Posted inଭଦ୍ରକ

ତାରିଣୀ ମନ୍ଦିରରୁ ଚୋରି ଘଟଣା: ୩ ଗିରଫ

ଭଦ୍ରକ ଅଫିସ, ୧୫।୯- ଭଦ୍ରକ ଗବସାହି ତାରିଣୀ ମନ୍ଦିରରୁ ଚୋରି ଘଟଣାରେ ଟାଉନ ଥାନା ପୋଲିସ ଶନିବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ଥାନାରେ ମାମଲା(ନଂ.୨୬୮/୧୯) ରୁଜୁ ହୋଇଛି। ଅନ୍ୟ ଜଣେ ନାବାଳକଙ୍କୁ ଜୁଭେନାଇଲ୍‌ ଜଷ୍ଟିସ ହୋମ୍‌କୁ ପଠାଯାଇଛି। ଗିରଫ ୩ ଜଣ ଚାରିଘରିଆ ଗ୍ରାମର ନନ୍ଦୁ ମୁଣ୍ଡା, କେନ୍ଦୁଝର ଜିଲା ଗୋପୀନାଥପୁର ଗଁାର ଜଗନ୍ନାଥ ମାଝୀ ଓ ଗବସାହି ଗ୍ରାମର ବାପୁନୁ ସିଂ ବୋଲି ଜଣାପଡ଼ିଛି। ପୋଲିସ ସେମାନଙ୍କ ବୟାନକୁ ଭିତ୍ତିକରି ନିକଟସ୍ଥ ସାଳନ୍ଦୀ ନଦୀକୂଳ ବାଉଁଶ ଗଛମୂଳରୁ ଏକ ଚୋରି ରୂପା ସାମଗ୍ରୀ ଉଦ୍ଧାର କରିଛି। ଅନ୍ୟ ବହୁ ସାମଗ୍ରୀ ଉଦ୍ଧାର ହୋଇପାରି ନାହିଁ। ସୂଚନାଥାଉ କି, ଗତ ୧୦ ତାରିଖ ରାତିରେ ଗବସାହି ତାରିଣୀ ମନ୍ଦିର ତାଲା ଭାଙ୍ଗି ହୁଣ୍ଡିବାକ୍ସ ସହିତ ମା’ ଙ୍କ ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ଏନ୍‌ଏସି ନିର୍ବାହୀ ଅଧିକାରୀ

ଧାମନଗର, ୬।୧୨(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଏନ୍‌ଏସିରେ ନିକଟରେ ଯୋଗ ଦେଇଥିବା ନୂତନ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ସାଇକେଲରେ ଓ୍ବାର୍ଡ ବୁଲି...

ସାଳନ୍ଦୀ ନଦୀବନ୍ଧ ମରାମତି ଦାବି

ଭଦ୍ରକ,୨।୧୨(ସନାତନ ରାଉତ): ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଭଦ୍ରକ ବ୍ଲକର ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ମଧ୍ୟରେ ଥିବା ଦଇସିଂ, କାଉପୁର, ଓଲଙ୍ଗ, ରାନ୍ଦିଆ, ବାଉଦପୁର ଓ ବାମପାର୍ଶ୍ୱ...

ଟ୍ରକକୁ ପଛରୁ ପିଟିଲା କାର: ଚାଲିଗଲା ଜଣଙ୍କ ଜୀବନ, ୪ ଗୁରୁତର

ଭଦ୍ରକ,୧।୧୨(ସନାତନ ରାଉତ)- ଭଦ୍ରକ୧୬ ନଂ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି l...

୨୦ ବର୍ଷରେ ଏଡ୍‌ସରେ ଗଲାଣି ୨୮୮ ଜୀବନ

ଭଦ୍ରକ,୧ା୧୨(ସନାତନ ରାଉତ):ଡିସେମ୍ବର ୧ ହେଉଛି ବିଶ୍ୱ ଏଡ୍‌ସ ଦିବସ। ଏହି ଦିବସ ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଏଡ୍‌ସ ର ମୂଳୋତ୍ପାଟନ ହୋଇପାରୁନାହିଁ।...

ଚାଲିକି ଯାଉଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ବସ୍‌ 

ଭଦ୍ରକ,୨୨।୧୧(ସନାତନ ରାଉତ): ଭଦ୍ରକ ସହର ବନ୍ତ ଛକରେ ବୁଧବାର ବସ୍‌ ଚଢ଼ିଯିବାରୁ ଜରଙ୍କ ମୃତ୍ୟୁ ଘଟିଛି । ସୂଚନା ଯୋଗ୍ୟ, ଭଦ୍ରକ ଜିଲା ଅଗରପଡା ଥାନା...

ବୁଲା ଷଣ୍ଢ ଆକ୍ରମଣ: ଚକଟି ମାରିଲା, ଜଣଙ୍କୁ କଚାଡ଼ିଦେଲା 

ଭଦ୍ରକ,୨୨।୧୧(ସନାତନ ରାଉତ): ଭଦ୍ରକ ଚରମ୍ପା ହ୍ୟାପିହୋମ ସ୍କୁଲ ନିକଟରେ ଏକ ବୁଲା ଷଣ୍ଢ ଆକ୍ରମଣରେ ବୁଧବାର ସକାଳେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ...

ଚୋରା ଚାଲାଣ ବେଳେ ୬୦ କୁଇଣ୍ଟାଲ କୋଇଲା ଜବତ

ବାସୁଦେବପୁର,୨୦।୧୧ (ନାରାୟଣ ପ୍ରସାଦ ବାରିକ୍‌)-ଭଦ୍ରକ ଜିଲା ବାସୁଦେବପୁର- ଧାମରା ରାସ୍ତାର ବେତଡ଼ା ନିକଟରୁ  ଚୋରା ଚାଲାଣ ବେଳେ ୬୦ କୁଇଣ୍ଟାଲ କୋଇଲା ସହ ୨ଟି ପିକ୍‌ଅପ୍‌...

‘ଡିସେମ୍ବରରେ ଦାବି ପୂରଣ ନ ହେଲେ ସବୁ କଲେଜ ବନ୍ଦ’

ଭଦ୍ରକ,୨୦।୧୧(ସନାତନ ରାଉତ): ଭଦ୍ରକ ଟାଉନ ହଲ୍‌ରେ ପୂର୍ବ ଓଡ଼ିଶା ଓ ଉତ୍ତର ଓଡ଼ିଶା ଅଧ୍ୟକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri