ତାତି ବଢ଼ାଉଛି ବେଆଇନ ଇଟାଭାଟି

ପାଟପୁର,୨୭ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଶତାଧିକ ବେଆଇନ ଇଟାଭାଟି ପୋଡ଼ା ଚାଲିଛି। ସେଥିରୁ ନିର୍ଗତ ନିଆଁ ପ୍ରକୋପରେ ଅସ୍ବାଭାବିକ ଭାବେ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବା ଅଭିଯୋଗ ହୋଇଛି। ଫଳରେ ସାଧାରଣ ଜନ ଜୀବନ ପ୍ରଭାବିତ ହେଉଛି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଇଟାଭାଟି ନଆଁ ଝାସ ଓ ଧୂଆଁ ଅଞ୍ଚଳବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ରାଜସ୍ବ ବିଭାଗର କୌଣସି କଟକଣାକୁ ଖାତିର ନ କରି ଏହି ଅଞ୍ଚଳରେ ବେଆଇନ ଭାବେ ବ୍ୟବସାୟୀମାନେ ପୋଡ଼ା ଇଟାଭାଟି ଚଳାଇଥିବା ଅଭିଯୋଗ ହୋଇ ଆସୁଛି। ବିଦ୍ୟାଳୟ, ଜନବସତି ଓ ଦାତବ୍ୟ ଅନୁଷ୍ଠାନଠାରୁ ୧ କି.ମି. ଦୂରରେ ଇଟାଭାଟି କରିବା ନିୟମ ନ ଥିଲେ ମଧ୍ୟ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଭାଲିଆଝୋଳା, ଧର୍ମରାୟପୁର, ବିଶ୍ୱନାଥପୁର, କାଳଷଣ୍ଢପୁର, ଏରେଣ୍ଢ୍ରା, କଉଡ଼ିଆ, କଙ୍କୋରଡ଼ା, କରାଖଣ୍ଡି, ଗମ୍ଭାରୀଗୁଡ଼ା, ନିସ୍ତିପୁର, ଆଡ଼ପଡ଼ା, ଖଲିଙ୍ଗି, ଚକ୍ରପୁର, ଦାନଆମ୍ବଠା, ସାହସପୁର, ସୁମନ୍ତପୁର, ପଟିଗୁଡ଼ା, ପୋଡ଼ାମାରି, ବ୍ରାହ୍ମଣପଙ୍କ ଓ ଏସ୍‌. ଗୋପାଳପୁର ସମେତ ସାନଖେମୁଣ୍ଡି ତହସିଲର ୭ ରାଜସ୍ବ ସର୍କଲର ବହୁ ମୌଜାରେ ପୋଡ଼ା ଇଟାଭାଟି ଚାଲିଛି। ନଦୀ କୂଳରେ ଇଟାଭାଟି ପାଇଁ ନିର୍ଦ୍ଦେଶ ନ ଥିଲେ ମଧ୍ୟ ପ୍ରାୟ ଇଟାଭାଟି ନଦୀ କୂଳରେ ଚାଲିଛି। ପରିବେଶ ମଞ୍ଜୁରୀ ନ ଥାଇ ସାନଖେମୁଣ୍ଡି ତହସିଲ ଅଧୀନରେ ୯ଟି ଚିମିନି ଇଟା ଭାଟିକୁ ପ୍ରଶାସନ ପକ୍ଷରୁ ଏନଓସି ଦିଆଯାଇଥିବା କୁହାଯାଇଛି। କିନ୍ତୁ କେଉଁ ନିୟମ ଆଧାରରେ ଏନଓସି ଦିଆଯାଇଛି ତା’ର ଉତ୍ତର କାହାରି ପାଖରେ ନାହିଁ। ଅନୈତିକ ଭାବେ ଚାଲିଥିବା ବେଆଇନ ଇଟାଭାଟିକୁ ବନ୍ଦ କରିବା ପାଇଁ ତହସିଲ ପ୍ରଶାସନ ସାହାସ କରିପାରୁ ନ ଥିବା ଅଭିଯୋଗ ହେଉଛି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ ଉପର ପୋଡ଼ା ଇଟାଭାଟି ସମ୍ପୂର୍ଣ୍ଣ ବେଆଇନ। ଏହାଦ୍ୱାରା ବାୟୁ ପ୍ରଦୂଷଣ, ଉର୍ବର ମୃତ୍ତିକା କ୍ଷୟ ସହ ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରିଥାଏ। ଏ ସମ୍ପର୍କରେ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ କହିଛନ୍ତି, ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଚଢ଼ାଉ କରାଯାଇଛି। ଅଧିକ ବ୍ୟବସାୟୀଙ୍କୁ ନୋଟିସ ଜାରି କରିବା ସହ ଜରିମାନା ଆଦାୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଅଟୋ ଆଗକୁ ଡେଇଁ ପଡ଼ିଲା ମାଙ୍କଡ: ଆଉ ତା’ପରେ…

ଧରାକୋଟ,୧୮ା୧ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ତାଳପାଟଣା ନିକଟରେ ଚଳନ୍ତା ଅଟୋ ଆଗକୁ ଏକ ମାଙ୍କଡ ଡେଇଁ ପଡିବାରୁ ଭାରସାମ୍ୟ ହରାଇ...

ଜନବସତିକୁ ମାଡି ଆସିଲେ ହାତୀପଲ ; ଖାଇଗଲେ ଅମଳ ଧାନ, ଚିନ୍ତାରେ…

ଦିଗପହଣ୍ଡି,୧୮ା୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର, ସୁନାଖଣ୍ଡି ହରିଣା, ନୂଆଗଡ ପ୍ରଭୃତି ଗ୍ରାମମାନଙ୍କରେ ଗତ ପ୍ରାୟ ୧ ମାସରୁ ଉର୍ଦ୍ଧ୍ବ...

ଦୀର୍ଘ ୪୦ ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ର: ପଦ୍ମନାଭପୁର ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟର ବନ୍ଧୁମିଳନ ଉତ୍ସବ

ଦିଗପହଣ୍ଡି,୧୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟର ୧୯୮୬ ମସିହା ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରଙ୍କ...

ପାଟପୁରରେ କ୍ରିକେଟ ମ୍ୟାଚ୍, ବ୍ଲୁ ୱାରିୟର ଟିମ୍ ବିଜୟୀ

ଦିଗପହଣ୍ଡି/ପାଟପୁର,୧୮|୧(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ମିନି ଷ୍ଟାଡିୟମରେ  ସ୍ଥାନୀୟ ଫ୍ରେଣ୍ଡସ୍ସ କ୍ରିକେଟ କ୍ଲବ ପକ୍ଷରୁ...

‘ମହିଳାମାନେ ସଚେତନ ହେଲେ ପରିବାର ଦିବ୍ୟ ହେବ’

ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଶ୍ରୀଅରବିନ୍ଦ ଶକ୍ତିପୀଠ ପରିସରରେ ରବିବାର ଲାଲସିଂ ଆନନ୍ଦମୟୀ ମହିଳା ପାଠଚକ୍ରର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି...

ଘୁମୁସର ବନଖଣ୍ଡରେ ପ୍ରଥମଥର ଦେଖିବାକୁ ମିଳିଲା ବିଦେଶାଗତ ପକ୍ଷୀ, ଗତବର୍ଷ ଅପେକ୍ଷା ଏଥର…

ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ରବିବାର ପକ୍ଷୀ ଗଣନା ହୋଇଛି। ଏଥିରେ କଲେଜ ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ, ବନ ସୁରକ୍ଷା ସମିତି...

ଗଞ୍ଜାମରେ ED ଚଢ଼ାଉ ଘଟଣା: ଅନେକ ଆପରାଧିକ କାଗଜପତ୍ର ସହ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ରେକର୍ଡ, ଖଣି ଲିଜ୍‌ ଚୁକ୍ତିନାମା ସହ…

ବ୍ରହ୍ମପୁର,୧୮ା୧(ସୁବାସ ଚନ୍ଦ୍ର ପାଢ଼ୀ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଭୁବନେଶ୍ୱର ଜୋନାଲ ଅଫିସ୍‌ ପିଏମ୍‌ଏଲ୍‌ଏ, ୨୦୦୨ ର ବ୍ୟବସ୍ଥା ଅନୁଯାୟୀ, ଗଞ୍ଜାମ ଜିଲାର ୨୫ରୁ ଅଧିକ ସ୍ଥାନରେ ଏକ...

ଝିଅମାନଙ୍କୁ ଆତ୍ମନିର୍ଭର ସୁରକ୍ଷା ଦେଇ ପାରିବ…

ଗଞ୍ଜାମ,୧୮।୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହରସ୍ଥିତ ଇଣ୍ଡୋର ଷ୍ଟାଡୟମଠାରେ ଜିଲା ସ୍ତରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତା ରବିବାର ଶୁଭାରମ୍ଭ ହୋଇଯାଇଛି। ଛତ୍ରପୁର ଲୋକପ୍ରିୟ ଯୁବ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri