ତାଲୁକସ୍ତରୀୟ ଆଇନ ସଚେତନତା ଶିବିର

ସିନାପାଲି,୨୭।୯(ଡି.ଏନ.ଏ.)-ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ଜି.ମେ. ମହାବିଦ୍ୟାଳୟ ପରିସରରେ ଗୁରୁବାର ଏକ ତାଲୁକସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସିନାପାଲିସ୍ଥିତ ଆଇନ ସେବା ପ୍ରାଧୀକରଣ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଶବିରରେ ସିନାପାଲି ଜେଏମଏଫ୍‌ସି ମାଜିଷ୍ଟ୍ରେଟ ସରୋଜିନୀ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଆଇନଜୀବୀ ଦୁର୍ଗାପ୍ରସାଦ ବୈଠାରୁ, ବାଣୀବଲ୍ଲବ ପାଣିଗ୍ରାହୀ, ଜୋତିରଞ୍ଜନ ମେହେର ପ୍ରମୁଖ ଯୋଗଦେଇଥିଲେ। ଆଇନଜୀବୀ ସଞ୍ଜୟ ବେହେରା ଶିବିରରେ ସଂଯୋଜନା କରିଥିଲେ। ଯୁବତୀମାନଙ୍କ ଉପରେ ହେଉଥିବା ଏସିଡ୍‌ ଆକ୍ରମଣ ରୋକିବା ସହିତ ଏହାର ଆଇନଗତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ମୁଖ୍ୟଅତିଥି ସାହୁ ଆଇନ କିପରି ଲୋକାଭିମୁକ୍ଷୀ ହୋଇପାରିବ ତା ଉପରେ କହିଥିଲେ। ଏହି ଶିବିରରେ ଉକ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଟିକେଲାଲ ମେହେର ଓ ସିନାପାଲି ଥାନା ସବନ୍ସିପେକ୍ଟର ଶାଲଖାନ ମୁର୍ମୁ ପ୍ରମୁଖ ମଞ୍ଚାସୀନ ଥିଲେ। ଅଧ୍ୟାପକ ଜୈାତିର୍ଣ ବନ୍ଧିଛୋର ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟାପକ ଧ୍ରୁବଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିବିରରେ ମହାବିଦ୍ୟାଳୟ ଶତାଧିକ ଛାତ୍ରୀଛାତ୍ର ଭାଗ ନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରବିରେ ଉଠିଲା ଖରିଫ ଧାନ: ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଚାଷୀ

ବରଗଡ଼,୫।୬(ପ୍ରେମାନନ୍ଦ ଖମାରୀ)- ଗତ ଖରିଫ ଋତୁରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ି ବରଗଡ଼ ଜିଲା ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଅନେକ ଚାଷୀ ଧାନ ବିକ୍ରି…

ଭଞ୍ଜନଗରରେ କଂଗ୍ରେସ ପ୍ରଭାରୀ: ଜିଲା ସଂଗଠନ ସୁଦୃଢ଼ ଉପରେ…

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଗଞ୍ଜାମ…

୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୫ା୬(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ…

କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ଏବଂ ଅଧ୍ୟକ୍ଷ ଚିନ୍ତାମଣି ଏବଂ ଚାଷୀ କେ. ଶ୍ୟାମ ସୁନ୍ଦରଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦିଗପହଣ୍ଡି ବ୍ଳକର କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ କରାଯିବା ସହ ପୁରସ୍କାର…

ଜିଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା: ଜମି ବିକ୍ରି ଅନୁମତି ପାଇଁ ନିରାଶ ପରେ…

କେନ୍ଦ୍ରାପଡ଼ା, ୫ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ଉପର ତାଲା ଶିଡି ରେଲିଂରେ ବେକରେ ଗାମୁଛା ବାନ୍ଧି ଶୁକ୍ରବାର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହତ୍ୟା ଅଭିଯୋଗ କଲେ ବାପଘର ଲୋକ

ରିଷିଡା, ୫।୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସୁବାସ ରଣାଙ୍କ ସ୍ତ୍ରୀ…

ମୃତ ଛାତ୍ରଙ୍କ ପରିବାରକୁ ଭେଟିଲେ ବିଧାୟକ, ସମବେଦନା ସହ ଆର୍ଥିକ ସହାୟତା ପ୍ରଦାନ

ହାଟଡିହୀ/ଛେନାପଦୀ, ୫।୬ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ଅମୃତପୁର ଗ୍ରାମର ଜଣେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ର ଗତ…

ମହିଳା ଆଇନଜୀବିଙ୍କୁ ତହସିଲଦାରଙ୍କ ଆସୌଜନ୍ୟ ବ୍ୟବହାର ଅଭିଯୋଗ: ଧାରଣାରେ  ଆଇନଜୀବୀ

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି  ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ତାଙ୍କ ପ୍ରକୋଷ୍ଠରେ ମହିଳା ଆଇନଜୀବି ଏମ. ପ୍ରତିଭା କୁମାରୀ ରେଡ୍ଡୀଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri