ତୁଳୁ-ମାର୍କଣ୍ଡି ରାସ୍ତାରେ ପାଣି

ଗୋପାଳପୁର,୩୦ା୯-ଗତ କିଛିଦିନ ଧରି ଗଞ୍ଜାମ ଜିଲାରେ ହୋଇଥିବା ଲଗାଣ ବର୍ଷାରେ ଗ୍ରାମାଞ୍ଚଳର ରାସ୍ତାଘାଟ, ଚାଷଜମି ଏବେଯାଏ ଜଳମଗ୍ନ ହୋଇ ରହିଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେବି କେତେକ ସ୍ଥାନରେ ବର୍ଷା ଲାଗି ରହିଛି। ରଙ୍ଗେଇଲୁଣ୍ଡା ବ୍ଲକ ମାର୍କଣ୍ଡି ପଞ୍ଚାୟତ ତୁଳୁ ଠାରୁ ମାର୍କଣ୍ଡି ସଂଯୋଗ କରୁଥିବା ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଛି। ଫଳରେ ଲୋକେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି।
ପ୍ରକାଶ ଯେ, ତୁଳୁ-ମାର୍କଣ୍ଡି ରାସ୍ତାରେ ରହିଛି ପାଟନାଳର ଏକ ପୋଲ। ଘୋଡକା ନାଳର ପାଣି ଏହି ପାଟନାଳ ଦେଇ ସମୁଦ୍ରରେ ପଡିଥାଏ। ଜୋରରେ ବର୍ଷାହେଲେ ପାଟନାଳଦେଇ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ସୁଅ ଛୁଟେ। ଫଳରେ ମାର୍କଣ୍ଡି ଗ୍ରାମବାସୀଙ୍କ ଚିନ୍ତା ବଢିଯାଏ। ବିପଦସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ଯାତାୟାତ କରନ୍ତି। ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟେ। ଏହାକୁ ଦୃଷ୍ଟିରେ ରଖି ୨୦୧୨ରେ ରଣ୍ଢା, ତୁଳୁ ଓ ମାର୍କଣ୍ଡି ଦେଇ ରାସ୍ତା ନିର୍ମାଣ ପାଇଁ ୯ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ତୁଳୁ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ହୋଇଥିବାବେଳେ ପାଟନାଳ ଉପରେ ଏକ ପୋଲ ହୋଇଛି। ମାତ୍ର ଏହାର ସଂଯୋଗୀକରଣ ରାସ୍ତା ଜମିବାବଦ ଯୋଗୁ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ପ୍ରାୟ ୪ ବର୍ଷ ହେଲା କାମ ବନ୍ଦ ରହିଛି। ଏନେଇ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ଦେଖାଯାଉନାହିଁ। ମାର୍କଣ୍ଡି ଗ୍ରାମରେ ପ୍ରାୟ ନୋଳିଆ ସମ୍ପ୍ରଦାୟର ଲୋକେ ରୁହନ୍ତି।
ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଉପ ନିର୍ବାହୀଯନ୍ତ୍ରୀ ରାମଚନ୍ଦ୍ର ସେଠୀଙ୍କୁ ପଚାରିବାରୁ, ଏନେଇ ଉଚ୍ଚ ପଦାଧିକାରୀଙ୍କୁ ଜଣାଇ ଦିଆଯାଇଛି। ଜମିଜମା ସମସ୍ୟା ରହିଥିବାଯୋଗୁ କାମ ସମ୍ପୂର୍ଣ୍ଣ ହୋଇପାରୁନଥିଲା। ଏବେ ଏହି ଜମି ସମସ୍ୟାର ସମାଧାନ ହୋଇଯାଇଛି। ବର୍ଷା କମିଲେ ଖୁବଶୀଘ୍ର ଉକ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ପରୀକ୍ଷା ଦେଲେ ମା’-ପୁଅ

ଜୟପୁର,୨୯ା୪ (ନି.ପ୍ର.)- ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଗୋଟିଏ ବିଦ୍ୟାଳୟରେ ପରୀକ୍ଷା ଦେଲେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର । ଜୟପୁରରେ ମା’ ଓ ପୁଅ...

ଆମ ଗାଁକୁ ରାସ୍ତା ନାହିଁ ତ ଭୋଟ ନାହିଁ

କେନ୍ଦ୍ରାପଡ଼ା ଅଫିସ,୮।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ବାଚନ ପ୍ରକ୍ରିୟାକୁ ଆକଳନ କଲେ ଆସନ୍ତାବର୍ଷ ଫେବୃୟାରୀରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲାରେ...

ବଣପାରିଆ ଗାଁ ପୋଖରୀରେ ବିଦେଶୀ ପକ୍ଷୀ

ଖଇରା, ୨।୧(ଡି.ଏନ.ଏ)-ବାଲେଶ୍ୱର ଜିଲା ଖଇରା ବ୍ଲକ ସୋର-କୁପାରୀ ରାସ୍ତାର ଅନତିଦୂରରେ ଥିବା ବଣପାରିଆ ପୋଖରୀକୁ ବିଦେଶୀ ପକ୍ଷୀଙ୍କ ଆଗମନ ପରିବେଶକୁ ଆକର୍ଷଣୀୟ କରିଛି । ପ୍ରତିବର୍ଷ...

୨ଘଣ୍ଟା ବର୍ଷା: ଯୋଡ଼ାରେ କୃତ୍ରିମ ବନ୍ୟା

ଯୋଡ଼ା,୨୬।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରରେ ଶନିବାର ପୂର୍ବାହ୍ନରେ ଦୁଇ ଘଣ୍ଟା ଧରି ପ୍ରବଳ ବର୍ଷା ହେବାରୁ ଯୋଡ଼ାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ...

ବିଜେପୁରରେ କଂଗ୍ରେସର ପ୍ରଚାର

ବିଜେପୁର,୩।୧୦(ଡି.ଏନ୍‌.ଏ.):ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଚାର ଆରମ୍ଭ କରିଛି। ଏହିକ୍ରମରେ ବିଜେପୁର ବ୍ଲକପଡ଼ା ଗ୍ରାମର କ୍ରିକେଟ ପଡ଼ିଆରେ ଏକ ବିଶାଳ କର୍ମୀ ସମ୍ମିଳନୀ...

୧୫ ଦିନର ଶିଶୁପୁତ୍ରକୁ ଛାଡ଼ି ମା’, ବାପା ଫେରାର

ଜଗତ୍‌ସିଂହପୁର ଅଫିସ,୬ା୨: ଜଗତ୍‌ସିଂହପୁର ସଦର ମହକୁମା ଚର୍ଚ୍ଚିକା ବଜାର ନିକଟ ମୁଣ୍ଡା ସାହିରେ ରହୁଥିବା ଜଣେ ଅନୁସୂଚିତ ଜନଜାତିର ବ୍ୟକ୍ତି ତାଙ୍କ ୧୫ ଦିନର ଶିଶୁ...

ରଣପୁର ଥାନାରେ ଦଲାଲ ସର୍ବେସର୍ବା, ଥାନାକୁ ଯିବାକୁ ଡରୁଛନ୍ତି ଲୋକେ: ଅଧିକାଂଶ ଘଟଣାରେ ରଖାଯାଉନି ଏତଲା

ରଣପୁର,୧୧ା୧ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାରେ ଚାଲିଛି ଦଲାଲଙ୍କ ରାଜ୍‌। ସେମାନଙ୍କ ବିନା ସହଯୋଗରେ ନ୍ୟାୟ ମିଳୁନି। ଏ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅଭିଯୋଗ...

ବଳାତ୍କାର ଉଦ୍ୟମ ପାଇଁ ଗିରଫ ହେଲେ ଅଗ୍ନିଶମ କର୍ମଚାରୀ

କୁଚିଣ୍ଡା,୧୦ା୧(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳର ଜନୈକା ୧୦ ବର୍ଷର ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ...

Advertisement
Archives

Model This Week