Posted inଜାତୀୟ

ତଳ କୋର୍ଟରେ ପଦବୀ ଖାଲି: ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦ା୭(ପି.ଟି.): ହାଇକୋର୍ଟଗୁଡ଼ିକରେ କେତେ ସଂଖ୍ୟକ ବିଚାରବିଭାଗୀୟ ଅଧିକାରୀ ପଦବୀ ଖାଲି ପଡ଼ିଛି ସେନେଇ ସୁପ୍ରିମକୋର୍ଟ ମଙ୍ଗଳବାର ରିପୋର୍ଟ ମାଗିଛନ୍ତି। ଏହାସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ହାଇକୋର୍ଟ ରେଜିଷ୍ଟ୍ରାର୍‌ ଓ ଆଇନ ସଚିବମାନଙ୍କୁ ଜୁଲାଇ ୩୧ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତବର୍ଷ ଅକ୍ଟୋବର ୨୨ରେ ସର୍ବୋଚ୍ଚ ଅଦାଲତ ନିଜଆଡ଼ୁ କହିଥିଲେ ଯେ, ସାରା ଦେଶର କୋର୍ଟଗୁଡ଼ିକରେ ବିଚାରବିଭାଗୀୟ ଅଧିକାରୀଙ୍କ ଖାଲି ପଡ଼ିଥିବା ପଦବୀ ସଂଖ୍ୟା ୫,୦୦୦। ଏହାସହ ୨୪ ହାଇକୋର୍ଟ ଓ ସରକାରଗୁଡ଼ିକୁ ମଧ୍ୟ ଏ ସମ୍ପର୍କିତ ସୂଚନା ମାଗିଥିଲେ। ଜିଲା ଓ ତଳ କୋର୍ଟଗୁଡ଼ିକରେ ଜୁନ୍‌ ୩୦ ସୁଦ୍ଧା କେତେ ସଂଖ୍ୟକ ପଦବୀ ଖାଲି ପଡ଼ିଛି ସେନେଇ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁର୍ଲିସ ରେଷ୍ଟୁରାଣ୍ଟ ଭାଙ୍ଗିବା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୯: ଗୋଆର କୁର୍ଲିସ ରେଷ୍ଟୁରାଣ୍ଟ ଭାଙ୍ଗିବାକୁ ନେଇ ସୁପ୍ରିମକୋର୍ଟ ସ୍ଥଗିତଦେଶ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନ୍‌ଶୁକ୍ରବାର ହେବ। ପରିବେଶ ନିୟମ...

କରୋନା ମହାମାରୀକୁ ଦୂରେଇବା ପାଇଁ ମୁମ୍ବାଇ ପୋଲିସର ମଜାଦାର ପୋଷ୍ଟ

ମୁମ୍ବାଇ,୧୨ ।୩: କରୋନା ମହାମାରୀକୁ ନେଇ ବିଭିନ୍ନ ରାଜ୍ୟର ପୋଲିସଙ୍କ ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ...

ଗୋଟିଏ ପରିବାରର ୫ ଲୋକଙ୍କ ମିଳିଲା ମୃତଦେହ

କୋଲକାତା,୮।୧୧: ପଶ୍ଚିମବଙ୍ଗରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ରବିବାର ଦକ୍ଷିଣ ଦିନାଜପୁର ଜିଲା ଅନ୍ତର୍ଗତ ଜମାଲପୁର ଗାଁରେ ଗୋଟିଏ ପରିବାରର ୫ ଜଣ...

ନୀତୀଶଙ୍କ ନେତୃତ୍ୱରେ ବିହାର ବିଧାନସଭା ନିର୍ବାଚନ ଲଢିବ ଏନ୍‌ଡିଏ: ଶାହ

ନୂଆଦିଲ୍ଲୀ,୧୭।୧୦: ଆସନ୍ତା ୨୦୨୦ରେ ବିହାରରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏଥିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍‌ଡିଏ ନିର୍ବାଚନ ଲଢିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ...

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟାକଲେ ୧୦ ଲକ୍ଷ

ଚଣ୍ଡୀଗଡ଼, ୩ା୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ହତ୍ୟା କଲେ ୧୦ ଲକ୍ଷ ଟଙ୍କା ମିଳିବ ବୋଲି ଲେଖାଥିବା ଏକ ପୋଷ୍ଟରକୁ ପୋଲିସ ଜବତ କରିଛି।...

ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଲେ ମାନେକା ଗାନ୍ଧୀ: କହିଲେ, ଦେଶ ପାଇଁ ଏହା ଏକ ଭୟାନକ ଘଟଣା

ନୂଆଦିଲ୍ଲୀ, ୬।୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତ୍ରୀ ମାନେକା ଗାନ୍ଧୀ ହାଇଦ୍ରାବାଦ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇଛନ୍ତି। ସେଠାରେ ଯାହା ଘଟିଛି ତାହା ଠିକ୍‌...

୧୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

ଚେନ୍ନାଇ/କଲମ୍ବୋ,୧୩।୩: ଶ୍ରୀଲଙ୍କା ନୌସେନା ପୁଡୁକୋଟାଇ ଜିଲାର ଚାରିଜଣ ମତ୍ସ୍ୟଜୀବୀ ଏବଂ ଅନଲାଇଥେଭୁର ନାଗାପଟ୍ଟିନମରୁ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ନୌସେନା କହିଛି ଯେ,...

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୧ ଥର ଚପଲ ମାଡ଼ ଏବଂ ୫ ଲକ୍ଷ ଜରିମାନା ଦଣ୍ଡରେ ଦଣ୍ଡିତ କଲା ପଞ୍ଚାୟତ

ପାଟନା,୨୫।୮: ବିହାର ରାଧୋପୁର ସ୍ଥିତ ରସୁଖଦାର ଗଣେଶ ସ୍ବର୍ଣ୍ଣକାରରେ ଘଟିଛି ଏକ ଅଭାବନୀୟ ଘଟଣା। ୧୧ ବର୍ଷ ବୟସ୍କ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯିବା ଘଟଣାରେ...

Advertisement
Archives

Model This Week