ତୁଳସୀପତ୍ରରୁ ତେଲ ଉତ୍ପାଦନ

ନବରଙ୍ଗପୁର,୨୦ା୩(ବି.ପ୍ର) – ନବରଙ୍ଗପୁର ଜିଲାରେ ପ୍ରଥମ ଥର ପାଇଁ ତୁଳସୀ ପତ୍ରରୁ ତେଲ ଉତ୍ପାଦନ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧି ଫସଲ ସଂସ୍ଥାନ ପକ୍ଷରୁ ଜିଲାରେ ପାପଡାହାଣ୍ଡି ବ୍ଲକର ନିଳାଦ୍ରୀଗୁଡାର ଚାଷୀ ଆରତୀ ନାୟକଙ୍କ ଜମିରୁ ତୁଳସୀପତ୍ରରୁ ତେଲ ବାହାର କରାଯାଇଛି। ସିମ ସୋମ୍ୟା କିସମର ତୁଳସୀ ତେଲ ସୁଗନ୍ଧିତ ଧୂପକାଠିରେ ବ୍ୟବହାର ହୋଇପାରିବ ବୋଲି ସିମାପର ପ୍ରଧାନ ବୈଜ୍ଞାନିକ ଡଃ ପ୍ରଶାନ୍ତ ରାଉତ ପ୍ରକାଶ କରିଛନ୍ତି। ଏହା ଲିଟର ପିଛା ୧ହଜାର ଟଙ୍କାରେ ବିକ୍ରି ହୋଇପାରିବ ବୋଲି ସେ କହିଛନ୍ତି । ନବରଙ୍ଗପୁର ଜିଲାରେ ସିମ ସୋମ୍ୟା କିସମର ତୁଳସୀ ବିମାଳିଗୁଡା, ସରୁଗୁଡା ଓ ନିଳାଦ୍ରିଗୁଡାରେ ପରୀକ୍ଷାମୂଳକ ଭାବେ ଚାଷ କରାଯାଇଛି । ତେଲ ଉତ୍ପାଦନ କାର୍ଯ୍ୟକ୍ରମରେ ମୁଖ୍ୟ କୃଷି ଜିଲା ଅଧିକାରୀ ବ୍ରଜକିଶୋର ଲେଙ୍କା, ଜିଲା କୃଷି ଅଧିକାରୀ ଦେବପ୍ରସାଦ ଦାଶ, ଚାଷୀ ଆରତୀ ନାୟକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କ୍ଷେତ୍ର ସହାୟିକା ରୀତା ବିର୍ତ୍ତିଆ ପରିଚାଳନା କରିଥିଲେ।ନବରଙ୍ଗପୁର ଜିଲାରେ ଚାଲିଥିବା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଜ୍ଞାନକୌଶଳ ମାଧ୍ୟମରେ ସାମାଜିକ ଓ ଆର୍ଥିକ ଉନ୍ନତି କାର୍ଯ୍ୟକ୍ରମ ଦ୍ୱାରା ଏହା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା୨୦ ଜଣକୁ ଧରିଯାଉଥିବା ଅଟୋ

ପାପଡାହାଣ୍ଡି,୩୧।୧(ଡିଏନଏ): ନବରଙ୍ଗପୁର ଜିଲା ପାପଡାହାଣ୍ଡି କୋଷାଗୁମୁଡ଼ା-ସୋରିଷ ପଦର ବୁଲାଣି ରାସ୍ତାରେ ଏକ ଦୁର୍ଘଟଣା ଘଟିଛି। ଏକ ଅଟୋ ଓଲୋଟି ପଡିବାରୁ ତିନି ନାବାଳିକାଙ୍କ ସହ ୧୨ରୁ...

ସ୍ବାମୀ, ପୁଅକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣବଳାତ୍କାର

ଜୟପୁର,୨୬।୧୨(ନି.ପ୍ର.): ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା(ନଂ.୧୦୬/୨୧) ରୁଜୁ...

କୂଅ ପାଣିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ବାପ-ପୁଅ ଗୁରୁତର

ଭାପୁର,୨୨।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭାପୁର ଫାଣ୍ଡି ଅନ୍ତର୍ଗତ ଗଞ୍ଜେଇଡ଼ିହି ଗ୍ରାମରେ କୂଅ ପାଣି ବ୍ୟବହାରକୁ ନେଇ ଶନିବାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି ।ଲ...

୧୭ ହଜାର ଲାଞ୍ଚ ନେଇ ଏସଏଆର୍‌ସିଏସ୍‌ ଗିରଫ

ସୋନପୁର,୧୫।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଏସ୍‌ଏଆର୍‌ସିଏସ୍‌ (ଉପ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ) ସୋନପୁର ମଣ୍ଡଳ ଆଶିଷ କୁମାର ରାଉତ ଭିଜିଲାନ୍ସ ଦ୍ୱାରା ମଙ୍ଗଳବାର ଗିରଫ...

ରକ୍ତ ଅଭାବ ଦୂର ପାଇଁ ପୋଲିସ, ସ୍ବେଚ୍ଛାସେବୀ ଆୟୋଜନ କଲେ ଶିବିର

ସୋନପୁର, ୬।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଗତ ୨୪ତାରିଖ ମଧ୍ୟରାତ୍ରରୁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ଜରୁରି କାମ ନ ଥିଲେ...

ପୋଡାଗଲା ୫୧ହଜାର ଗଞ୍ଜେଇ ଗଛ

ଆର.ଉଦୟଗିରି,୧୮ା୧୨(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା ନୂଆଗଡ ବ୍ଲକ ଅନୁଗୁରୁ ପଞ୍ଚାୟତର ଟଣ୍ଡରଙ୍ଗ ଗ୍ରାମ ପାହାଡ ଉପରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ବୁଧବାର ପୋଲିସ...

କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ: ଆନନ୍ଦପୁରରେ ସଚେତନତା କାର୍ଯ୍ୟ ସାରି ଫେରୁଥିବା ଆଶା ଦିଦିଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଆନନ୍ଦପୁର, ୨୧। ୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧୀନ ଶାଳବଣି ପଞ୍ଚାୟତ ବଳଦୁଆଁ ଗ୍ରାମର ଆଶା ଦିଦି ଅଖଜି ଖଣ୍ଡାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ସେହି...

ଏସାର ଷ୍ଟିଲ ପାଇଁ ବଢୁଛି ଅଡୁଆ : ଶେଷ ହେବା ଅବସ୍ଥାରେ ଇବିଟିପିଏଲ୍‌ ଚୁକ୍ତି ଅବଧି

ପାରାଦୀପ,୧୭ା୮(ସ୍ବ.ପ୍ର.): ଦେଶର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ଏସାର ଷ୍ଟିଲ ଏବେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି। କମ୍ପାନୀର ଦେବାଳିଆସ୍ଥିତି ପାଇଁ ବ୍ୟାଙ୍କର୍ସମାନେ ବିକ୍ରି ପାଇଁ...

Advertisement
Archives

Model This Week