ତିନିରଥର ଶୋଭା ବଢାଏ ୯୬ ପିତ୍ତଳ ସାମଗ୍ରୀ

ପୁରୀ ଅଫିସ,୨।୭: ଶ୍ରୀମନ୍ଦିର ସ୍ବତ୍ତ୍ବଲିପି ଅନୁଯାୟୀ ମହାପ୍ରଭୁଙ୍କ ସେବାରେ ୧୧୯ ପ୍ରକାର ସେବକ ଅଛନ୍ତି। ହେଲେ ଏଥିମଧ୍ୟରୁ ଅନେକ ସେବା ପ୍ରାୟ ବନ୍ଦ ହୋଇଯାଇଛି। କିନ୍ତୁ ଏମିତି ଏକ ପରିବାର ଅଛି, ସେମାନେ ଶ୍ରୀମନ୍ଦିରର ସେବକ ନ ହେଲେ ବି ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇଛନ୍ତି। ରଥଯାତ୍ରା ଆସିଲେ ଏହି ପରିବାରକୁ ଖୋଜାପଡ଼େ। ସିଦ୍ଧ ମହାବୀର ଅଞ୍ଚଳ ଯାଗେଶ୍ୱରୀ ଲେନ୍‌ର ସାଗର ସାହୁଙ୍କ ପରିବାର ବର୍ଷକୁ ମାତ୍ର ୧୫ଦିନ ଦାରୁବିଗ୍ରହଙ୍କ ସେବାରେ ନିଜକୁ ସମର୍ପି ଦିଅନ୍ତି। ତିନିରଥର ଶୋଭାବର୍ଦ୍ଧନ କରୁଥିବା ପିତ୍ତଳ ସାମଗ୍ରୀକୁ ମାଜି ଚକ୍‌ ଚକ୍‌ କରନ୍ତି। ଦୀର୍ଘବର୍ଷ ହେଲା ଏହି ସେବା କରିଆସୁଛନ୍ତି ସାଗରଙ୍କ ପରିବାର। ପୂର୍ବରୁ ତାଙ୍କ ବାପା ଏହି କାର୍ଯ୍ୟ କରୁଥିଲେ। ଏବେ ସେ ଦାୟିତ୍ୱ ସମ୍ଭାଳୁଥିବାବେଳେ ପ୍ରଥମକରି ଚଳିତବର୍ଷ ପୁଅ ଦେବାଶିଷ(୨୦)ଙ୍କୁ ଏଥିରେ ସାମିଲ କରିଛନ୍ତି। ବଡଦାଣ୍ଡରେ ରଥ ଗଡୁଥିବାବେଳେ ଶ୍ରଦ୍ଧାଳୁଙ୍କ ନଜର ପଡ଼େ ରଥକନା ଉପରେ ଲାଗିଥିବା ମାଛ, ଯୋଡ଼ିହଂସ, ମଗରମୁଣ୍ଡ, ସଖୀ, କଦଳୀ ଗଛ ଓ ରାହୁମୁଣ୍ଡ ଉପରେ। ଏସବୁ କାରୁକାର୍ଯ୍ୟ ସାମଗ୍ରୀ ପିତ୍ତଳରେ ନିର୍ମିତ। ଏଗୁଡ଼ିକୁ ସାଗରଙ୍କ ପରିବାର ସଫା ଓ ମରାମତି କରିଥାନ୍ତି।
ଏ ସମ୍ପର୍କରେ ସାଗର କୁହନ୍ତି, ବୃତ୍ତିରେ ଆମେ କଂସାରୀ। ରଥରେ ଲାଗୁଥିବା ପିତ୍ତଳ ସାମଗ୍ରୀକୁ ପ୍ରତିବର୍ଷ ସଫା ଓ ଆବଶ୍ୟକ ମରାମତି କରିବାର ଆମକୁ ସୁଯୋଗ ମିଳିଛି। ନେତ୍ରୋତ୍ସବ ଦିନ କନା ଉପରେ ପିତ୍ତଳ କାରୁକାର୍ଯ୍ୟପୂର୍ଣ୍ଣ ନିର୍ମିତ ମାଛ, ମଗରମୁଣ୍ଡ, ସଖୀ, ଯୋଡ଼ିହଂସ, ରାହୁମୁଣ୍ଡ ଓ କଦଳୀ ଗଛ ଲାଗିଥାଏ। ତିନିରଥରେ ମାଛ ଓ କଦଳୀଗଛ ୨୪ଟି ଲେଖାଏ ଏବଂ ଅନ୍ୟସବୁ ସାମଗ୍ରୀ ୧୨ଟି ଲେଖାଏ ଏହିପରି ମୋଟ ୯୬ଟି ଲାଗିଥାଏ। ସ୍ନାନଯାତ୍ରା ପରଦିନ ଶ୍ରୀମନ୍ଦିର ପ୍ରଶାସନ ଏହି ସାମଗ୍ରୀ ଦେଇଥାନ୍ତି। ଏସବୁକୁ ମେଶିନ ଓ ହାତରେ ସଫା କରାଯାଏ। ମରାମତି ଆବଶ୍ୟକ ହେଲେ ତାହା ମଧ୍ୟ କରିଥାଉ। ସଫା କରିବା ଲାଗି ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ, ତେନ୍ତୁଳିମଣ୍ଡ ବ୍ୟବହାର କରାଯାଏ। ନେତ୍ରୋତ୍ସବ ଦିନ ଏସବୁକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଜିମା ଦେଇଥାଏ। ସେହି ଅନୁସାରେ ମଙ୍ଗଳବାର ଏହି ସାମଗ୍ରୀ ମନ୍ଦିର ପ୍ରଶାସନକୁ ଦିଆଯିବ।
ସାଗର କହିଛନ୍ତି, ଅନେକ ଲୋକ ଅଛନ୍ତି ମହାପ୍ରଭୁଙ୍କ ସେବା କରିବାକୁ ଚାହୁଁଥିଲେ ମଧ୍ୟ ସୁଯୋଗ ପାଆନ୍ତି ନାହିଁ। ଆମ ପରିବାରକୁ ଠାକୁରଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ବହୁତ ଖୁସି। ମହାପ୍ରଭୁ ଆମକୁ ଭଲରେ ରଖିଛନ୍ତି। ସେମିତି କିଛି ଅସୁବିଧା ନାହିଁ। ମୁଁ ବାପାଙ୍କଠାରୁ ସଫା ଓ ମରାମତି କାମ ଶିଖିଥିଲି। ଏ ବର୍ଷ ପୁଅକୁ ଏହି କାମରେ ନିୟୋଜିତ କରିଛି। ସେ ବି ଆଗ୍ରହ ରଖି ମୋତେ ସହଯୋଗ କରିଛି। ଆମ ପରିବାରକୁ ଏମିତି ସେବା କରିବାର ସୁଯୋଗ ମିଳୁଥାଉ, ଏତିକି ହିଁ ମହାପ୍ରଭୁଙ୍କ ନିକଟରେ କାମନା କରୁଛି ବୋଲି ସାଗର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦିରା ଆବାସ, ବିଜୁ ପକ୍କାଘର ଯୋଜନାରେ ଘୋଟାଲା: ୮୩୬ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଗତ ୨୦ବର୍ଷ ହେବ ବିଜେଡି ହାତରେ ରାଜ୍ୟ ଶାସନ ଭାର ରହିଛି। ଲୋକମାନଙ୍କୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଦେବା ନେଇ ବିଜେଡି ବାହାବା...

ଏସ୍‌ସିବିରୁ ରାମଚନ୍ଦ୍ର ନିଖୋଜ: ମାସେ ହେବ ଜିଲା ପ୍ରଶାସନ ପାଖରେ ଖବର ନାହିଁ

ପୁରୀ ଅଫିସ,୮ା୧୧: ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୧୮ ବର୍ଷ ଶିକୁଳିରେ ବନ୍ଧା ପଡିଥିଲା ଜୀବନ। ଅସ୍ବାଭାବିକ ଆଚରଣ ପାଇଁ ତାଙ୍କ ଦୁଇହାତକୁ ଲୁହାଚେନ୍‌ରେ...

ପୁରୀରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଲା

ପୁରୀ ଅଫିସ, ୫।୬: ପୁରୀ ଜିଲାରୁ ଶୁକ୍ରବାର ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ...

ଆଇପିୟୁ ପ୍ରାର୍ଥୀଭାବେ ମନୋନୀତ ହେଲେ ଅପରାଜିତା

ଭୁବନେଶ୍ୱର,୪।୧୦(ବ୍ୟୁରୋ): ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଢଙ୍ଗୀ ଆନ୍ତର୍ଜାତିକ ସ୍ତରରେ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନ(ଆଇପିୟୁ)ରେ ଭାରତର ପ୍ରାର୍ଥୀଭାବେ ମନୋନୀତ ହୋଇଛନ୍ତି। ଏନେଇ ଅପରାଜିତା ମଙ୍ଗଳବାର ଟୁଇଟ୍‌ ଯୋଗେ...

ଇନ୍‌ଫୋସିଟି, ଇନ୍‌ଫୋଭ୍ୟାଲି,ଏସ୍‌ଟିପିଆଇ ଅଞ୍ଚଳରେ ସୁରକ୍ଷାକୁ ଆଇଟି ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୮।୯(ବ୍ୟୁରୋ): ଆଇଟି ପାର୍କ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ନିଯୁକ୍ତି ସୁଯୋଗ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୧ା୫(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୯୩୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଚକରେ ସଂଯୋଗ ହେଲା ଅଖ

ପୁରୁଣା ଭୁବନେଶ୍ୱର,୨ା୪(ଡି.ଏନ୍‌.ଏ.): ଆସନ୍ତା ଅଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏ ନେଇ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ନିର୍ମାଣ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ପ୍ରିୟାଂଶୀ

କଟକ ଅଫିସ,୨୧ା୨: କଟକ କଲେଜ ଛକସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରିୟାଂଶୀ ପ୍ରିୟଦର୍ଶିନୀ ଶନିବାର ଇଣ୍ଡିଆ ବୁକ୍‌ ଅଫ୍‌ ରେକେର୍ଡରେ ସ୍ଥାନ...

Advertisement
Archives

Model This Week