Posted inUncategorized

ତାତି: ପଶ୍ଚିମରେ କମିଲା, ଉପକୂଳରେ ବଢ଼ିଲା

ଭୁବନେଶ୍ୱର, ୩୦ା୫(ବ୍ୟୁରୋ): ଗତ କିଛିଦିନ ହେବ ଗରମରେ ଛଟପଟ ହେଉଥିବା ପଶ୍ଚିମ ଓଡ଼ିଶାବାସୀଙ୍କୁ ମିଳିଛି ଆଶ୍ୱସ୍ତି। ଏଠାରେ ଲଗାତର ଭାବେ ତାପମାତ୍ରା ୪୨ରୁ ୪୫ଡିଗ୍ରୀ ମଧ୍ୟରେ ରହୁଥିଲା। କିନ୍ତୁ ବୁଧବାର ପଶ୍ଚିମ ଓଡ଼ିଶାର ସବୁ ସହରରେ ତାପମାତ୍ରା ହ୍ରାସ ପାଇଛି। ସମ୍ବଲପୁର, ସୋନପୁର ଆଦି ସହରର ତାପମାତ୍ରା ୪୦ଡିଗ୍ରୀ ତଳକୁ ଖସିଯାଇଛି। ସବୁଠୁ ଅଧିକ ତାପମାତ୍ରା ରହୁଥିବା ଟିଟିଲାଗଡ଼ ଓ ମାଲକାନଗିରିରେ ପାରଦ ୪୨.୫ ଡିଗ୍ରୀରେ ରହିଥିବାବେଳେ ୭ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ବଲାଙ୍ଗୀର ୪୧.୫, ଝାରସୁଗୁଡ଼ା ଓ ଭବାନୀପାଟଣା ୪୧, ଅନୁଗୋଳ ଓ ତାଳଚେରର ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟପଟେ ଉପକୂଳ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଦ୍ୱେତ ନଗରୀ କଟକ ଓ ଭୁବନେଶ୍ୱରର ତାପମାତ୍ରା ୩୬/୩୭ ଡିଗ୍ରୀ ମଧ୍ୟରେ ରହୁଥିବାବେଳେ କ୍ରମଶଃ ବଢ଼ି ଚାଲିଛି। ବୁଧବାର ଭୁବନେଶ୍ୱରରେ ତାପମାତ୍ରା ୩୯.୧ ଡିଗ୍ରୀ ଓ କଟକରେ ୩୮.୫ ଡିଗ୍ରୀ ରେକର୍ଡ କରାଯାଇଛି।
ବୁଧବାର ରାଜ୍ୟର ବିଭିନ୍ନ ସହରରେ ବର୍ଷା ହୋଇଥିବା ସୂଚନା ମିଳିଛି। ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଗଞ୍ଜାମ, ବୌଦ୍ଧ, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଗୁରୁବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ବଲାଙ୍ଗୀର, ନୟାଗଡ଼, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ଅଞ୍ଚଳରେ ସ୍ବଳ୍ପ ପରିମାଣର ବର୍ଷା ହେବ। ରାଜ୍ୟର ବାକିସବୁ ସ୍ଥାନରେ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କିନ୍ତୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ ଓ ନୟାଗଡ଼ ଜିଲାରେ କାଳବୈଶାଖୀ ହେବ ବୋଲି କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏସବୁ ଜିଲାରେ ଝଡ଼ ତୋଫାନ ସହ ୩୦ରୁ ୪୦ କିଲୋମିଟିର ବେଗରେ ପବନ ବହିବା ସମ୍ଭାବନା ରହିଛି। ଆସନ୍ତା ୨ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ଅଜୟଙ୍କୁ ‘ଜଗଦୀଶ କଥା ସମ୍ମାନ’

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ଜଗଦୀଶ ମହାନ୍ତି ଟ୍ରଷ୍ଟ ପକ୍ଷରୁ ସୋମବାର ସ୍ଥାନୀୟ ଏକ ହୋଟେଲରେ ‘ଜଗଦୀଶ ଜୟନ୍ତୀ’ ପାଳିିତ ହୋଇଯାଇଛି। କଥାକାର ଡ. ସରୋଜିନୀ ସାହୁଙ୍କ ସଭାପତିତ୍ୱରେ...

ଏହି ହୋଟେଲରେ ରାତିଟିଏ ରହିଲେ ଦେବାକୁ ପଡ଼େ ୮୬ ଟଙ୍କା, ଜାଣନ୍ତୁ କ’ଣ ରହିଛି ସର୍ତ୍ତ

ଆଜିକାଲି ସମୟରେ ହୋଟେଲର ଚାକଚକ୍ୟ ଅନୁଯାୟୀ ବହୁ ଅର୍ଥ ଦେବାକୁ ପଡ଼ିଥାଏ। କିନ୍ତୁ ଆଜିର ମହଙ୍ଗା ଯୁଗରେ ଏମିତି ଏକ ହୋଟେଲ ଅଛି, ଯେଉଁଠି ୧୦୦...

୨୨ରେ ନିଯୁକ୍ତି ମେଳା: ବ୍ୟାପକ ପ୍ରଚାର ଉପରେ ଫୋକସ୍‌

ଢେଙ୍କାନାଳ ଅଫିସ, ୫।୧ – ଢେଙ୍କାନାଳ ମିନି ଷ୍ଟାଡିୟମଠାରେ ଆସନ୍ତା ୨୨ ତାରିଖରେ ଜିଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହେବ। ଏହି ଉପଲକ୍ଷେ ଶନିବାର ପୂର୍ବାହ୍ନ...

ନୂଆ ଯୋଡ଼ି କ୍ରିଷ୍ଣା-ଅସୀମା

ଆଉ ଏକ ନୂଆ ଯୋଡ଼ି ଖୁବ୍‌ଶୀଘ୍ର ବଡ଼ ପରଦାରେ ମୁହଁ ଦେଖାଇବାକୁ ଯାଉଛନ୍ତି। ଏହି ଯୋଡ଼ି ହେଲେ କ୍ରିଷ୍ଣା-ଅସୀମା। ସୁବ୍ରତ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେବାକୁ...

ତିର୍ତ୍ତୋଲ ଉପନିର୍ବାଚନ: ୩ ଦଳ ଆଶାବାଦୀ, ଅସନ୍ତୁଷ୍ଟ ହେବେ ଚ୍ୟାଲେଞ୍ଜ

ଜଗତ୍‌ସିଂହପୁର ଅଫିସ, ୧୯।୧୦: ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୩ ତାରିଖରେ ହେବ ଉପନିର୍ବାଚନ। ଗତ ଶୁକ୍ରବାର ପ୍ରାର୍ଥତ୍ପତ୍ର ଦାଖଲ ସରିଛି। ପୂର୍ବତନ ବିଧାୟକ...

କମଳନାଥ ସରକାରଙ୍କୁ ଅପରେଶନ୍‌ ଲୋଟସ୍‌ ଭୟ: ୯ କଂଗ୍ରେସ ବିଧାୟକଙ୍କୁ ଭାଜପା ବନ୍ଧକ ରଖିଥିବା ଅଭିଯୋଗ

ଭୋପାଳ,୪।୩: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଳନାଥ ସରକାର ସଙ୍କଟରେ ପଡ଼ିଛନ୍ତି। ଭାଜପା କଂଗ୍ରେସର ୯ ଜଣ ବିଧାୟକଙ୍କୁ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି। ରାଜ୍ୟରେ ଭାଜପା ପକ୍ଷରୁ...

ବୀରମିତ୍ରପୁରରୁ ଭାଜପା ଆଗୁଆ

ରାଉରକେଲା ଅଫିସ,୨୩।୫: ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବୀରମିତ୍ରପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଶଙ୍କର ଓରାମ ଆଗୁଆ ରହିଛନ୍ତି। ଶଙ୍କର ୧୬୪୮ ଭୋଟ...

ମହାମାରୀ ଆଣିଲା କୃଷି ବିପଣନ ସଂସ୍କାର

ଶକ୍ତି ପ୍ରସାଦ ଦାସ ବିଶ୍ୱ ଅର୍ଥନୀତିକୁ ପଙ୍ଗୁ କରି ପକାଇଥିବା କୋଭିଡ୍‌-୧୯ ମହାମାରୀ ଭାରତର ସୁପ୍ତ ରାଜନୈତିକ ଇଚ୍ଛାଶକ୍ତିକୁ ଜାଗ୍ରତ କରିଛି। ମହାମାରୀର ସଙ୍କଟକୁ ସୁଯୋଗରେ...


Coronavirus Update

Archives

Model This Week

Why Dharitri