ତାହିର ପ୍ରଥମ ସ୍ପିନର

ଲଣ୍ଡନ,୩୧।୫(ପି.ଟି.)- ଦକ୍ଷିଣ ଆଫ୍ରିକା ଅଭିଜ୍ଞ ସ୍ପିନର ଇମ୍ରାନ ତାହିର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ସ୍ପିନର ଭାବେ କୌଣସି ବିଶ୍ୱକପ୍‌ର ପ୍ରଥମ ଓଭର ବୋଲିଂ କରିଛନ୍ତି। ଗୁରୁବର ଆୟୋଜକ ଇଂଲଣ୍ଡ ବିପକ୍ଷ ଉଦ୍‌ଘାଟନୀ ମ୍ୟାଚ୍‌ରେ ଲେଗ୍‌ ସ୍ପିନର ତାହିରଙ୍କୁ ପ୍ରଥମ ଓଭର ବୋଲିଂ କରିବାକୁ ଅଧିନାୟକ ଫାଫ୍‌ ଡୁପ୍ଲେସି ସୁଯୋଗ ଦେଇଥିଲେ। ଟସ୍‌ ଜିତିବା ପରେ ତାହିରଙ୍କୁ ଡୁପ୍ଲେସି ପ୍ରଥମ ଓଭର ବୋଲିଂ କରିବାକୁ ଡାକିଥିଲେ। ତାହିର ଅବଶ୍ୟ ଅଧିନାୟକଙ୍କୁ ନିରାଶ କରି ନ ଥିଲେ। ସେ ପ୍ରଥମ ଓଭରରେ ଦ୍ୱିତୀୟ ବଲରେ ଇଂଲଣ୍ଡ ଓପନର ଜନୀ ବେୟାରଷ୍ଟୋଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ। ଗୁଗଲି ପକାଇ ତାହିର ବେୟାରଷ୍ଟୋଙ୍କୁ ଚକ୍‌ମା ଦେଇଥିଲେ। ବେୟାରଷ୍ଟୋ ଉଇକେଟକିପର କ୍ୱିଣ୍ଟନ ଡିକକ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ୧୯୯୨ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଅଫ୍‌ସ୍ପିନର ଦୀପ ପଟେଲ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଦ୍ୱିତୀୟ ଓଭର ବୋଲିଂ କରିଥିଲେ। ତାହିର ଏବେ ୪୦ ବର୍ଷ ୬୪ ଦିନରେ ପଦାର୍ପଣ କରିଛନ୍ତି। ସେ ବୟୋଜ୍ୟେଷ୍ଠ ଖେଳାଳିଭାବେ ଦକ୍ଷିଣ ଆଫ୍ରିକା ପାଇଁ ବିଶ୍ୱକପ ଖେଳୁଛନ୍ତି। ପୂର୍ବରୁ ଓମାର ହେନେରୀ ୪୦ ବର୍ଷ ୩୯ ଦିନରେ ବିଶ୍ୱକପ୍‌ ଖେଳିଥିଲେ। ତାହିର ଏବେ ଓମାରଙ୍କୁ ପଛରେ ପକାଇଛନ୍ତି। ଓମାନର ୧୯୯୨ ବିଶ୍ୱକପ୍‌ରେ ଓ୍ବେଲିଂଟନରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବାର ସୁଯୋଗ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଙ୍ଗୁଲିଙ୍କୁ ଘୃଣା କରୁଥିଲେ ଇଂଲଣ୍ଡର ପୂର୍ବ ଅଧିନାୟକ; କାରଣ ଜାଣିଲେ ହେବେ…

ନୂଆଦିଲ୍ଲୀ,୬।୭: ଇଂଲଣ୍ଡ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ନାସିର ହୁସେନ ଭାରତୀୟ ଟିମ୍‌ର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଘୃଣା କରୁଥିଲେ। ଏହା ପଛରେ ଭିନ୍ନ...

ରଣଜୀ ଟ୍ରଫି: ସୂର୍ଯ୍ୟକାନ୍ତଙ୍କୁ ୬ ଉଇକେଟ, ଓଡ଼ିଶା ଅଗ୍ରଣୀ

କଟକ ଅଫିସ,୧୧ା୧: ରୋହତକର ଚୌଧୁରୀ ବଂଶୀଲାଲ କ୍ରିକେଟ ଷ୍ଟାଡିୟମରେ ଶନିବାରଠାରୁ ଓଡ଼ିଶା-ହରିୟାଣା ରଣଜୀ ମ୍ୟାଚ୍‌ ଆରମ୍ଭ ହୋଇଛି। ଓଡ଼ିଶାର ପେସ୍‌ ବୋଲିଂ ଆଟାକ ପୁଣି ଥରେ...

ମୁମ୍ବାଇ, ହାଇଦ୍ରାବାଦ ଟି୨୦ ମ୍ୟାଚ୍‌ର ତାରିଖରେ ଅଦଳବଦଳ

ମୁମ୍ବାଇ,୨୨।୧୧(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ହେବାକୁ ଥିବା ଟି୨୦ ସିରିଜ୍‌ର ପ୍ରଥମ ଓ ତୃତୀୟ ମ୍ୟାଚ୍‌ର ତାରିଖ...

ଏମ୍‌ଏସ୍‌ ଧୋନୀ କ୍ରିକେଟ କ୍ଲିନିକ୍‌ ଆରମ୍ଭ: ଭାଗନେଲେ ୮୦ ପ୍ରତିଯୋଗୀ

ଭୁବନେଶ୍ୱର, ୪।୬(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ସି.ଭି. ରମଣ ଇଞ୍ଜିନିୟରିଂ କ୍ରିକେଟ ଗ୍ରାଉଣ୍ଡରେ ସୋମବାରଠାରୁ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଏକାଡେମୀ ଆରମ୍ଭ ହୋଇଛି। ସକାଳ ୯.୩୦ରୁ...

ଅଷ୍ଟ୍ରେଲିଆକୁ ହରାଇଲା ଦକ୍ଷିଣ ଆଫ୍ରିକା

ପାର୍ଲ (ଦକ୍ଷିଣ ଆଫ୍ରିକା), ୧ା୩ (ଏଏଫ୍‌ପି)-ସ୍ଥାନୀୟ ବୋଲାଣ୍ଡ ପାର୍କଠାରେ ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭୪ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।...

୧୧ ଏନସିଏ କୋଚ୍‌ଙ୍କ ଚୁକ୍ତି ନବିକରଣ କରିବନି ବିସିସିଆଇ

ନୂଆଦିଲ୍ଲୀ, ୨୪।୯- କରୋନା ଭାଇରସ ସଂକ୍ରମଣ ଜନିତ କାରଣରୁ ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ)ରେ ଗତ କିଛି ମାସଧରି କୌଣସି କାର୍ଯ୍ୟକଳାପ ସମ୍ଭବ ହୋଇନାହିଁ। ନିକଟ ଅତୀତରେ...

କୋଚ୍‌ଙ୍କ ଜନ୍ମବାର୍ଷିକୀରେ ହୃଦୟସ୍ପର୍ଶୀ ଫଟୋ ଶେୟାର କଲେ ସଚିନ

ମୁମ୍ବାଇ,୩ା୧୨- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ବ୍ୟାଟ ଧରିବା ଶିଖାଇଥିବା କୋଚ୍‌ ରମାକାନ୍ତ ଆଚରେକରଙ୍କ ଗୁରୁବାର ୮୮ତମ ଜନ୍ମବାର୍ଷିକୀ। ଏହି ଅବସରରେ ଏକ ହୃଦୟସ୍ପର୍ଶୀ...

ପନ୍ତ ଦିଲ୍ଲୀ ଅଧିନାୟକ ରହିଲେ

ଦୁବାଇ,୧୭।୯ (ପି.ଟି.) ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟ ମ୍ୟାଚଗୁଡ଼ିକ ପାଇଁ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଧିନାୟକ ପଦ...

Advertisement
Archives

Model This Week