଭିଡ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଦେଇଛନ୍ତି ଦ ଓ୍ବାଲ ରାହୁଲ ଦ୍ରାଭିଡ୍‌। ଗତ ୫୦ ବର୍ଷରେ ଭାରତର ମହାନ ଟେଷ୍ଟ ଖେଳାଳି ଭାବେ ଦ୍ରାଭିଡ ସର୍ବାଗ୍ରେ ଅଛନ୍ତି। ଭାରତର ମହାନ୍‌ ଟେଷ୍ଟ ବ୍ୟଟ୍ସମ୍ୟାନ୍‌କୁ ନେଇ ଓ୍ବିଜଡେନ୍‌ ଇଣ୍ଡିଆ ପକ୍ଷରୁ ସୋସିଆଲ୍‌ ସାଇଟ୍‌ ଫେସ୍‌ବୁକ୍‌ରେ ଏକ ପୋଲ୍‌ କରାଯାଇଥିଲା। ୧୬ ଜଣ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ଙ୍କୁ ନେଇ ଏହି ଭୋଟିଂ କରାଯାଇଥିଲା। ସେମିଫାଇନାଲ ପାଇଁ ସଚିନ, ଦ୍ରାଭିଡ, ସୁନୀଲ ଗାଭାସ୍କର ଏବଂ ବିରାଟ କୋହଲିଙ୍କୁ ଚୟନ କରାଯାଇଥିଲା। ଫାଇନାଲକୁ ସଚିନ ଏବଂ ଦ୍ରାଭିଡ ଯାଇଥିଲେ। ଫାଇନାଲରେ ସର୍ବାଧିକ ଭୋଟ ଦ୍ରାଭିଡଙ୍କ ସପକ୍ଷରେ ଯାଇଥିଲା। ୫୨ ପ୍ରତିଶତ ଲୋକ ଦ୍ରାଭିଙ୍କୁ ଭୋଟ ଦେଇଥିବାବେଳେ ୪୮ ପ୍ରତିଶତ ସଚିନଙ୍କୁ ଭୋଟ ଦେଇଛନ୍ତି। ସେହିପରି ତୃତୀୟ ସ୍ଥାନ ପାଇଁ ସୁନୀଲ ଗାଭାସ୍କର ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଭୋଟିଂ ହୋଇଥିଲା। ଗାଭାସ୍କରଙ୍କୁ ୫୦.୫ ପ୍ରତିଶତ ଭୋଟ ମିଳିଥିବାବେଳେ କୋହଲଇଙ୍କ ୪୯.୫ ପ୍ରତିଶତ ଭୋଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ବିଶ୍ୱକପ୍‌: ଅସମ୍ଭବ ଫଳାଫଳ ଲକ୍ଷ୍ୟରେ ପାକିସ୍ତାନ

ଲଣ୍ଡନ,୫।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ପୂର୍ବତନ ଚାମ୍ପିୟନ ପାକିସ୍ତାନ ତା’ର ଶେଷ ଲିଗ୍‌ ମ୍ୟାଚ୍‌ରେ ଶୁକ୍ରବାର ବାଂଲାଦେଶକୁ ଭେଟିବାକୁ ଯାଉଛି। ସେମିଫାଇନାଲରେ ପହଞ୍ଚିବା ପାକିସ୍ତାନ ପାଇଁ...

ମ୍ୟାଚ୍‌ ମଝିରେ ରୋହିତ ଶର୍ମା ଆହତ, ହସ୍ପିଟାଲ୍‌ରେ ଭର୍ତ୍ତି

ଢାକା,୭।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ଗୁରୁତର ଆହତ ହୋଇଛନ୍ତି। ଫିଲ୍ଡିଂ ବେଳେ ତାଙ୍କ ବାମ ଆଙ୍ଗୁଠିରେ...

୨୦ ବର୍ଷ ହେବ ଅକ୍ଷୟ କୁମାରଙ୍କ ଅପେକ୍ଷାରେ ଥିଲେ ଏହି ଯୁବତୀ, ମିଳିଲା ଏମିତି ଉତ୍ତର

ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ଅକ୍ଷୟ କୁମାର। ତାଙ୍କର ପ୍ରଶଂସକ ମଧ୍ୟ ଅନେକ ଅଛନ୍ତି। ନିକଟରେ ଅକ୍ଷୟଙ୍କ ବାର୍ତ୍ତାକୁ ୨୦ ବର୍ଷ ଅପେକ୍ଷା କରିଥିବା...

ନେଟ୍ସରେ ଲଗାତର ୫ ଛକା ମାରିଲେ ଧୋନୀ

ଚେନ୍ନାଇ,୭ା୩- ଦୀର୍ଘ ଦିନ ହେଲେ କ୍ରିକେଟରୁ ଦୂରେଇ ରହିବା ସତ୍ତ୍ୱେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଫର୍ମ ପ୍ରଭାବିତ ହୋଇନାହିଁ। ସ୍ଥାନୀୟ ଚେପକ ଗ୍ରାଉଣ୍ଡରେ...

ବିମାନରୁ ବିଦା ହେଲେ ଅଷ୍ଟ୍ରେଲିଆନ ପ୍ରାକ୍ତନ ଓପନର

ସିଡ୍‌ନୀ,୨୧ା୫- ଦୁଇ ସାଙ୍ଗଙ୍କ ସହ ପ୍ରବଳ ଯୁକ୍ତିତର୍କ ପରେ ପୂର୍ବତନ ଅଷ୍ଟ୍ରେଲିଆନ ଓପନର ମାଇକେଲ ସ୍ଲାଟରଙ୍କୁ ବିମାନରୁ ବିଦା ହେବାକୁ ପଡ଼ିଛି। ମାକୁରି ସ୍ପୋଟର୍‌ସ ରେଡିଓ...

ଇମର୍ଜିଂ ପ୍ଲେୟର ଦୌଡ଼ରେ ଅର୍ଶଦୀପ, ରେଣୁକା, ୟସ୍ତିକା

ଦୁବାଇ,୨୯ା୧୨(ପି.ଟି): ଆଇସିସି ଉଦୀୟମାନ ଖେଳାଳି (ଇମର୍ଜିଂ ପ୍ଲେୟର) ଦୌଡରେ ସାମିଲ ହୋଇଛନ୍ତି ଭାରତର ଅର୍ଶଦୀପ ସିଂ, ରେଣୁକା ସିଂ ଓ ୟସ୍ତିକା ଭାଟିଆ। ଦକ୍ଷିଣ ଆଫ୍ରିକାର...

୧୪ ରନ୍‌ରେ ୮ ଉଇକେଟ୍‌ ହରାଇଥିଲା ଏହି ଦଳ, ୮ ନମ୍ବର ବ୍ୟାଟ୍ସମ୍ୟାନ୍‌ ବଦଳାଇଦେଲେ ମ୍ୟାଚ୍‌ର ରୂପରେଖ

ନୂଆଦିଲ୍ଲୀ,୨୬।୭: ଏକ ରୋମାଞ୍ଚକର ଟି -୨୦ ମ୍ୟାଚରେ ବେଲଜିୟମ ଅଷ୍ଟ୍ରିଆକୁ ୧୨ ରନରେ ପରାସ୍ତ କରିଛି। ବେଲଜିୟମ ଏକ ସମୟରେ ୧୪ ରନ ପାଇଁ ୮...

ଭାରତ,ବାଂଲାଦେଶ ଦଳକୁ ଧନ୍ୟବାଦ ଦେଲେ ବିସିସିଆଇ ସଭାପତି

ନୂଆଦିଲ୍ଲୀ,୪।୧୧(ପି.ଟି.)- ଦେଶର ରାଜଧାନୀରେ ଅତ୍ୟଧିକ ପ୍ରଦୂଷଣ ସତ୍ତ୍ୱେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳିଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୋମବାର...

Advertisement
Archives

Model This Week