ତାହିର, ଡୁମିନିଙ୍କ ଅବସର

ମାଞ୍ଚେଷ୍ଟର,୭।୭- ଭେଟେରାନ ସ୍ପିନର ଇମ୍ରାନ ତାହିର ଓ ଜେପି ଡୁମିନି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଏଠାରେ ଖେଳାଯାଇଥିବା ଚଳିତ ବିଶ୍ୱକପ୍‌ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୧୦ ରନ୍‌ରେ ହରାଇ ଦକ୍ଷିଣ ଆଫ୍ରିକା ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। କ୍ୟାରିୟରର ଅନ୍ତିମ ମ୍ୟାଚ୍‌ରେ ଇମ୍ରାନ ତାହିର ଚମତ୍କାର ଫର୍ମରେ ଥିବା ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚଙ୍କ ଉଇକେଟ ନେଇଥିଲେ। କିନ୍ତୁ ସେ ସମ୍ପୂର୍ଣ୍ଣ ୧୦ ଓଭର ବୋଲିଂ କରିପାରି ନ ଥିଲେ। ସେହିଭଳି ଅଲରାଉଣ୍ଡର ଡୁମିନି ମଧ୍ୟ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ସେ ମାତ୍ର ୧୪ ରନ୍‌ କରି ଆଉଟ୍‌ ହୋଇଥିଲେ। ୪୦ ବର୍ଷୀୟ ଲେଗ୍‌ ସ୍ପିନର ତାହିର ୧୦୭ ମ୍ୟାଚ୍‌ରୁ ୧୭୩ ଉଇକେଟ ସହ ଦିନିକିଆ କ୍ୟାରିୟରର ଶେଷ କରିଛନ୍ତି। ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ଉଇକେଟ ନେବା ପରେ ସେ ଯେଉଁଭଳି ଦୌଡ଼ନ୍ତି, ସେଥିଲାଗି ସେ ପରିଚିତ। ଅନ୍ୟପକ୍ଷରେ ଡୁମିନି ୧୯୯ ମ୍ୟାଚ୍‌ରୁ ୮୪.୫୮ ଷ୍ଟ୍ରାଇକ୍‌ ରେଟ୍‌ରେ ୫୧୧୭ ରନ୍‌ କରିଥିଲେ। ତାଙ୍କ ନାମରେ ୬୯ ଉଇକେଟ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକାର ପ୍ରଥମ ବିଜୟ

କାର୍ଡିଫ୍‌,୧୬।୬(ଏଏଫ୍‌ପି)- ଚଳିତ ବିଶ୍ୱକପ୍‌ରେ ୫ଟି ମ୍ୟାଚ୍‌ ଖେଳିବା ପରେ ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ବିଜୟର ସ୍ବାଦ ଚାଖିଛି। ସ୍ଥାନୀୟ ସୋଫିଆ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା...

ଅଲିମ୍ପିକ୍‌ କ୍ୱାଲିଫାୟର୍ସ: ଭାରତୀୟ ଦଳରେ ବକ୍ସର ବିକାଶ

ବେଙ୍ଗାଲୁରୁ, ୩୦।୧୨(ପି.ଟି.)- ପ୍ରତ୍ୟାବର୍ତ୍ତନରେ ଭାରତୀୟ ବକ୍ସର ବିକାଶ କ୍ରିଷନ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଫାଇନାଲ ଟ୍ରାଏଲ ବାଉଟ୍‌ରେ ବିଜୟୀ ହୋଇ ବିକାଶ ଆସନ୍ତାବର୍ଷ...

ଜୋକୋଭିଚ୍‌ ଜିତିଲେ ପୁରୁଷ ସିଙ୍ଗଲ୍ସ ଟାଇଟଲ

ରୋମ, ୨୩ା୯ (ଏପି)-ସର୍ବୀୟାର ନୋଭାକ୍‌ ଜୋକୋଭିଚ୍‌ ଇଟାଲିଆନ ଓପନ୍‌ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ବାର୍ଜମ୍ୟାନଙ୍କୁ ୭-୫, ୬-୩ ସେଟ୍‌ରେ...

ବିଶ୍ୱର ନମ୍ବର-୧ ଟିମ୍‌ ହେଲା ଭାରତ

ନୂଆଦିଲ୍ଲୀ,୧୫।୨: ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନ...

୨୫ ବର୍ଷରେ ଘୋଷଣା କଲେ ସନ୍ନ୍ୟାସ

ସିଡ୍‌ନୀ,୨୩।୩: ବିଶ୍ୱର ନମ୍ବର ୧ ମହିଳା ଟେନିସ ଖେଳାଳି ଆଶଲେ ବାର୍ଟି ବୁଧବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ସ୍ବପ୍ନ ପୂରା କରିସାରିଥିବାରୁ ମାତ୍ର ୨୫ ବର୍ଷ...

ଆଇପିଏଲ୍‌-୧୪ : ଭାଗ୍ୟ ବଦଳାଇବା ଆଶାରେ ଆରସିବି

ଚେନ୍ନାଇ,୮।୪(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। କୋଭିଡ୍‌-୧୯ ମହାମାରୀ ପ୍ରକୋପ ଜାରି ରହିଥିଲେ ମଧ୍ୟ ଭାରତୀୟ...

କ୍ରିକେଟରୁ ବିଦାୟ ନେଲେ ୟର୍କର କିଙ୍ଗ୍‌

ନୂଆଦିଲ୍ଲୀ,୧୪।୯: ବିଶ୍ୱ କ୍ରିକେଟରେ ୟର୍କର କିଙ୍ଗ୍‌ ଭାବେ ଜଣାଶୁଣା ଲାସିଥ ମାଲିଙ୍ଗା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ଟେଷ୍ଟ(୨୦୧୧) ଓ ଦିନିକିଆ...

ପୂର୍ବତନ ବିଶ୍ୱ ଚେସ ଚାମ୍ପିୟନଙ୍କୁ ହରାଇଲେ ପ୍ରଜ୍ଞାନାନନ୍ଦ

ଗିବ୍ରାଲଟର,୨୭।୧- ଯୁବ ଭାରତୀୟ ଗ୍ରାଣ୍ଡ ମାଷ୍ଟର୍ସ ଆର. ପ୍ରଜ୍ଞାନାନନ୍ଦ ୧୮ତମ ଗିବ୍ରାଲଟର ଚେସ ଫେଷ୍ଟିଭାଲରେ ଏକ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ପ୍ରଜ୍ଞାନାନନ୍ଦ ପୂର୍ବତନ ବିଶ୍ୱ ଚାମ୍ପିୟନ...

Advertisement
Archives

Model This Week