ତାରାତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ: ସ୍ବତନ୍ତ୍ର ଦର୍ଶନ, ବସ ସେବା ଯିବ ଟ୍ରଷ୍ଟ ବୋର୍ଡକୁ

ପୁରୁଷୋତ୍ତମପୁର,୨୯।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ଶନିବାର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୋର୍ଡ ପରିଚାଳନା ପରିଷଦର ଟ୍ରଷ୍ଟି ତଥା ଅତିରିକ୍ତ ଜିଲାପାଳ କବୀନ୍ଦ୍ର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ମାର୍ଚ୍ଚ ୧୦, ୧୭, ୨୪, ୩୧ ଓ ଅପ୍ରେଲ ମାସ ୭ ତାରିଖରେ ମା’ଙ୍କ ମଙ୍ଗଳବାର ଯାତ୍ରା କିଭଳି ପରିଚାଳନା କରାଯିବ, କେଉଁ ବାବଦରେ କେତେ ଖର୍ଚ୍ଚ ହେବ ସେ ନେଇ ଏକ ବଜେଟ ପ୍ରସ୍ତୁତ ହୋଇଥିଲା। ଏହାସହ ସ୍ବତନ୍ତ୍ର ଦର୍ଶନ ଓ ବସ୍‌ ସେବା ବାବଦରେ ଆଦାୟ ହେଉଥିବା ରାଜସ୍ବକୁ ମନ୍ଦିର ଉନ୍ନୟନ ପରିଷଦ ବଦଳରେ ଟ୍ରଷ୍ଟ ବୋର୍ଡ ଆକାଉଣ୍ଟରେ ଜମା ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଦର୍ଶନ ଟିକେଟ ବ୍ୟବସ୍ଥାକୁ ଜିଲାପାଳ ଉଚ୍ଛେଦ ଲାଗି ପଦକ୍ଷେପ ନେଇଥିବାରୁ ମନ୍ଦିରର ରାଜସ୍ବ କମିଯାଉଥିବା ହେତୁ ବିକଳ୍ପ ବ୍ୟବସ୍ଥା ଲାଗି ଆଲୋଚନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଣଙ୍କ ନାମରେ କାର୍ଯ୍ୟାଦେଶ, ଆଉ ଜଣଙ୍କୁ କିସ୍ତି

ଆନନ୍ଦପୁର(ସନ୍ତୋଷ ରାଉତ)/କଣ୍ଟିପାଳ(ସୁଶାନ୍ତ ସାହୁ),୧୦ା୭: କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ଆବାସ କାର୍ଯ୍ୟାଦେଶକୁ ନେଇ ସବୁ ସମୟରେ ଚର୍ଚ୍ଚା ଲାଗି ରହିଛି। ନିକଟରେ ମୋଚିନ୍ଦା ପଞ୍ଚାୟତର ହିତାଧିକାରୀ...

ଲକ୍‌ ଡାଉନ ସମୟରେ ସହଯୋଗର ହାତ ବଢାଇଲା ଡାକବିଭାଗ

ଭବାନୀପାଟଣା,୨୨।୪(ସ୍ବ.ପ୍ର)- କରୋନା ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଗତ ୨୪ତାରିଖଠୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହାଦ୍ୱାରା ଅନେକ ଗରୀବ ଅସହାୟ ଲୋକଙ୍କ ଜୀବନ...

ମଶାମରାରେ ବିଫଳ ବିଏମ୍‌ସି

ବ୍ରହ୍ମପୁର ଅଫିସ,୩୦।୬: ବ୍ରହ୍ମପୁରର ନାଳ ନର୍ଦ୍ଦମାରୁ ବର୍ଷା ପାଣି ତ୍ୱରିତ ନିଷ୍କାସନ ହୋଇପାରୁ ନ ଥିବାରୁ ମଶା ବଂଶ ବଢ଼ିବାରେ ଲାଗିଛି। ମଇଳା ପାଣି ଜମି ରହୁଥିବା...

କାମ କରିବାକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ସକାଳୁ ମିଳିଲା ମୃତଦେହ

ଆନନ୍ଦପୁର/ଘସିପୁରା,୩ା୭(ସ୍ବ.ପ୍ର./ଡି.ଏନ୍‌.ଏ.):କେନ୍ଦୁଝର ଜିଲା ଘସିପୁରା ଥାନା ଗୋପାଳପୁର ଗ୍ରାମ ନିକଟରେ ଥିବା ଏକ ଚାଷଜମିରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତଦେହ ଖାଳିଆମେଣ୍ଟା ହରିଜନ...

ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ଅନିୟମିତତା

ରାଜନଗର,୨୧ା୧(ଡି.ଏନ.ଏ.): ଗାଁ ଗହଳିରେ ମୁଣ୍ଡ ଗୁଞ୍ଜିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ ା ଏଥିପାଇଁ ଗତ ସାଢେ ୩ ବର୍ଷ ହେବ ଲୋକେ...

ଇଚ୍ଛା ମୃତ୍ୟୁ ମାଗିଲେ ଦିବ୍ୟାଙ୍ଗ: ପ୍ରଶାସନ ଡକାଇ ଆଲୋଚନା କରି ସହାୟତା ପ୍ରତିଶ୍ରୁତି ଦେଲା

ଭଦ୍ରକ ଅଫିସ, ୨୧ା୮- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ରଥପଦା ଗାଁର ଦିବ୍ୟାଙ୍ଗ ଯୁବକ ଉମାକାନ୍ତ ଦାସ(୩୧) ଟୁଇଟ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ...

୧୦ ହଜାର ଟଙ୍କାରେ ୭ମାସର ଶିଶୁପୁତ୍ରକୁ ବିକିଲା ବାପା

ଝରିଗାଁ,୯।୭(ସ୍ବ.ପ୍ର)- ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ୭ମାସର ଶିଶୁପୁତ୍ରକୁ ବାପା ବିକ୍ରି କରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଉମରକୋଟ ବ୍ଲକ ପୂଜାରୀଗୁଡା ଗ୍ରାମର...

ପୋଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ: ଅମାନିଆଙ୍କ ବାଇକ୍‌ ଜବତ

ଟିଟିଲାଗଡ଼,୫।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ ମଙ୍ଗଳବାର ରାତିରେ ପ୍ରଶାସନ ଓ ପୋଲିସ ପକ୍ଷରୁୁ ସହରରେ ଯାଞ୍ଚକୁ କଡ଼ାକଡି କରାଯାଇଛି। ଅମାନିଆଙ୍କୁ ସାବାଡ କରିବାକୁ ଏପରି କରାଯାଇଛି।...

Advertisement
Archives

Model This Week