ତିନିରଥର ୬ ଚକ ନିର୍ମାଣ ଶେଷ

ପୁରୀ ଅଫିସ, ୧୪ା୫: ଆସନ୍ତା ୧୫ ତାରିଖରେ ଶ୍ରୀକ୍ଷେତ୍ର ଭଉଁରୀ। ଏହି ଦିନ ତିନିରଥର ୬ଟି ନାହାକା ଚକ ଡେରା ଯିବାର ବିଧି ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରଥ ନିର୍ମାଣରେ ନିୟୋଜିତ ସେବକମାନେ ନିର୍ମାଣ କାର୍ଯ୍ୟକୁ ଜୋର୍‌ଦାର କରିଛନ୍ତି। ମହାପ୍ରଭୁଙ୍କ ରଥ କିପରି ଠିକ୍‌ ସମୟରେ ପ୍ରସ୍ତୁତ ହୋଇଯିବ ସେଥିପାଇଁ ପ୍ରଚଣ୍ଡ ଖରା ସତ୍ତ୍ବେ ୧୨ରୁ ୧୪ ଘଣ୍ଟା ପରିଶ୍ରମ କରୁଛନ୍ତି। ବୁଧବାର ସୁଦ୍ଧା ରଥଖଳାରେ ପ୍ରତ୍ୟେକ ରଥର ୨ଟି ଲେଖାଏ ଅର୍ଥାତ୍‌ ୬ଟି ଚକ ପ୍ରସ୍ତୁତ ହୋଇଯାଇଛି। ତେଣୁ ଭଉଁରୀରେ ଚକଡେରା ନୀତି ପାଇଁ ମହାରଣା ସେବକମାନଙ୍କର ଯେଉଁ ଚିନ୍ତା ରହିଥିଲା ତାହା ଟଳିଯାଇଛି। ଅନ୍ୟ କାମ ମଧ୍ୟରେ ସମସ୍ତ ୪୨ଟି ତୁମ୍ବ ତିଆରି ସରିଥିବାବେଳେ ୨୫ଟିର ବିନ୍ଧ ଶେଷ ହୋଇଛି। ସେପଟେ ଯନ୍ତାଗାଡ଼ରେ ସିଙ୍ଗଡ଼ା ବାଡ଼ିଆ (ତୁମ୍ବରେ ଅର ସଂଯୋଗ) କାମ ଚାଲିଛି। ବୁଧବାର ୮ଟି ତୁମ୍ବରେ ଅର ସଂଯୋଗ ହୋଇଛି। ଏ ପର୍ଯ୍ୟନ୍ତ ମୋଟ ୧୪ଟି ତୁମ୍ବରେ ଅର ସଂଯୋଗ କରାଯାଇଛି। ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୩ଟି ଲେଖାଏ ଏବଂ ଦର୍ପଦଳନ ରଥର ୨ଟି ତୁମ୍ବରେ ଅର ସଂଯୋଗ କରାଯାଇଥିବା ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି।
ସେହିପରି ରଥଖଳାରେ ରୂପକାର ସେବକମାନେ କଣଗୁଜ ଖୋଦେଇ କରୁଛନ୍ତି। ଦୋଳବେଦି ପରିସର କମାରଶାଳରେ କମାର ସେବକମାନେ ଅରକଣ୍ଟା, ପନ୍ଦାରୀ, ପନ୍ଦାରୀ ଚାବି, ବଳା ଆଦି ତିଆରି କରୁଛନ୍ତି। ରଥଖଳାରେ ଗୁଜ, କୁଡୁକା, ଜଳଯନ୍ତ୍ର ତିଆରି ଚାଲିଛି। ଅନ୍ୟପକ୍ଷରେ ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ୧୬୨ ଜଣ ସେବକଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି। ସମସ୍ତ ସେବକ ସୁସ୍ଥ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ବ୍ୟବଚ୍ଛେଦରେ ବିଳମ୍ବ ନେଇ ଉତ୍ତେଜନା

ରାଇକିଆ,୧୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ଗୋଷ୍ଠୀ କେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦରେ ବିଳମ୍ବକୁ ନେଇ ଉତ୍ତେଜନା ଦେଖା ଦେଇଛି । ରବିବାର ଅପରାହ୍ନରେ ବାକିଙ୍ଗିଆ ନିକଟରେ ବାଇକ...

ଭୁବନେଶ୍ୱରରୁ ଆଜି ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୬୮ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୧୭୫...

ହୋମ୍ କ୍ବାରାଣ୍ଟାଇନ୍ ଉଲଙ୍ଘନ ଅଭିଯୋଗ

ବିଜେପୁର, ୪।୪(ଡି.ଏନ.ଏ.) କରୋନା କଟକଣା ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି। କଟକ, ଭୁବନେଶ୍ୱରରେ ଗତକାଲିରୁ ଦୁଇ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ରହିଛି। ଏହି...

ଜିଲାପାଳକଁର ନିରଦେଶକେ ବେଖାତିର: ଘରଭଂଗା ସାହାଯ୍‌ରୁ ବଁଚିତ ଅସାହା ପରିବାର

ବିନିକା,୨୯ା୫ (ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ କୁହିବାହାଲ ଗଁାର ହିରଣ୍ୟ ନାୟକକଁର ଗଲା ବରଷା ଦିନେ ଭାଂଗି ଯାଇଥିଲା। ସେ ଘରଭଂଗା ସାହାଯ୍‌ ପାଏବାର...

କର୍ମ ହିଁ ଭଗବାନ: ପରମାନକରି ଦେଖାଲେ ଡାକ୍‌ତର

ସମ୍ବଲପୁର,୧୯।୩ (ଡି.ଏନ୍‌.ଏ.)- କରୋନାର ମୁକାବିଲା, ସଚେତନତା ଆର ଚିକିଛା ଲାଗି ସୁଆସ୍‌ତିଅ ବିଭାଗର ମୁଖିଆ ଦାଇତିଅ ରହିଛେ। ଡାକ୍‌ତର, ନର୍ସ ଆର କରମ୍‌ଚାରୀମାନେ ନିଜର ଜୀବନ୍‌କେ...

ଟିକ୍‌ଟକ୍‌ରେ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ ଘଟଣା: ନାବାଳିକାଙ୍କୁ ଅଟକ ରଖିଲା ସିଂହଦ୍ୱାର ପୋଲିସ

ପୁରୀ ଅଫିସ, ୩୧।୧୦: ଶ୍ରୀମନ୍ଦିର ଭିତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାରେ ଗୁରୁବାର ସିଂହଦ୍ୱାର ପୋଲିସ ଜଣେ ନାବାଳିକାଙ୍କୁ ଅଟକ ରଖିଛି। ଗତ...

ପୁଅର ବର୍ବର କାଣ୍ଡ: କାଠଫାଳିଆରେ ପିଟି ମା’ଙ୍କୁ ହତ୍ୟା

ଫୁଲବାଣୀ ଅଫିସ,୨୭।୫: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଟାଉନ ଥାନା ଅଞ୍ଚଳର ଜଣେ ଯୁବକ ନିଜ ମା’ଙ୍କୁ କାଠ...

ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ

ନୟାଗଡ଼ ଅଫିସ୍‌,୨୪।୮: ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଉପଯୁକ୍ତ ଦଣ୍ଡ ମିଳୁ। ଏହି ମର୍ମରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀଙ୍କ...

Advertisement
Archives

Model This Week