ତାଲା ଭାଙ୍ଗି ଦୋକାନରୁ ନେଇଗଲେ ଏଲ୍‌ଇଡି ଟିଭି: ସାଇଣ୍ଟିଫିକ୍‌ ଟିମର ତଦନ୍ତ

ଗୋପାଳପୁର,୪ା୬-ବେଶ କିଛିଦିନର ନୀରବତା ପରେ ପୁଣି ସକ୍ରିୟ ହୋଇପଡ଼ିଛନ୍ତି ଲୁଟେରାମାନେ। ବୁଧବାର ରାତିରେ ଗୋପାଳପୁର ଥାନା କରାପଲ୍ଲୀ ସାହୁ ଏଣ୍ଟରପ୍ରାଇଜେସ୍‌ ଦୋକାନର ତାଲା ଭାଙ୍ଗି ଲୁଟେରାମାନେ ସାମଗ୍ରୀ ଚୋରି କରିଥିବା ଜଣାପଡ଼ିଛି। ଏ ନେଇ ଗୋପାଳପୁର ଥାନାରେ କେସ ନଂ. ୭୭/୨୦ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।
ଘଟଣାରୁ ପ୍ରକାଶ, ମାନିନି ସାହୁ କରାପଲ୍ଲୀ ଛକ ନିକଟରେ ସାହୁ ଏଣ୍ଟରପ୍ରାଇଜେସ୍‌ ଦୋକାନ କରିଛନ୍ତି। ସେଠାରେ ମାନିନି ଜଣେ କର୍ମଚାରୀଙ୍କୁ ରଖି ବୁଝାସୁଝା କରୁଥିଲେ। ବୁଧବାର ରାତିରେ କର୍ମଚାରୀ ଜଣକ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ମଧ୍ୟରାତ୍ରରେ ଲୁଟେରାମାନେ ଦୋକାନ ସମ୍ମୁଖରେ ଥିବା ଲାଇଟକୁ ବନ୍ଦ କରି ସଟର ଓ ଚାବିକୁ ତାଡ଼ି ଭିତରକୁ ପଶିଥିଲେ। ଦୋକାନରେ ଥିବା ବଡ଼ ଏଲଇଡି ଟିଭି, ୬ଟି ନୂତନ ଫ୍ୟାନ ଓ ଅନ୍ୟ ସାମଗ୍ରୀ ଲୁଟି ନେଇ ପଲାଇଥିଲେ। ଏ ନେଇ ଗୁରୁବାର ସକାଳେ ମାନିନି ଖବରପାଇ ଦୋକାନ ନିକଟକୁ ଆସି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଖବର ପାଇ ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ, ଭଞ୍ଜବିହାର ଫାଣ୍ଡି ଅଧିକାରୀ ଏ. ଶଙ୍କର ରାଓ, ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଥିଲେ। ଦୋକାନ ପାର୍ଶ୍ୱରେ ଥିବା ସିସି ଫୁଟେଜ୍‌ ଯାଞ୍ଚ କରାଯାଇ ଲୁଟେରାମାନଙ୍କୁ ଖୁବଶିଘ୍ର କାବୁ କରାଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରାକୋଟ ବ୍ଲକ ନକଲି ସାର୍ଟିଫିକେଟ୍‌ରେ ନିଯୁକ୍ତି; ଧରାପଡ଼ିଲେ ଆଉ ୩ ଶିକ୍ଷକ

ବ୍ରହ୍ମପୁର ଅଫିସ୍‌,୭ା୧୧-ନିଯୁକ୍ତି ବେଳେ ନକଲି ସାର୍ଟିଫିକେଟ୍‌ ଦେଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଆଉ ୩ ଜଣ...

ମାଣିତରା ପଞ୍ଚାୟତର ୪ ଗ୍ରାମକୁ ଶଟ୍‌ଡାଉନ ଘୋଷଣା କଲେ ସରପଞ୍ଚ: ଜୁନ୍‌ ୨୪ ଯାଏ ରହିବ ବଳବତ୍ତର

ବୁଗୁଡା,୧୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତର ୪ ଗ୍ରାମକୁ ଜିଲାପାଳ କ୍ଷମତା ପ୍ରଯୋଗ କରି ସରପଞ୍ଚ ଶାନ୍ତିଲତା ନାୟକ ଶଟ୍‌ଡାଉନ ଘୋଷଣା...

ସର୍ଭେରେ ଅଟକିଛି ନୂଆ ରେଳପଥ ନିର୍ମାଣ

ବ୍ରହ୍ମପୁର ଅଫିସ,୭ା୨-ଗଞ୍ଜାମ ଜିଲା ବେଳାଭୂମି ସହର ଗୋପାଳପୁରରୁ ଶିଳ୍ପ ସହର ରାୟଗଡ଼ା ପର୍ଯ୍ୟନ୍ତ ନୂଆ ରେଳପଥ ନିର୍ମାଣ ପାଇଁ ହୋଇଥିବା ସର୍ଭେର ୧୦ ବର୍ଷ ପୂରିଛି।...

ଶିଳାନ୍ୟାସରେ ଅଟକିଛି ଯାତ୍ରୀ ବିଶ୍ରାମାଗାର :ସମ୍ପୂର୍ଣ୍ଣ ହୋଇପାରୁନି ମୁଖ୍ୟ ଡ୍ରେନର ପୁନରୁଦ୍ଧାର

ଗଞ୍ଜାମ,୨୪୮(ଡି.ଏନ.ଏ.)-୧୨ ୱାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସିରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଜନସାଧାରଣ। ଏଠାରେ ରାସ୍ତାଘାଟର ଅବସ୍ଥା...

ଋଷିକୂଲ୍ୟା ନଦୀରୁ ଆନ୍ଧ୍ରକୁ ବାଲି ଚୋରାଚାଲାଣ ବେଳେ ୨ ଗାଡ଼ିକୁ ଧରିଲେ ଗ୍ରାମବାସୀ

ଛତ୍ରପୁର,୨୧।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟା ନଦୀର ବିଭିନ୍ନ ବାଲିଘାଟରୁ ବେଆଇନ ଭାବେ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ହେଉଥିବା ନେଇ ବହୁବାର ଜିଲା ପ୍ରଶାସନ ନିକଟରେ ଅଭିଯୋଗ...

ବାଲୁଙ୍କେଶ୍ୱର ବାଣ ବଜ଼ାର ସିଲ୍‌କଲା ପୋଲିସ; ୪୬ ବ୍ୟବସାୟୀଙ୍କୁ ହାଜର ପାଇଁ ନୋଟିସ

ବ୍ରହ୍ମପୁର ଅଫିସ,୨୧ା୧୦ -ଗଞ୍ଜାମ ଜିଲା ବ୍ରହ୍ମପୁରରରେ ଥିବା ବାଲୁଙ୍କେଶ୍ୱର ବାଣ ବଜ଼ାରକୁ ରବିବାର ରାତିରେ ପୋଲିସ ସିଲ୍‌ କରିଛି। ବେପାରୀମାନେ ବେଆଇନ ଭାବେ ବାଣ ମହଜୁଦ...

ପଣ୍ଡା କଲୋନୀରେ ଆତଙ୍କରାଜ

ବ୍ରହ୍ମପୁର ଅଫିସ,୧୧ା୭-ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟ ପଣ୍ଡା କଲୋନୀରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ୨...

୭ ଦିନ ପରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

ଖଲ୍ଲିକୋଟ,୨୨ା୮(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ କୈଠଡ଼ା ଗ୍ରାମର ଜୟ ଦଳେଇଙ୍କ ଗତ ଶୁକ୍ରବାର ଦୁବାଇରେ ମୃତ୍ୟୁ ହୋଇଥିବା ସେ କାମ କରୁଥିବା କମ୍ପାନୀ କର୍ତ୍ତୃପକ୍ଷ ଫୋନ କରି...

Advertisement


Archives

Model This Week