ତାପମାତ୍ରା ବଢ଼ିଲେ କ’ଣ କମିଯିବ କରୋନା? ଜାଣନ୍ତୁ ବିଶେଷଜ୍ଞଙ୍କ ରାୟ

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହା ଏମିତି ଏକ ମହାମାରୀ ଏହାର କୌଣସି ଟୀକା ବା ଔଷଧୀୟ ଚିକିତ୍ସା ବର୍ତ୍ତମାନ ପର୍ଯ୍ୟନ୍ତ ବାହାରି ନାହିଁ। ଏପରିସ୍ଥଳେ ସୋସିଆଲ ମିଡିଆ ସହିତ କିଛି ସ୍ଥାନରେ ଚର୍ଚ୍ଚା ହେଉଛି କି ଗରମ ବଢ଼ିଲେ କରୋନା ଭାଇରସ୍‌ ଆପଣାଛାଏଁ ମରିଯିବ। କିନ୍ତୁ ବିଶେଷଜ୍ଞମାନେ କୁହନ୍ତି, ଏହାର ସଠିକ୍‌ ଉତ୍ତର ପାଇବା ପାଇଁ ସମୟକୁ ଅପେକ୍ଷା କରିବାକୁ ପଡ଼ିବ।
ଥାଇଲାଣ୍ଡ ଏବଂ ସିଙ୍ଗାପୁର ପରି ଦେଶରେ ସର୍ବନିମ୍ନ ତାପମାତ୍ରା ୨୭ଡିଗ୍ରୀରୁ ସର୍ବାଧିକ ୩୭ ଡିଗ୍ରୀରେ ରହିଥାଏ। କିନ୍ତୁ ଏହି ସ୍ଥାନରେ ମଧ୍ୟ କରୋନା ଭାଇରସ୍‌ ସାମ୍ନାକୁ ଆସିଛି। ଏହାଠାରୁ ଅଧିକ ତାପମାତ୍ରାରେ କରୋନା ଭାଇରସ୍‌ ବ୍ୟବହାର ନେଇ ଅଧ୍ୟୟନ ଏବେବି ବାକି ଅଛି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସର ମାଇକ୍ରୋବିଓଲୋଜି ବିଶେଷଜ୍ଞ ଡକ୍ଟର ରାମ ମନୋହର ଲୋହିଆ ଏକ ସାକ୍ଷାତକାରରେ କହିଛନ୍ତି, ଏହି ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ। ବଢୁଥିବା ଉତ୍ତାପ ସହିତ ଅବଶ୍ୟ ଅନେକ ଜୀବାଣୁ ମରିଯାଇଥାନ୍ତି। ଏହାର ସଠିକ୍‌ ଉତ୍ତର ପାଇଁ ତାପମାତ୍ରା ୩୮-୪୦ ଡିଗ୍ରୀରୁ ଅଧିକ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କିଛି ଭାଇରସ୍‌ ସମୟ ସହିତ ନିଜର ସ୍ବରୂପ ମଧ୍ୟ ବଦଳାଇଥାନ୍ତି।
କିଛି ଭାଇରସ୍‌ ସାମାନ୍ୟ ତାପମାତ୍ରାରେ ବହୁତ ସକ୍ରିୟ ରହିଥାନ୍ତି। କିନ୍ତୁ ଅଧିକ ଗରମ କିମ୍ବା ଅଧିକ ଥଣ୍ଡାରେ ଏମାନେ ମୃତପ୍ରାୟ ହୋଇଯାନ୍ତି। ତାପମାତ୍ରା ବଢ଼ିଲେ ଏହି ଭୂତାଣୁ ନିଷ୍କ୍ରିୟ ହୋଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଥାଲାସେମିଆ : କିଛି କଥା

ସାରା ବିଶ୍ୱରେ ଏମିତି କେତେକ ରୋଗ ରହିଛି ଯାହାକି ସମ୍ପୂର୍ଣ୍ଣ ଜନ୍ମଗତ, ବଂଶାନୁକ୍ରମିକ ତଥା ଜଟିଳ ରୋଗ ଅଟେ। ସେଥିମଧ୍ୟରୁ ‘ଥାଲାସେମିଆ’ ନାମକ ରୋଗ ମଧ୍ୟ...

ବୁଧବାର ବିଶ୍ୱକର୍ମା ପୂଜା: ରାଶି ଅନୁଯାୟୀ ଏପରି କରନ୍ତୁ ଉପାୟ, ବ୍ୟବସାୟରେ ହେବ ଉନ୍ନତି

ବିଶ୍ୱକର୍ମା ପୂଜା ଦିନ ବିଶ୍ୱକର୍ମା ଋଷିଙ୍କୁ ପୂଜା କରାଯାଇଥାଏ। ଏହାଦ୍ୱାରା ବ୍ୟାପାରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ବୋଲି ମାନ୍ୟତା ରହିଛି। ତେବେ ଚଳିତ ବର୍ଷ ସେପ୍ଟେମ୍ବର...

କାହିଁକି ପ୍ରେମ ସମ୍ପର୍କରେ ଆସିଥାଏ ତିକ୍ତତା

ପ୍ରେମରେ ମନମାଳିନ୍ୟ ଓ ଛୋଟ ଛୋଟ ଝଗଡ଼ା ଲାଗି ରହିଥାଏ। ଏହି ସମ୍ପର୍କରେ ଆଗକୁ ବଢ଼ିବା ଯେତିକି ସହଜ ହୋଇଥାଏ ସମ୍ପର୍କକୁ ବାନ୍ଧିରଖିବା କଷ୍ଟକର ହେଇଯାଏ।...

ଗଜାମୁଗ ତରକାରି

ଆବଶ୍ୟକ ସାମଗ୍ରୀ: ଗଜା ମୁଗ- ଅଧା କପ୍‌, ତେଲ- ୧ ଚାମଚ, ଜିରା- ଅଧା ଚାମଚ, ହେଙ୍ଗୁ- ଅଳ୍ପ, କଞ୍ଚାଲଙ୍କା- ୨ଟି, ଅଦା- ଅଳ୍ପ, ଟମାଟୋ-...

କାକୁଡ଼ି ଖାଇଲେ କମ୍‌ ହୁଏ ଏସବୁ ରୋଗ ଆଶଙ୍କା

ଶରୀର ପାଇଁ ଫଳମୂଳ କେତେ ଉପକାରୀ, ତାହା କହିବା ଅନାବଶ୍ୟକ। ତନ୍ମଧ୍ୟରୁ ଜଳୀୟ ଅଂଶ ଭରି ରହିଥିବା କାକୁଡ଼ି ଅନ୍ୟତମ। ଏହାବ୍ୟତୀତ ଏଥିରେ ଭିଟାମିନ୍‌ ବି,...

ମୁହଁରେ ରିଙ୍କିଲ୍ସ୍‌ ହୋଇଯାଇଛି କି? ଆପଣାନ୍ତୁ ଏହି ଉପାୟ

ସାଧାରଣତଃ କେତେକ ଲୋକଙ୍କ କ୍ଷେତ୍ରରେ କମ୍‌ ବୟସରେ ମଧ୍ୟ ମୁହଁରେ ରିଙ୍କିଲ୍ସ ଆସିଯାଇଥାଏ। ଯେପରିକି ଚର୍ମ କୁଞ୍ଚନ, ଚର୍ମ ଢିଲା ହେବା, ଚମକ ହ୍ରାସ ପାଇବା...

ବର୍ଷାଦିନିଆ ସଂକ୍ରମଣରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ସବୁ ଜିନିଷ

ବର୍ଷାଦିନେ ସଂକ୍ରମଣ ସମସ୍ୟା ଅଧିକ ଦେଖାଯାଇଥାଏ। ଏ ନେଇ ଆମର ପୂର୍ବରୁ ପ୍ରସ୍ତୁତ ନ ହେବା ଫଳରେ ଅନେକ ସମସ୍ୟା ଉପୁଜିଥାଏ। ବଦଳୁଥିବା ସିଜନ୍‌ରେ ନିଜକୁ...

ଫ୍ଲୋରାଲ୍‌ ବ୍ଲାଉଜ୍‌ ଫ୍ୟାଶନ

ଫ୍ଲୋରାଲ୍‌ ପ୍ରିଣ୍ଟର ଫ୍ୟାଶନ କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୁଏ ନାହିଁ। ଏହି ପ୍ରିଣ୍ଟ ରିଫ୍ରେଶିଂ ଲୁକ୍‌ ଦେଇଥାଏ। କେବଳ ଓ୍ବେଷ୍ଟର୍ନ ନୁହେଁ ଇଣ୍ଡିଆନ୍‌...

Advertisement
Archives

Model This Week