ତେଜିଲା ମହିଳାଙ୍କ ମଦ ବିରୋଧି ଅଭିଯାନ

ଯୋଡ଼ା, ୨୯।୬ (ଡି.ଏନ.ଏ.)- କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଚୋରାମଦର ପ୍ରସାର ଘଟି ଚାଲିଛି। ଏହି ଜିଲାର ଖଣିଖାଦନା ଭରା ଯୋଡା ଅଞ୍ଚଳରେ ମଧ୍ୟ ଚୋରାମଦର ପ୍ରସାର ଘଟିଥିବାରୁ ବିଭିନ୍ନ ସମୟର ଅପରାଧ ଘଟଣା ସାଙ୍ଗକୁ ପାରିବାରିକ ହିଂସା ଘଟି ସାମାଜିକ ସ୍ଥିତିକୁ ଦୋହଲାଇ ଦେଉଛି। ପୋଲିସ, ଅବକାରୀ ବିଭାଗ ସମେତ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ଚୋରାମଦ କାରବାର ରୋକିବାକୁ ମହିଳାମାନେ ସଂଗଠିତ ହୋଇ ଅଣ୍ଟା ଭିଡିଛନ୍ତି। ବଭିନ୍ନ ମହଲରୁ ଆନ୍ଦୋଳନକାରୀ ମହିଳାଙ୍କୁ ସମର୍ଥନ ମିଳୁଥିବା ଜଣାପଡିଛି।
ଶୁକ୍ରବାର ଯୋଡ଼ା ବ୍ଲକ ଜଳହରି ପଞ୍ଚାୟତଠାରେ ୫୦ରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ସଂଗଠିତ ହୋଇ ମଦବିରୋଧୀ ଅଭିଯାନ ଆରମ୍ଭ କରଛନ୍ତି। ସେମାନେ ପ୍ରଥମେ ଜନସଚେତନତା ସୃଷ୍ଟି କରିବା ସହ ପ୍ରଶାସନ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି। ୫୦ରୁ ଉର୍ଦ୍ଧ୍ୱ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ଗଜଲକ୍ଷ୍ମୀ ମହାସଂଘ ଆହ୍ବାନ କ୍ରମେ ଶତାଧିକ ମହିଳା ଜଳହରି ପଞ୍ଚାୟତରେ ଏକତ୍ରିତ ହୋଇଥିଲେ । ସେମାନେ ପୂର୍ବାହ୍ନ ସାଢେ ୧୦ଟା ବେଳେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବିଶାଳ ରାଲି କରି ଗାଁ ଗାଁ ବୁଲି ଜନ ସଚେତନତା ସୃଷ୍ଟି କରିଥିଲେ। ଶୋଭାଯାତ୍ରା ବିଭିନ୍ନ ବିଭିନ୍ନ ଗ୍ରାମ ପରିକ୍ରମା କଲା ବେଳେ ମହିଳାମାନେ ଚୋରାମଦ ବିରୋଧି ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ଅଞ୍ଚଳରେ ମଦ କାରବାର ବୃଦ୍ଧି ଯୋଗୁ ବିଭିନ୍ନ ପରିବାରରେ କିଭଳି ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇ ସାମାଜିକ ପରିବେଶକୁ ପ୍ରଭାବିତ କରୁଛି ତାହା ସେମାନେ ଦର୍ଶାଇଥିଲେ। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ଯୋଗୁ ଲୋକଙ୍କ ଧନଜୀବନ ବିପଦରେ ପଡୁଛି। ଛୋଟ ଛୋଟ ପିଲା ବିଶେଷ କରି ଛାତ୍ରମାନେ ନିଶାକବଳରେ ପଡ଼ି ପାଠପଢା ଛାଡି ଦେଉଛନ୍ତି। ବିଷାକ୍ତ ଚୋରା ମଦ ପିଇ ଲୋକେ ରୋଗଗ୍ରସ୍ତ ହେବା ସହ ଅନେକ ସମୟରେ ଅକାଳ ମୃତ୍ୟୁବରଣ କରୁଛନ୍ତି। ନିଶାଦ୍ରବ୍ୟର କାରବାର ବଢିବା ଯୋଗୁ ମହିଳାମାନେ ଅଧିକ ନିର୍ଯାତନା ଓ ଶୋଷଣର ଶିକାର ହେଉଛନ୍ତି। ଏସବୁ ସମସ୍ୟାରୁ ସମାଜକୁ ମୁକ୍ତ କରିବା ଲାଗି ମହାସଂଘ ଦୃଢ ନିଷ୍ପତ୍ତି ନେଇ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଥିବା ସଂଘର ସଭାପତି ନାଗିନ ମଞ୍ଜରୀ ମୁଣ୍ଡା, ସମ୍ପାଦକ କୌଶଲ୍ୟା କେରାଇ,ସଦସ୍ୟା ମିନା ପାତ୍ର, ତୁଳସୀ ମୁଣ୍ଡା, ରେଶମା ନାଏକ, ଲତା ଦାଶ, ପ୍ରଣତି ପାତ୍ର,ଶାନ୍ତିିଲତା ପାତ୍ର, କୁନି ମୁଣ୍ଡା ପ୍ରମୁଖ କହଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ଅଞ୍ଚଳରେ ଚୋରା ବ୍ୟବସାୟୀଙ୍କୁ ଧରପଗଡ କରି ମଦ ବିକ୍ରି ବନ୍ଦ କରା ନ ଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ସେମାନେ ପ୍ରଶାସନଠାରୁ ଅନୁମତି ଆଣି ବିରାଟ ରାଲି କରିବା ସହିତ ମଦ ଦୋକାନ ଉଛେଦ କରିବା ଲାଗି ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଅଧିକାରୀଙ୍କ ନାମରେ ଠକେଇ ମାମଲା: ତଦନ୍ତ ପାଇଁ ଥାନାକୁ ନିର୍ଦ୍ଦେଶ ଦେଲେ ଏସ୍‌ଡିଜେଏମ୍‌

ବାଲେଶ୍ୱର ଅଫିସ, ୨୯।୭: ଲୋକଙ୍କୁ ପ୍ରଲୋଭନ ଦେଖାଇ ଅର୍ଥ ଲଗାଣକାରୀ ସଂସ୍ଥାରେ ଟଙ୍କା ଲଗାଇବାକୁ ପ୍ରବର୍ତ୍ତାଇବା ନେଇ ବାଲେଶ୍ୱର ଜିଲା ଭିଜିଲାନ୍ସ କୋର୍ଟରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟରଙ୍କ...

ଗୋରୁଙ୍କୁ ବ୍ୟାପୁଛି ଅଜଣା ଚର୍ମ ରୋଗ: ବିଶେଷଜ୍ଞ ଦଳ ଦ୍ୱାରା ରକ୍ତ ନମୁନା ସଂଗ୍ରହ

ବାଲେଶ୍ୱର ଅଫିସ, ୮।୮-ବାଲେଶ୍ୱର ଜିଲାର ରେମୁଣା ଓ ଖଇରା ବ୍ଲକରେ ଗୋରୁମାନଙ୍କୁ ଅଜଣା ଚର୍ମ ରୋଗ ବ୍ୟାପିଥିବା ଖବର ପାଇ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ...

ଗୃହଦାହ ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

ତିହିଡି, ୯।୭ (ଡି.ଏନ.ଏ.) – ଭଦ୍ରକ ଜିଲା ମନ୍ଦାରମାଳ  ଥାନା ଅନ୍ତର୍ଗତ ତିହିଡ଼ି ଗ୍ରାମର ପଦୁ ସାମଲ ଓ ଜଗବନ୍ଧୁ ମସାଲଙ୍କ ଘର ସୋମବାର ରାତିରେ...

ଶିକ୍ଷୟିତ୍ରୀଙ୍କୁ ଯୌନ ନିର୍ଯାତନା: ଏସଡିପିଓ ତଦନ୍ତ କରି ଫେରିଲେ

ବାଲିଆପାଳ,୭।୧୧(ସ୍ବ.ପ୍ର./ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାଠିଆଠାରେ ଥିବା ଏକ ହାଇସ୍କୁଲର ଜନୈକା ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଦେବା ଘଟଣା ପଦାକୁ ଆସିଛି। ଏ...

ବସ୍ତାରେ ହାତୀ ଉପଦ୍ରବ: ଘଉଡ଼ାଇବାକୁ ଯାଇ ବନବିଭାଗ ନାକେଦମ୍‌

ବସ୍ତା,୨୨ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଳକ ପତ୍ରଝଡ଼ା ପଞ୍ଚାୟତରେ ହାତୀ ଉପଦ୍ରବ ଯୋଗୁ ଗ୍ରାମବାସୀ ଭୟଭୀତ ହୋଇଥିବା ଜଣାପଡ଼ିଛି। କିଛି ମାସ ଧରି ବାଲେଶ୍ୱର-ମୟୂରଭଞ୍ଜ ଜିଲା ସୀମାନ୍ତ...

କରୋନା ଭାଇରସ୍‌ ଆତଙ୍କ: ପତିରାଜପୁର ମେଳା ବନ୍ଦ କରିବାକୁ ନିର୍ଦ୍ଦେଶ

ଖଇରା,୧୫।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ଐତିହାସିକ ପତିରାଜପୁର ମେଳା ଚାଲିବାର ମାତ୍ର ୫ଦିନ ଅତିକ୍ରାନ୍ତ ହୋଇଛି। କରୋନା ଭାଇରସ୍‌ ଆତଙ୍କ ଲାଗି ପ୍ରଶାସନ ପକ୍ଷରୁ ମେଳା...

ମୟୂରଭଞ୍ଜରେ ୯ଟା ସୁଦ୍ଧା ଆରମ୍ଭ ହୋଇନି ଗଣତି : ଜଳଖିଆ ପାଇଁ ଉତ୍ତେଜନା

ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲାର ୪ଟି ଭୋଟ ଗଣତି କେନ୍ଦ୍ରରେ ସକାଳ ୯ ଟା ସୁଦ୍ଧା ଆରମ୍ଭ ହୋଇ ପାରିନି ଭୋଟ ଗଣତି । ସକାଳ...

ଭୟରେ ଛାତ୍ରୀଛାତ୍ର, ମୁହଁ ଫେରାଉଛନ୍ତିି ଅଭିଭାବକ

ବାଲେଶ୍ୱର,୧୩।୭(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ସୂତେଇବଡ଼ଗଁାସ୍ଥିତ ଝାଡ଼େଶ୍ୱର ଯୁକ୍ତ ୨ ବିଜ୍ଞାନ କଲେଜରେ ପ୍ରଥମ ବର୍ଷର ଛାତ୍ରୀ ସମୀକ୍ଷା ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ...

Advertisement
Archives

Model This Week