ତାରା ସାଜିବେ ନୟନ ତାରା

ବଡ଼ସାହି,୨୮ା୨(ସ୍ବ.ପ୍ର)-ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣେ ମହିଳାଙ୍କ ଦୁଇ ଆଖିକୁ ତାଙ୍କ ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବଡ଼ସାହି ଥାନା ଅଧୀନ ଗୁଡିଆଲବନ୍ଧ ଗ୍ରାମର ମହିଳା ତାରା ବିନ୍ଧାଣୀ(୫୦)ଙ୍କ ଏହି ଆଖି ଦୁଇଟି ଅନ୍ୟ କାହା ନୟନ ତାରା ସାଜିବ। ବୁଧବାର ରାତିରେ ତାରା ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକେ ଗୁରୁବାର ସକାଳେ ତାଙ୍କୁ ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୬/୨୦) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇଥିଲା। ତେବେ ପରିବାର ଲୋକେ ତାରାଙ୍କ ଦୁଇ ଆଖିକୁ ଦାନ କରିବା ପାଇଁ ନିଷ୍ପତ୍ତି ନେବାରୁ ଡାକ୍ତରଖାନା ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ତାରାଙ୍କ ସ୍ବାମୀ ରବୀନ୍ଦ୍ର ଓ ଜଣେ ପୁଅ ଓ ଝିଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା କଲେ ଚମ୍ପୁଆ ଡାକ୍ତର

ଚମ୍ପୁଆ, ୨।୫(ଡି.ଏନ.ଏ.)- କରୋନା ମହାମାରୀର ମୁକାବିଲାପାଇଁ ରାଜ୍ୟସରକାର ବହୁବିଧି ପଦକ୍ଷେପ ନେଇଥିବାରୁ ଦେଶରେ ଓଡିଶାର ସମ୍ମାନ ବୃଦ୍ଧି କରିଥିବା ବେଳେ କରୋନା ଯୋଦ୍ଧା ଭାବରେ ସେବା...

ଆନ୍ଦୋଳନରେ ଡ୍ରାଇଭର, ଯାତ୍ରୀ ହନ୍ତସନ୍ତ

ମ.ରାମପୁର,୧୬ା୩(ଡି.ଏନ୍‌.ଏ.): ଓଡ଼ିଶା ଡ୍ରାଇଭର ମହାସଂଘ ଆହ୍ବାନରେ ଷ୍ଟିୟରିଂ ଛାଡ଼ି ଆନ୍ଦୋଳନରେ କଳାହାଣ୍ଡି ଜି ମ.ରାମପୁର ଗାଡ଼ି ଚାଳକ ମହାସଂଘ ପକ୍ଷରୁ ମ.ରାମପୁରଠାରେ ଗୁରୁବାର ରାସ୍ତା ଅବରୋଧ...

ଭଦ୍ରକ ଜିଲା ସଟ୍‌ଡାଉନ୍‌: କୁଲଣାଠାରେ ମଞ୍ଜୁରୀରୋଡ-ଛତାବର ମୁଖ୍ୟ ରାସ୍ତା ସିଲ, ୪ ପଞ୍ଚାୟତ ଲୋକେ ହିନସ୍ତା

ଭଣ୍ଡାରିପୋଖରୀ,୨୪।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ୍‌ ଭାବେ ଘୋଷଣା କରାଯାଇଛି। ପଞ୍ଚାୟତର...

୭ଦିନ ପାଇଁ ସିଲ୍‌ ହେଲା ୭ଦୋକାନ

ପଦ୍ମପୁର,୨୦।୫(ଡି.ଏନ୍‌.ଏ): କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୩ଟି ଗାଁର ୭ଟି ଦୋକାନକୁ ସିଲ୍‌ କରାଯାଇଛି। ବେତଡା ବଜାରର ନଛିପୁରରେ ଥିବା...

ଗଞ୍ଜେଇ ଜବତ, ୩ ମହିଳା ଗିରଫ

ଫୁଲବାଣୀ ଅଫିସ, ୮ା୧୨: ଏକ ଘରୋଇ ବସ୍‌ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଖଜୁରିପଡା ପୋଲିସ ଚଢ଼ାଉ କରି ୩୨ କେଜି ଗଞ୍ଜେଇ ଜବତ କରିଛି।...

ଗୁଳୁଗୁଳି, ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ

ପଟ୍ଟାମୁଣ୍ଡାଇ,୨୦ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତଥା ଏହାର ଆଖପାଖ ଅଞ୍ଚଳରେ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଦୈନିକ...

ପରିବାର ସହ ଯାଉଥିଲେ ଓଲଟିଲା କାର୍‌

ପାପଡ଼ାହାଣ୍ଡି,୨୦।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅଧୀନ ୨୬ ନମ୍ବର ଜାତୀୟ ରାଜପଥ ଝିଟକୁଗୁଡା ନିକଟରେ ଶୁକ୍ରବାର ଏକ କାର ଦୁର୍ଘଟଣାଗସ୍ତ ହୋଇ ଓଲଟି ପଡିଥିଲା।...

ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ ସହାୟତା

ବାଲେଶ୍ୱର ଅଫିସ, ୧୦।୫-ସମଗ୍ର ବିଶ୍ୱ ଏବେ ମହାମାରୀ କରୋନା କବଳରେ। ଏହାଯୋଗୁ ଅନେକ ଜୀବନ ଗଲାଣି ଓ ଅନେକ ଆକ୍ରାନ୍ତ ହେଲେଣି। ଆର୍ଥିକ ଓ ସାମାଜିକ...

Advertisement
Archives

Model This Week