ତଥାପି ମୋ ଦୁଃଖ ସରୁ ନାହିଁ

ରାଜୀବ କର୍ମୀ

ଏସବୁ ଯୋଜନା ମୋ ପାଇଁ, ତଥାପି ମୋ ଦୁଃଖ ସରୁ ନାହିଁ। ଏହା ଏକ ସଚେତନଧର୍ମୀ ସ୍ଲୋଗାନ୍‌। କୋଡ଼ିଏ ବର୍ଷ ତଳେ ଗ୍ରାମାଞ୍ଚଳ ଲୋକଙ୍କୁ ନିଜ ହକ୍‌ ବିଷୟରେ ସଚେତନ କରିବା ପାଇଁ ଆମେ ବ୍ୟବହାର କରୁଥିଲୁ। ଏବେ ମଧ୍ୟ ଏହି ସ୍ଲୋଗାନ୍‌ର ପ୍ରାସଙ୍ଗିକତା ରହିଥିବା ମନେହୁଏ। କୋଡ଼ିଏ ବର୍ଷ ଭିତରେ କେନ୍ଦ୍ରରେ ଏବଂ ବିଭିନ୍ନ ରାଜ୍ୟରେ ସରକାର ବଦଳିଛନ୍ତି। ବଦଳିଛି ଯୋଜନା। ଅନେକ ଯୋଜନାକୁ ନୂଆ ରୂପ ଦିଆଯାଇଛି। ଅପାରଗ ସରକାରକୁ ଲୋକେ ବରଖାସ୍ତ କରିଛନ୍ତି। ଭଲ କାମ କରୁ ନ ଥିବା ଅଧିକାରୀଙ୍କୁ ବିଦା କରାଯାଉଛି। ସରକାର ଅନେକ ଫନ୍ଦିଫିକର କରୁଛନ୍ତି ଗରିବଗୁରୁବାଙ୍କ ପେଟକୁ ଦାନା ମୁଠେ, ମୁଣ୍ଡକୁ ଛାତଟିଏ ଏବଂ ଦେହକୁ କନା ଖଣ୍ଡେ ଯୋଗାଇବା ପାଇଁ, ଯାହାକି ମଣିଷର ଆଜନ୍ମ ଅଧିକାର। ଏହା ହେଉଛି ସବୁ ଯୋଜନାର ମୂଳ, ଯାହା ପାଇଁ ମଣିଷ ନାଟ କରେ। ବିନା ପ୍ରଶ୍ନରେ ଭୋଟ ଦିଏ। ପାଞ୍ଚବର୍ଷ ପର୍ଯ୍ୟନ୍ତ ଅନାଇଥାଏ, କାଳେ ତା’ ଭାଗ୍ୟରେ କିଛି ଜୁଟିବ। ଅପେକ୍ଷାରେ ବିତିଯାଏ ବର୍ଷ ପରେ ବର୍ଷ। ମାତ୍ର ସାଧାରଣ ଗରିବ ଲୋକଟିର ଦୁଃଖ ଲାଘବ ହୁଏ ନାହିଁ। ଅତୀତରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଦିନକୁ ଦିନ ନୂଆ ନୂଆ ଯୋଜନା ଯୋଡ଼ୁଛନ୍ତି।
ସ୍ବାଧୀନତା ପରବର୍ତ୍ତୀ ସମୟରେ ଗରିବୀର ମୂଳୋପତ୍ାଟନ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଲୋକଙ୍କୁ ନିୟମିତ ରୋଜଗାର, ଆତ୍ମନିଯୁକ୍ତି ସୃଷ୍ଟି, ଖାଦ୍ୟ ନିରାପତ୍ତା, ସାମାଜିକ ସୁରକ୍ଷା ଏବଂ ସହରୀ ଦାରିଦ୍ର୍ୟ ଦୂରୀକରଣ ଇତ୍ୟାଦି ମୁଖ୍ୟ ଉଦ୍ଦେଶ୍ୟ। ବର୍ତ୍ତମାନ ଚାଲୁଥିବା ଅନେକ ଯୋଜନା କୌଣସି ଆଇନ ପରିସରଭୁକ୍ତ ନୁହେଁ। ଜବାହର ଗ୍ରାମୀଣ ସମୃଦ୍ଧି ଯୋଜନା, ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା, ଜାତୀୟ ପରିବାର ମଙ୍ଗଳ ଯୋଜନା, ଅନ୍ନପୂର୍ଣ୍ଣା ଯୋଜନା, ଅନ୍ତ୍ୟୋଦୟ ଯୋଜନା, ସମନ୍ବିତ ଗ୍ରାମୀଣ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଖାଦ୍ୟ ପାଇଁ କାମ ଯୋଜନା, ଗ୍ରାମୀଣ ଜୀବିକା ମିଶନ୍‌, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଇତ୍ୟାଦି ଆହୁରି ଅନେକ। ଏ ଭିତରୁ କିଛି ଚାଲୁଛି ତ କିଛି ନୂଆ ରୂପରେ ଆସିଛି। ଏହାର ମୂଳ ଉଦ୍ଦେଶ୍ୟ ନିଯୁକ୍ତି ସୃଷ୍ଟି ପାଇଁ ରିହାତି ଋଣ ବ୍ୟବସ୍ଥା, ଆର୍ଥିକ ସହିତ ସାମାଜିକ ଭିତ୍ତିକୁ ସୁଦୃଢ଼ କରିବା, ତାଲିମ ମାଧ୍ୟମରେ ଅଣକୁଶଳୀ ଶ୍ରମିକମାନଙ୍କୁ କୁଶଳୀ କରିବା, ଖାଦ୍ୟ ସୁରକ୍ଷା, ବାସୋପଯୋଗୀ ଗୃହ ବ୍ୟବସ୍ଥା ଏବଂ ନିଜ ଅଞ୍ଚଳରେ କର୍ମ ନିଯୁକ୍ତି ଇତ୍ୟାଦି।
ଲୋକଙ୍କର କ୍ରୟ କ୍ଷମତା ବଢ଼ାଇବା ପାଇଁ ୨୦୦୫ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ହେଲା। ଗାଁ ସ୍ତରରେ ଦୈନିକ ରୋଜଗାର ସୁନିଶ୍ଚିତ କରିବା ଉକ୍ତ ଆଇନର ମୂଳ ଉଦ୍ଦେଶ୍ୟ। ଏହି ଯୋଜନା ବାର୍ଷିକ ଅତି କମ୍‌ରେ ୧୦୦ ଦିନ ଗୋଟିଏ ପରିବାରର ଗୁଜରାଣ ମେଣ୍ଟାଇବା ପାଇଁ ସହାୟକ ହୋଇପାରିବ। ମାତ୍ର ଏହାଦ୍ୱାରା ବି ଲୋକେ ଉପକୃତ ହୋଇପାରୁ ନାହାନ୍ତି। ସରକାର କହୁଛନ୍ତି କାମ କରିବାକୁ ଲୋକ ମିଳୁନାହାନ୍ତି, ତେଣୁ ମେଶିନ୍‌ରେ କାମ କରାଯାଉଛି। ଲୋକେ କହୁଛନ୍ତି କାମ କଲେ ମଧ୍ୟ ଠିକ୍‌ ସମୟରେ ମଜୁରି ମିଳୁନାହିଁ। ସାପ୍ତାହିକ ମଜୁରି ବ୍ୟବସ୍ଥା, ଦାବି ଅନୁସାରେ ନିଜ ଅଞ୍ଚଳରେ କାମ କରିବାର ସୁଯୋଗ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଅଛି, କିନ୍ତୁ ଏସବୁ ଠିକ୍‌ ଭାବରେ କାର୍ଯ୍ୟକାରୀ ହେଉନାହିଁ। ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ କାମ ଯୋଗାଇବା, ହେଲେ ସରକାର ନିଜେ କାମ କରି ଶତ ପ୍ରତିଶତ ସଫଳତା ରିପୋର୍ଟ ଦେଉଛନ୍ତି। ଲୋକ ନ ମିଳିବା ବାହାନା କରି ସରକାର ଚୁପ୍‌, ଆମେ ବି।
ଅଣସଙ୍ଗଠିତ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ୨୦୦୮ରେ ଏକ ଆଇନ କରିଛନ୍ତି। ଏହାଦ୍ୱାରା ନିଜ ଘରେ ଆତ୍ମନିଯୁକ୍ତି କିମ୍ବା ଦୈନିକ ମଜୁରି ଭାବରେ କାମ କରୁଥିବା ଲୋକେ ଉପକୃତ ହେବା ପାଇଁ ବ୍ୟବସ୍ଥା ଅଛି। ଏହି ଆଇନର ଫଳସ୍ବରୂପ ଅଣସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ଜୀବନ ଏବଂ ଅକ୍ଷମତା ସହାୟତା, ସ୍ବାସ୍ଥ୍ୟ ଏବଂ ମାତୃତ୍ୱଲାଭ ପରବର୍ତ୍ତୀ ସହାୟତା ତଥା ବୟସ୍କଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯିବ। ମାତ୍ର ବ୍ୟବସ୍ଥାରେ ମଧ୍ୟସ୍ଥଙ୍କ ଦୌରାତ୍ମ୍ୟ ଯୋଗୁ ଏଥିରୁ ଅନେକ ହିତାଧିକାରୀ ବଞ୍ଚିତ ହେଉଛନ୍ତି।
ଖାଦ୍ୟାଭାବୀ ପରିବାରକୁ ରିହାତି ଦରରେ ଖାଦ୍ୟଶସ୍ୟ ଯୋଗାଇ ଦେବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ରୁ କାର୍ଯ୍ୟକାରୀ କରାଯାଉଛି। ମାତ୍ର ଏଥିରେ ବି ରୂପାୟନ ସ୍ତରରେ ଅବହେଳା ହେଉଛି। ଏବେବି ଗ୍ରାମାଞ୍ଚଳରେ ଅନେକ ଲୋକଙ୍କ ରାଶନ କାର୍ଡ ବନ୍ଧା ପଡ଼ିଛି। ପ୍ରକୃତ ହିତାଧିକାରୀ ଚୟନରେ ଅନିୟମିତତା ହେଉଛି।
ସରକାରୀ ରିପୋର୍ଟ ଅନୁସାରେ ଗତ ଦଶବର୍ଷ ଭିତରେ ୫୪.୭%ରୁ ୩୩.୮% ଦାରିଦ୍ର୍ୟ କମିଛି। ଲୋକଙ୍କର ଜୀବନ ଧାରଣ ମାନ ସହ କ୍ରୟ କ୍ଷମତା ବଢ଼ିଛି। କେତେକେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅପେକ୍ଷା କରୁଛନ୍ତି। ଜଣେ ବ୍ୟକ୍ତି ନିଜର ୬ ମାଣ ଜମିରେ ଯେତେ ଖଟିଲେ ମଧ୍ୟ ଅଭାବୀ ବିକ୍ରିର ସାମ୍ନା କରୁଛି। ହଜାର ହଜାର ଯୁବତୀଯୁବକ କାମ ଅଭାବରୁ ଦାଦନ ଖଟୁଛନ୍ତି। ପିଲାଟିଏ ଯେତେ ପାଠ ପଢ଼ିଲେ ମଧ୍ୟ ରୋଜଗାରକ୍ଷମ ହୋଇପାରୁ ନାହିଁ। ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା ରିପୋର୍ଟ ଅନୁସାରେ ଭାରତର ବେରୋଜଗାରୀ ସଂଖ୍ୟା ଗତ ୪୫ ବର୍ଷର ରେକର୍ଡ ଭାଙ୍ଗିଛି।
ଏଠାରେ ସ୍ବତଃ ପ୍ରଶ୍ନ ଉଠେ- ଏହାର କାରଣ କ’ଣ? ତ୍ରୁଟି ରହିଛି କେଉଁଠି? କାହିଁକି ଆଜି ଗାଁରେ ରହୁଥିବା ସାଧାରଣ ଲୋକଟିଏ ତା’ର ମୌଳିକ ଆବଶ୍ୟକତା ପୂରଣ କରିବାରେ ବିଫଳ? ଯେତେ ଯୋଜନା ଓ ଆଇନ କଲେ ମଧ୍ୟ ଦୁଃଖ ସରୁ ନାହିଁ କାହିଁକି? ଗରିବ ଲୋକଟିଏ ଯେତେ ଖଟିଲେ ମଧ୍ୟ ତା’ର ଲାଭ ଅନ୍ୟର ପକେଟ୍‌କୁ ଯାଉଛି କିପରି? ଏପରି କିଛି ମୌଳିକ ଏବଂ ଜଟିଳ ପ୍ରଶ୍ନକୁ ତର୍ଜମା କଲେ କେତୋଟି ବିଷୟ ଆମ ସାମ୍ନାକୁ ଆସିବ। ପ୍ରଥମତଃ ରାଜନେତାମାନେ ଲୋକଙ୍କର ଗରିବୀକୁ ରାଜନୀତି ସହିତ ଯୋଡ଼ିବା। ଦ୍ୱିତୀୟତଃ ସେବା କିମ୍ବା ବିକାଶ ବଦଳରେ ଅନ୍ୟାନ୍ୟ କ୍ଷେତ୍ରରେ ଅଧିକ ବିନିଯୋଗ। ତୃତୀୟତଃ ପ୍ରାକୃତିକ ସମ୍ବଳକୁ ବିନିଯୋଗ କରିବାରେ ବିଫଳ। ଚତୁର୍ଥତଃ ସବୁ କ୍ଷେତ୍ରରେ ବଢ଼ି ଚାଲିଥିବା ଦୁର୍ନୀତି। ଏଗୁଡ଼ିକୁ ସମାଧାନ କଲେ ଦୁଃଖ କିଛି ଲାଘବ ହୋଇପାରନ୍ତା।
ଶଗଡ଼ା, ବୌଦ୍ଧ, ମୋ-୮୩୨୮୮୪୮୧୪୫


Enter your email to get our daily news in your inbox.

All Right Reserved By Dharitri.Com

୪ର୍ଥରୁ ୬ଷ୍ଠକୁ ଖସିଲା

ନିକଟରେ ଏପ୍ରିଲ ୨୦୨୬ରେ ପ୍ରକାଶିତ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ୱ ଅର୍ଥନୈତିକ ଆଉଟ୍‌ଲୁକ୍‌ ରିପୋର୍ଟ ଅନୁସାରେ ଭାରତ ଭଲ ଅଭିବୃଦ୍ଧି ହାସଲ କରିବା ସତ୍ତ୍ୱେ ଜାପାନ ଏବଂ ବ୍ରିଟେନଠାରୁ…

ଏନ୍‌ଇଇଟି ବାତିଲ

ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର…

ଭୂଗର୍ଭ ଜଳ ସମସ୍ୟା

ଜୀବଜଗତ ବଞ୍ଚିବା ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କଥାରେ ଅଛି ‘ଜଳ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁନେ ସୃଷ୍ଟି ନାଶ’। ଜଳର…

୨୦୨୬ ନିର୍ବାଚନ: ଏକ ବିଶ୍ଳେଷଣ

କେବଳ ଆସାମ ଓ ପୁଡୁଚେରୀକୁ ବାଦ୍‌ ଦେଲେ ଚଳିତ ବିଧାନସଭା ନିର୍ବାଚନରେ ୩ ରାଜ୍ୟରେ ଜନମତ ଶାସକ ଦଳ ବିରୋଧରେ ଯାଇଛି। ଏପରି କି ପଶ୍ଚିମବଙ୍ଗ ଓ…

୭ ବିନ୍ଦୁ

ଗତ ରବିବାର ୧୦ ମେ’ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ସବୁ ଶ୍ରେଣୀ ପାଇଁ ଥିବା ଭଳି ମନେହେଲା। ସ୍ବୀକାର କରିବାକୁ ହେବ…

ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ।…

ଦୀର୍ଘସୂତ୍ରୀର ବିନାଶ ଘଟେ

ସମସ୍ତଙ୍କର ଏକ ସାଧାରଣ ଅଭିଯୋଗ ‘ସମୟ ନାହିଁ’ା ବାସ୍ତବରେ ସମୟ ଅଛି, ଆମେ ଠିକ୍‌ ସମୟରେ କାର୍ଯ୍ୟଟି କରିବାକୁ ନିଜେ ସୁଲଭ ନାହୁଁ। ସମୟ ପାଖରେ ଆମେ…

ବିଜୟ ପରେ ବିଳମ୍ବ

ତାମିଲାଗା ଭେଟ୍ରି କାଜାଗାମ (ଟିଭିକେ) ନେତା ତଥା ଅଭିନେତାରୁ ରାଜନେତା ପାଲଟିଥିବା ଯୋଶେଫ୍‌ ବିଜୟ ଚନ୍ଦ୍ରଶେଖର ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୧୦ ମେ’ରେ ଶପଥ ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri