ତାଳକଣି ଗାଁରେ ବାଘ ଆତଙ୍କ

ରଣପୁର,୧୧।୮(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବନବିଭାଗ ଅନ୍ତର୍ଗତ ତାଳକଣି ଗାଁରେ ଶନିବାର ବାଘ ଆତଙ୍କ ସୃଷ୍ଟି ହୋଇଛି। ଗ୍ରାମ ନିକଟସ୍ଥ ଛାଟକୁମ୍ଭ ପାହାଡ ପାଖ ମଇଁଷି ଖୋଲ ଜଙ୍ଗଲରେ ଶନିବାର ଅପରାହ୍ନ ପ୍ରାୟ ୪ଟାରେ ଏକ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା । ଜଙ୍ଗଲକୁ ଯାଇଥିବା କେତେକ ଗ୍ରାମବାସୀ ବାଘକୁ ଦେଖି ଭୟଭୀତ ହୋଇ ଗାଁରେ ଆସି ଜଣାଇଥିଲେ। ଫଳରେ ଗ୍ରାମରେ ଭୟର ବାତାବରଣ ଦେଖାଦେଇଛି। ସେହିପରି ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ କେତେକ ମହିଳା ଶୌଚ ହେବାକୁ ପାହାଡ ନିକଟକୁ ଯାଉଥିବାବେଳେ ବାଘକୁ ଦେଖି ଭୟରେ ପଳାଇ ଆସିଥିଲେ । ଖବର ପାଇ ରଣପୁର ବନ ଅଧିକାରୀ ଶରତ ଶତପଥୀ ବିଭାଗୀୟ କର୍ମଚାରୀଙ୍କୁ ଉକ୍ତ ଅଞ୍ଚଳକୁ ପଠାଇଥିବା ବେଳେ ଜଙ୍ଗଲରେ ବାଘ ଥିବା ସ୍ବୀକାର କରିଛନ୍ତି । ବାଘଟି କଲରାପତରିଆ ବୋଲି ଜଣାପଡିଛି । ତେବେ କେହି ଜଙ୍ଗଲକୁ ନ ଯିବାକୁ ବାରଣ କରିବା ସହ ଏଥିନେଇ ଭୟର କାରଣ ନ ଥିବା ବନଅଧିକାରୀ ଶତପଥୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ମାମୁଁ ଘରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ; ୧୬ ବର୍ଷୀୟା ନାବାଳିକା ୮ ମାସର ଗର୍ଭବତୀ, ଯୁବକ ଗିରଫ

ବଞ୍ଚୋ/ଘସିପୁରା, ୨୮।୫(ପ୍ରଦୋଷ କୁମାର ବିଶ୍ୱାଳ /ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ କୁମୁଣିଆ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ…

ସୌମ୍ୟଙ୍କ ସାଙ୍ଗ ଭୂମିକା ତଦନ୍ତ ପରିସର: କ୍ରାଇମବ୍ରାଞ୍ଚ ଡିଆଇଜି

ଭୁବନେଶ୍ୱର,୨୮।୫: କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏକ ବଡ଼ ସୂଚନା ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ଆହୁରି ୧୦ଜଣ ଅଭିଯୁକ୍ତ…

ଅର୍ଦ୍ଧନିର୍ମିତ ବ୍ରିଜ୍ ପାଇଁ ବିପଦରେ ଲୋକଙ୍କ ଜୀବନ, ସମାଧାନ ପାଇଁ ପ୍ରଶାସନକୁ ଦାବି କଲେ ସ୍ଥାନୀୟ ବାସିନ୍ଦା

ଛତ୍ରପୁର,୨୮।୫(ଦିଲ୍ଲୀପ ସାମଲ) : ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ବିକାଶମୂଳକ ପଦକ୍ଷେପ ନେଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…

ସରକାରୀ ଅଫିସରେ ବି ଅସୁରକ୍ଷିତ ମହିଳା! DRDA ଲେଡିଜ୍‌ ୱାସରୁମରୁ ଲାଗିଥିଲା ସିକ୍ରେଟ କ୍ୟାମେରା

ତିର୍ତ୍ତୋଲ,୨୮।୫(ଗୌରାଙ୍ଗ ଚରଣ ସ୍ବାଇଁ): ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଜବତ ହୋଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା…

ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା କାର୍, ଦୁର୍ଘଟଣାରେ ଚାଲିଗଲା ୨ଜୀବନ

କେନ୍ଦୁଝର,୨୮।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଢେଙ୍କାନାଳରୁ ଘଟଗାଁ ଯାଉଥିବା ବେଳେ ରାସୋଳ ଗ୍ରାମ…

ଦାରିଙ୍ଗବାଡ଼ିରେ ଫେଲ୍‌ ମାରୁଛି ଶିଶୁ ସୁରକ୍ଷା ଅଭିଯାନ, ଟାଣଖରାରେ ଖଟୁଛନ୍ତି ଶିଶୁଶ୍ରମିକ

ଦାରିଙ୍ଗବାଡ଼ି,୨୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶିଶୁଶ୍ରମିକ ନିରୋଧ ଯୋଜନା ଫେଲ୍‌ ମାରୁଛି। ପ୍ରତି ମାସରେ ଏନେଇ ଟାସ୍କ ଫୋର୍ସର ଘନଘନ ବୈଠକ ସତ୍ତ୍ୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri