ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ୍‌ ବସ୍‌ ୩୫ରୁ ଊଦ୍ଧର୍‌ବ ଆହତ, ୧୯ ଗୁରୁତର

ଦିଗପହଣ୍ଡି,(ଡି.ଏନ୍‌.ଏ.)/ପାଟପୁର,୨୪ା୧୨- ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟିରେ ସୋମବାର ରାତି ପ୍ରାୟ ୮ଟାରେ ଏକ ପିକ୍‌ନିକ୍‌ ବସ୍‌ ଓଲଟି ପଡିବାରୁ ୩୫ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯ ଜଣ ଗୁରୁତର ଅଛନ୍ତି।
ପ୍ରକାଶ ଯେ, କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଏମ୍‌ସିଏ ବିଭାଗ ଛାତ୍ରୀଛାତ୍ରମାନେ ପିକ୍‌ନିକ୍‌ କରିବା ପାଇଁ ଏକ ଘରୋଇ ବସ୍‌ (ନଂ.ଓ ଆର୦୨ଏଡବ୍ଲ୍ୟ୩୬୬୩)ରେ ତପ୍ତପାଣିକୁ ଆସିଥିଲେ। ପିକନିକ୍‌ ସାରି ସମସ୍ତେ ବସ୍‌ରେ ବ୍ରହ୍ମପୁର ଦେଇ କଟକ ଅଭିମୁଖେ ଫେରୁଥିବା ବେଳେ ତପ୍ତପାଣି ଘାଟିରେ ବସ୍‌ଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ସାନ ଖେମୁଣ୍ଡି ଅଗ୍ନିଶମ ବାହିନୀ ସହାୟତାରେ ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପାଟପୁର ଥାନା ଆଇଆଇସି ଅଜୟ କୁମାର ବାରିକ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ଡାକ୍ତରଙ୍କୁ ଆହତଙ୍କ ଅବସ୍ଥା ପଚାରି ବୁଝିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଭେନ୍‌ଶା ବିଶ୍ୱବିଦ୍ୟାଳୟ: ଦୂର ହେଉନି ଅଧ୍ୟାପକ ସଙ୍କଟ, ୨୬୭ ପଦବୀରେ ଅଛନ୍ତି ୯୫

କଟକ ଅଫିସ,୮।୧୨: ରାଜ୍ୟର ଐତିହାସିକ ଶିକ୍ଷାନୁଷ୍ଠାନ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରୁ ଦୂରହେବା ନଁା ଧରୁନି ଅଧ୍ୟାପକ ସଙ୍କଟ। ଦୀର୍ଘବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ...

ଉପନିର୍ବାଚନ: ୧୦୦ଜଣଙ୍କୁ ନେଇ ସମାବେଶ ଅନୁମତି

ଭୁବନେଶ୍ୱର, ୨।୧୦(ବ୍ୟୁରୋ):ରାଜ୍ୟରେ କୋଭିଡ୍‌ ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁବାର ଅକ୍ଟୋବର ପାଇଁ ଗାଇଡ୍‌ଲାଇନ ଜାରି କରିଛନ୍ତି।...

ବାଇଗଣରେ ପୋକ ଥାଉ, ଭୂତାଣୁ ନ ଥାଉ: ବାଗ୍‌ଚୀ

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ପ୍ରତିଦିନ ସୂଚନା ପ୍ରଦାନ କରୁଛନ୍ତି।...

ଦିନକରେ ଭୁବନେଶ୍ୱରରୁ ୩୦୭ କରୋନା ପଜିଟିଭ

ଭୁବନେଶ୍ବର,୧୪।୪: ରାଜଧାନୀ ଭୁବନେଶ୍ବରରୁ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୩୦୭ ନୂଆ ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୬୯ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୩୮...

‘ମିସ୍‌ ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ’: ଟାଇଟଲ ଜିତିଲେ ଓଡ଼ିଆ ଝିଅ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ନୂଆଦିଲ୍ଲୀରେ ଅନୁଷ୍ଠିତ ମିସ୍‌ ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ ୨୦୧୯ ଟାଇଟଲ ଜିତିଛନ୍ତି ଓଡ଼ିଆ ଝିଅ ଲାବଣ୍ୟା ଦାସ। ଭୁବନେଶ୍ୱର ୟୁନିଟ୍‌-୮ ଡିଏଭିରେ ଦଶମ...

ଶହୀଦ ମନୋଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ନିଆଳି, ୧୫।୨ (ଡି.ଏନ୍‌.ଏ.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାର ଲେଥ୍‌ପୋରାରେ ୨୦୧୯ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ...

କାଗଜକଲମରେ ସୀମିତ ବିଜୁ ପକ୍କାଘର: ଇନ୍ଦିରା ଆବାସ ଯୋଜନା ଦିଗହରା

ତେଲକୋଇ, ୨୮।୬(ଡି.ଏନ.ଏ.)- ତେଲକୋଇ ଅଞ୍ଚଳର ଆଦିବାସୀବହୁଳ ଅଞ୍ଚଳରେ ବିଜୁ ପକ୍କାଘର, ଇନ୍ଦିରା ଆବାସ ଯୋଜନା ଦିଗହରା ହୋଇପଡିଛି । ଏହି ଅଞ୍ଚଳରେ ଉକ୍ତ ଯୋଜନା କେବଳ...

ପ୍ରକାଶ ପାଇଲା କାର୍ଯ୍ୟସୂଚୀ, ୨୭ରୁ ବିଜେଡିର ସାଙ୍ଗଠନିକ ନିର୍ବାଚନ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ବିଜୁ ଜନତା ଦଳ(ବିଜେଡି)ର ସାଙ୍ଗଠନିକ ନିର୍ବାଚନ ୫ଟି ପର୍ଯ୍ୟାୟରେ ଡିସେମ୍ବର ୨୭ରୁ ୨୦୨୦ ଫେବୃୟାରୀ ୨୬ ମଧ୍ୟରେ ଅନୁଷ୍ଠିତ ହେବ। ଏହାର ସୁପରିଚାଳନା ପାଇଁ...

Advertisement


Archives

Model This Week