ତେନ୍ତୁଳିଆ ଗ୍ରାମ ନିକଟ ଜଙ୍ଗଲରୁ ଛେଳି ଉଭାନ: ପୁଣି ବାଘ ଆତଙ୍କ, ଲାଗିବ ଟ୍ରାପ କ୍ୟାମେରା

ଭଞ୍ଜନଗର/ଜଗନ୍ନାଥପ୍ରାଦ,୪।୧୧(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ଅଞ୍ଚଳରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ତେନ୍ତୁଳିଆ ଗ୍ରାମ ନିକଟସ୍ଥ ଲଣ୍ଡେଇହିଲ୍‌କୁ ବିଭିନ୍ନ ସମୟରେ ଚରିବାକୁ ଯାଉଥିବା ଛେଳିଙ୍କ ମଧ୍ୟରୁ କେତୋଟି ଉଭାନ ହୋଇଯାଇଥିଲେ। ସୋମବାର ୨ଟି ଛେଳି କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଗତ ମାସରେ ନିକଟସ୍ଥ ଗୁଣ୍ଡିରିବାଡ଼ି ଜଙ୍ଗଲରେ ଏକ ବାଘୁଣୀ ପାଦଚିହ୍ନ ଠାବ କରାଯାଇଥିଲା। ତେଣୁ ଛେଳିଙ୍କୁ ସେହି ବାଘୁଣୀ ଆକ୍ରମଣ କରିଥାଇପାରେ ବୋଲି ଲୋକେ ସନ୍ଦେହ କରୁଛନ୍ତି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଏଭଳି ପରିସ୍ଥିତିକୁ ଦେଖି ବନ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଟ୍ରାପ୍‌ କ୍ୟାମେରା ଲଗାଇବା ପାଇଁ ଯୋଜନା କରାଯାଇଛି । ମଙ୍ଗଳବାର ଟ୍ରାପ୍‌ କ୍ୟାମେରା ଲଗାଯିବ । ଏ ନେଇ ଜଗନ୍ନାଥପ୍ରସାଦ ରେଞ୍ଜର ଉମାକାନ୍ତ ଦାସ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି । ବର୍ତ୍ତମାନ ଘଟଣାସ୍ଥଳରୁ ଯାହା ସୂଚନା ମିଳୁଛି ତାହା ବାଘ ଆକ୍ରମଣ ହୋଇ ନ ପାରେ । ତଥାପି ଟ୍ରାପ୍‌ କ୍ୟାମେରା ଲଗାଯିବ। ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଏଥିସହ ଜଙ୍ଗଲକୁ ଛେଳି ନ ଛାଡ଼ିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ଖୋଲିବାରେ ବିଳମ୍ବ,ଦଲାଲ ହେଉଛନ୍ତି ମାଲାମାଲ

ଧାମନଗର, ୨୫।୧୨(ସ୍ବ.ପ୍ର.): ଚଳିତ ବର୍ଷ ଧାନ ଅମଳ ସରିବାକୁ ବସିଥିଲେ ମଧ୍ୟ ପ୍ରଶାସନ ମଣ୍ଡି ଖୋଲିବାକୁ ନେଇ ଅହେତୁକ ବିଳମ୍ବ କରି ଚାଲିଛି। ଫଳରେ ଚାଷୀମାନେ...

୫ ଜିଲା ପରିଷଦ ଜୋନ୍‌ରେ କଡ଼ା ଟକ୍କର

ବାଲେଶ୍ୱର ଅଫିସ,୧୭।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଆସନ୍ତା ୨୪ତାରିଖରେ ବାଲେଶ୍ୱର ସଦର ବ୍ଲକର ୫ଟି ଜିଲାପରିଷଦ ଜୋନ୍‌ ଓ ୩୭ ପଞ୍ଚାୟତରେ...

‘ମାସକ ମଧ୍ୟରେ ରିପୋର୍ଟ ଦିଅ’

ବାରିପଦା ଅଫିସ,୩।୬ ବିଶ୍ୱପ୍ରସିଦ୍ଧ ମୟୂରଭଞ୍ଜ ଛଉ ନୃତ୍ୟର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ ଅଧୀନରେ...

ରାଜ୍ୟ ବୟନଶିଳ୍ପ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗସ୍ତ, ବାଇକ୍‌ ଚାଳକ ଗୁରୁତର

କୋରାପୁଟ, ୭ା୨: କୋରାପୁଟ-ବୋରିଗୁମ୍ମା ଭାୟା ରାଣୀଗଡ଼ ୩୨୬ ନମ୍ବର ରାଜପଥ ଛର୍ତଲା ନିକଟରେ ରବିବାର ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କାର ଓ...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ୟାସ୍‌ ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବାଲେଶର ଅଫିସ, ୨୯।୫: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଲେଶ୍ୱର ନଗରର କାର୍ଯ୍ୟକର୍ତ୍ତାମାନଙ୍କ ଦାରା ସାର୍ଥା ଅଞ୍ଚଳରେ ପାଣି ଘେରରେ ଥିବା ଗ୍ରାମବାସୀଙ୍କୁ ଶୁଖିଲା ଖାଦ୍ୟ...

ଅଭିଯୁକ୍ତଙ୍କ ମାମଲା ଲଢ଼ିବାକୁ ମନାକଲା ଜିଲା ଓକିଲ ସଂଘ: ୩୦ରେ କଳାହାଣ୍ଡିର ସମସ୍ତ କେନ୍ଦ୍ର, ରାଜ୍ୟ ସରକାର କାର୍ଯ୍ୟାଳୟ ବନ୍ଦ କରାଯିବ

ଭବାନୀପାଟଣା,୨୬।୯ (ଡି.ଏନ.ଏ.)  କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ କଳାହାଣ୍ଡି ଜିଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆସନ୍ତା ୩୦ ତାରିଖରେ କୋର୍ଟ କଚେରୀ,...

ଝୁଲା ପୋଲ ଅନିଶ୍ଚିତତା,ନୂଆ ବ୍ରିଜ୍‌କୁ ଅପେକ୍ଷା

ଖୁଣ୍ଟୁଣୀ,୨୨।୧୧(ଡି.ଏନ୍‌.ଏ.):କଟକ ଜିଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ମଞ୍ଚେଶ୍ୱର ନିକଟ ମହାନଦୀ ପଠାରେ ଥିବା ଧବଳେଶ୍ୱରଙ୍କ ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ...

କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଇବା ଲାଗି ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

କେନ୍ଦ୍ରାପଡ଼ା ଅଫିସ,୨୨ା୮: କେନ୍ଦ୍ରାପଡ଼ା ଜିଲାକୁ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ କେନ୍ଦ୍ରାପଡ଼ା ଜିଲା ବିକାଶ ପରିଷଦ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଏକ ସ୍ମାରକପତ୍ର...

Advertisement
Archives

Model This Week