ତାରାତାରିଣୀ ପୀଠରେ ମାଙ୍କଡ଼ଙ୍କୁ ଖାଦ୍ୟ ଦେଉଛି ପ୍ରଶାସନ, ଟୁଇଟ୍‌ କରି ଜଣାଇଲେ ଜିଲାପାଳ

ଛତ୍ରପୁର,୧ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ଗଞ୍ଜାମ ଜିଲାର ଆରାଧ୍ୟ ଦୈବୀପୀଠ ମା’ ତାରାତାରିଣୀ ମନ୍ଦିର ମାସେରୁ ଉର୍ଦ୍ଧ୍ୱ ହେଲା ବନ୍ଦ ରହିଛି। ଏପରିକି ମାସେ ଧରି ଚାଲିଥିବା ଚୈତ୍ର ଯାତ୍ରା କେବଳ ପୂଜାବିଧିରେ ଶେଷ ହୋଇଛି। ଭକ୍ତଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯିବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ଅନୁଧ୍ୟାନ କରୁଥିଲେ। ତାରାତାରିଣୀ ପୀଠ ଓ ଏଠାକୁ ଯିବା ପାଇଁ ଥିବା ପାହାଡ଼ରେ ଶତାଧିକ ମାଙ୍କଡ଼ ଅଛନ୍ତି। ଭକ୍ତଙ୍କ ପ୍ରବେଶ ନିଷେଧ ପରେ ଏମାନଙ୍କ ଖାଦ୍ୟ କଥା ପ୍ରଶାସନ ବୁଝୁଛି। ଦୈନିକ ପୁରୁଷୋତ୍ତମପୁର ବିଡ଼ିଓ ଓ ତାଙ୍କ ଟିମ୍‌ ତାରାତାରିଣୀଠାରେ ମାଙ୍କଡ଼ ମାନଙ୍କୁ ଖାଇବାକୁ ଦେଇ ଆସୁଥିବା ଜିଲାପାଳ ଶୁକ୍ରବାର ଫଟୋ ସହ ଟୁଇଟ୍‌ କରି ଜଣାଇଛନ୍ତି। ପୀଠକୁ ଭକ୍ତମାନେ ଯାଉଥିବାବେଳେ ଭୋଗ କରିବା ପରେ ମାଙ୍କଡମାନଙ୍କୁ କଦଳୀ, ନଡ଼ିଆ, ଫଳ, ଖେଚୁଡ଼ି ଆଦି ଖାଇବାକୁ ଦେଇଥାନ୍ତି। ଲକ୍‌ଡାଉନ ଯୋଗୁ ଭକ୍ତ ସେଠାକୁ ଯାଇପାରୁ ନ ଥିବାରୁ ପ୍ରଶାସନ ସେମାନଙ୍କ କଥା ବୁଝୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଗ୍ରାମ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌

ସଜନାଗଡ଼,୬।୫(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ନୀଳଗିରି ବ୍ଲକର ରାଧାକିଶୋରପୁର ଗ୍ରାମରେ ୧୫ରୁ ଅଧିକ ଓ ଏନ୍‌ଏସି ଅଧୀନ ମିରିଗିଣି...

କାର୍ଯ୍ୟକ୍ଷମ ହୋଇପାରୁନି ଉପଖଣ୍ଡ ମାତୃ ଶିଶୁ ଭବନ

ପାଲଲହଡା, ୮।୫(ଡି.ଏନ.ଏ.): ପାଲଲହଡା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣ ହେଉଥିବା ୩୦ ଶଯ୍ୟା ବିଶିଷ୍ଟ ମାତୃ ଏବଂ ଶିଶୁ ଭବନ କାର୍ଯ୍ୟ ଶେଷ ହେଉ ନ...

ରାୟଗଡ଼ା ଜିଲା ଚିଠି: କେହି ମାନୁନାହାନ୍ତି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିୟମ

ସରକାରୀ ଅନୁଷ୍ଠାନ ହେଉ ବା ବେସରକାରୀ ନିୟମ ଅନୁସାରେ ସବୁ ଉଚ୍ଚ ଅଟ୍ଟାଳିକା, ଅନୁଷ୍ଠାନରେ ଫାୟାର ସେଫ୍ଟି ବା ଅଗ୍ନି ନିର୍ବାପକ ବ୍ୟବସ୍ଥା ଜରୁରୀ। ଓଡ଼ିଶା...

ସ୍ତ୍ରୀ, ପୁଅକୁ ଛାଡ଼ି କାଠଯୋଡ଼ିକୁ ଡେଇଁବା ଘଟଣା: ସପ୍ତାହେ ପରେ ମିଳିଲା ଦେବବ୍ରତଙ୍କ ମୃତଦେହ

କଟକ ଅଫିସ/କଣ୍ଟାପଡ଼ା,୧୬।୧୦(ଡି.ଏନ୍‌.ଏ.): ସପ୍ତାହେ ପରେ କାଠଯୋଡ଼ିକୁ ଡେଇଁ ନିଖୋଜ ହୋଇଯାଇଥିବା ଦେବବ୍ରତ ମହାପାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୯ ତାରିଖରେ ସ୍ତ୍ରୀଙ୍କ ସହ ଝଗଡ଼ା...

ଭଦ୍ରକ ଜିଲା ଚିକିତ୍ସାଳୟର ଏମ୍‌ସିଏଚ୍‌ ସମ୍ପ୍ରସାରଣ ହେବ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଭଦ୍ରକ ଜିଲା ଚିକିତ୍ସାଳୟରେ ଥିବା ଏମ୍‌ସିଏଚ୍‌କୁ ସମ୍ପ୍ରସାରଣ କରାଯାଇ ୧୦୦ ଶଯ୍ୟାବିଶିଷ୍ଟରେ ପରିଣତ କରାଯିବ। ହସ୍ପିଟାଲ୍‌ର ଚାରିପାଖେ ପାଚେରି ଓ ରାସ୍ତା ନିର୍ମାଣ ଲାଗି...

ସ୍କୁଲ ଯିବା ବାଟରେ ମୁଣ୍ଡକୁ ଆସିଲା ଏମିତି କଥା, ଫୋନ ବିକି ଅକ୍ଷୟ କୁମାରଙ୍କୁ ଭେଟିବାକୁ ଚାଲିଗଲେ ସୁନ୍ଦରଗଡ଼ର ଛାତ୍ର

ସୁନ୍ଦରଗଡ,୧୩।୮(ଡି.ଏନ୍‌.ଏ.): ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ଦେଖିବା ନିଶା ଏମିତି ଯେ ଫୋନ୍‌ ବିକି ମୁମ୍ବାଇ ଚାଲିଯାଇଥିଲେ ଜଣେ ଛାତ୍ର। ପରେ ତାଙ୍କୁ ମୁମ୍ବାଇସ୍ଥିତ ବଲିଉଡ...

ଚୁଲି ନିଆଁରେ ପାଉଁଶ ହେଲା ୩ ବଖରା

ପାପଡାହାଣ୍ଡି,୭।୧୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ଚାନ୍ଦିଲି ଗ୍ରାମରେ ନିଆଁ ଲାଗି ଭୁଜ ଗୌଡ଼ଙ୍କ ୩ ବଖରା ଘର ପୋଡି ନଷ୍ଟ ହୋଇଯାଇଛି।...

କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ/ପାତ୍ରପୁର,୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।...

Advertisement
Archives

Model This Week