ଧର୍ମଶାଳା,୪।୬(ଡି.ଏନ୍.ଏ.)- ଧର୍ମଶାଳା ତହସିଲଦାର ଓ ଅତିରିକ୍ତ ତହସିଲଦାର ରବିବାର ଓ ସୋମବାର ରାସ୍ତାକାମ ପାଇଁ ବେଆଇନଭାବେ ମାଟି ଆଣୁଥିବା ୬ଟି ହାଇୱା, ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ଡ୍ରିଲିଂ ମେଶିନ୍ ଜବତ କରିଛନ୍ତି। ୧୬ନଂ ଜାତୀୟ ରାଜପଥ ପ୍ରସସ୍ଥୀକରଣ ପାଇଁ କାମନେଇଥିବା ଠିକାଦାର ବେଆଇନଭାବେ ବିଭିନ୍ନସ୍ଥାନରୁ ମାଟି ଉତ୍ତୋଳନ କରି ହାଇୱା ସାହାଯ୍ୟରେ ଆଣି କାମରେ ଲଗାଉଛନ୍ତି। ଏ ନେଇ ଅଭିଯୋଗ ପାଇବା ପରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଓ ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତି ଧର୍ମଶାଳା-କବାଟବନ୍ଧ ରାସ୍ତାର ନାକପୋଲ ଓ ଚଣ୍ଡିଖୋଲ- ଡୁବୁରୀ ରାସ୍ତାର କଣ୍ଟିଗଡିଆଠାରେ ଚଢାଉ କରିଥିଲେ। ସୋମବାର ୨ଟି ହାଇୱା ଓ ରବିବାର ୪ଟି ହାଇୱା, ଟ୍ରାକ୍ଟର ଓ ଗୋଟିଏ ଡ୍ରିଲିଂ ମେଶିନକୁ ଜବତ କରି ଥାନା ଓ ଫାଣ୍ଡିରେ ଅଟକ ରଖିଛନ୍ତି। ଜବତ ଗାଡିଗୁଡିକଠାରୁ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ତହସିଲଦାର ପଣ୍ଡା ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର View All

ବିଧାୟିକାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ
ଆସିକା,୧୧ା୮(ଡ଼ି.ଏନ.ଏ.)- ଆସିକା ଏନଏସିରେ ଆମ ସହର ଆମ ଉନ୍ନତି ଯୋଜନାରେ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ରବିବାର ବିଧାୟିକା ମଞ୍ଜୁଳା ସ୍ବାଇଁ ଉଦଘାଟନ କରିଛନ୍ତି। ଓଡିଆ ସାହି...

ନଦୀ କଇଁଛଙ୍କ ସୁରକ୍ଷା ଚିନ୍ତା
ଢେଙ୍କାନାଳ ଅଫିସ, ୧୬।୧୨ – ଢେଙ୍କାନାଳ ଜିଲାର ବିସ୍ତୀର୍ଣ୍ଣ ନଦୀ ଅବବାହିକା ବିରଳ ପ୍ରଜାତିର କଇଁଛଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟିଛି। ଏମାନଙ୍କୁ ସୁରକ୍ଷା ଦେବାକୁ ସ୍ବେଚ୍ଛାସେବୀ...

ସାକାର ହେଉନି ସେତୁ ସ୍ବପ୍ନ
(ସଚ୍ଚିଦାନନ୍ଦ ପ୍ରଧାନ) କଣିହାଁ ,୨୩।୧୨ – ଟିକିରା ନଦୀରେ ସେତୁଟିଏ ପାଇଁ ବର୍ଷ ବର୍ଷ ଧରି ଲୋକେ ଦାବି କରିଆସୁଥିଲେ। ଜିଲା ଖଣିଜ ପାଣ୍ଠିରୁ ୧୪...

ଅନୁଗୋଳରେ ପହଞ୍ଚିଲେ ୧୬୫୦ ପ୍ରବାସୀ
ଅନୁଗୋଳ ଅଫିସ,୨୫ା୫: ଗୁଜରାଟ ଭଲସାତରୁ ୧୬୫୦ ପ୍ରବାସୀ ଓଡ଼ିଆଙ୍କୁ ନେଇ ସୋମବାର ଅନୁଗୋଳରେ ପହଞ୍ଚିଛି ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍। ଏଥିରେ ୨୪ଟି ଜିଲା ସମେତ ୧୩ଟି...

ବୁଦ୍ଧଖୋଲରେ ମାଙ୍କଡ଼ଙ୍କୁ ଖାଦ୍ୟ ଯୋଗାଉଛନ୍ତି ପୂଜାରୀ
ବୁଗୁଡା,୧୨।୪(ଡି.ଏନ୍.ଏ.): ମହାମାରୀ କରୋନା ମୁକାବିଲା ଦିଗରେ ରାଜ୍ୟ ସରକାର ସମସ୍ତ ଜିଲାକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ବିଭିନ୍ନ ମନ୍ଦିର ତଥା ପର୍ଯ୍ୟଟକସ୍ଥଳୀକୁ ବନ୍ଦ...

କଂସ ବଧ ସହ ସରିଲା ଧନୁଯାତ୍ରା
ମଥୁରାନଗରୀ,୭।୧: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଉଦ୍ଯାପିତ ହୋଇଛି। ଅନ୍ତିମ ଦିବସରେ କଂସ ବଧ ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଜନସମାଗମ...

କେରଳରୁ ଫେରିଲେ ୧୪ ଶ୍ରମିକ
ପାଟଣା,୮ା୫(ସ୍ବ.ପ୍ର.): କେରଳରେ ରହି କାମ କରୁଥିବା ୧୪ ଜଣ ଓଡ଼ିଆ ଶୁକ୍ରବାର କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ପହଞ୍ଚିଛନ୍ତି। ଏହି ଶ୍ରମିକମାନେ କେରଳର ଆଟାପାଟୁଠାରେ...

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳା ଗୁରୁତର
ଦେବଗଡ,୭।୧୨(ଡି.ଏନ୍.ଏ.): ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳା ଗୁରୁତରା ଥାନା ଅନ୍ତର୍ଗତ ଟାଇଁସର ଗ୍ରାମରେ ଏଭଳି ଏକ ଘଟଣା ଦେଖିବାକୁ...