ତତଲା ତାଓ୍ବାରେ ଓଡିଶା: ଆହୁରି ତତେଇବ, ୧୧ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ବାତ୍ୟା ପରେ ପ୍ରଚଣ୍ଡ ଗ୍ରୀଷ୍ମ ଓ ଗଳୁଗୁଳି ସମଗ୍ର ରାଜ୍ୟକୁ ଅସ୍ତବ୍ୟସ୍ତ କରିଛି। ଉପକୂଳ ଠାରୁ ଆରମ୍ଭ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା ତାତିରେ ଛଟପଟ ହେଉଛି। ଆହୁରି ୫ ଦିନ ଯାଏ ତାରିରୁ ନିସ୍ତାର ନାହିଁ। ଆଭ୍ୟନ୍ତରୀଣ ଓଡିଶାରେ ପାରଦ ୪୫ ଡିଗ୍ରୀ ସେଲସିୟସ ଉପରକୁ ଚାଲି ଯାଇଛି। ଏପରିକି ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଉପରକୁ ଉଠି ଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଟିଟିଲାଗଡରେ ସର୍ବୋଚ୍ଚ ତାପମାତ୍ରା ୪୫.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣା ୪୪.୮, ତାଳଚେର ୪୪.୯, ବଲାଙ୍ଗୀର ୪୪.୮, ଝାରସୁଗୁଡା ୪୪.୨, ଅନୁଗୋଳ ୪୩.୫, ସମ୍ବଲପୁର ୪୩.୩, ହୀରାକୁଦ ୪୩.୩, ବୌଦ୍ଧ ୪୩.୨, ସୋନପୁର ୪୨.୨, ମାଲକାନଗିରି ୪୨, ସୁନ୍ଦରଗଡ ୪୧.୪ ଏବଂ ଫୁଲବାଣୀରେ ସର୍ବୋଚ୍ଚ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟରେ ଆହୁରି ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୋନପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ବରଗଡ, ବଲାଙ୍ଗୀର, ନୂଆପଡା, ମାଲକାନଗିରି, କଳାହାଣ୍ଡି ଏବଂ ଅନୁଗୋଳ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରଖି ଉକ୍ତ ଜିଲାଗୁଡିକରେ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୯ ତାରିଖ ଯାଏ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡିଶା ଜିଲାଗୁଡିକରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଘରୁ ପଦାକୁ ବାହାରିବା ବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ବୃଦ୍ଧ, ଅସୁସ୍ଥ ବ୍ୟକ୍ତି ଏବଂ ଶିଶୁମାନେ ପଦାକୁ ନ ବାହାରିବାକୁ ସତର୍କ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଧାବୀ ଛାତ୍ରୀ କର୍ମାଙ୍କୁ ମିଳିଲା ସରକାରୀ ସହାୟତା

ମାଲକାନଗିରି,୩୧ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ମେଧାବୀ ଛାତ୍ରୀ କର୍ମା ମୁଦୁଲିଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି। କର୍ମା ଗତବର୍ଷ ଯୁକ୍ତଦୁଇ ବାଣିଜ୍ୟରେ...

ଆଜି ରାଜ୍ୟରୁ ୨୫୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୯ା୯(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୫୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୯,୭୨୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ବିଧାୟକଙ୍କ ଘରେ ୨୩ ଘଣ୍ଟାର ରେଡ୍‌

ଭୁବନେଶ୍ୱର (ବ୍ୟୁରୋ)/ ବ୍ରହ୍ମପୁର ଅଫିସ,୧୮ା୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରବିବାର ଭିଜିଲାନ୍ସ ବଡ଼ଧରଣର ଚଢାଉ କରିଥିଲା।...

ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ବନ୍ଦ: କର୍ମଚାରୀଙ୍କୁ ଅଫିସ ମନା

ଖୋର୍ଦ୍ଧା ଅଫିସ,୨।୭: ଖୋର୍ଦ୍ଧା ପୌର ପରିଷଦ କାର୍ଯ୍ୟଳୟର ଜଣେ କର୍ମଚାରୀ ଏବଂ ତାଙ୍କ ପୁଅ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ପ୍ରଶାସନ ପକ୍ଷରୁ ପୌର...

ଗୁଳିମାଡ଼ରୁ ବର୍ତ୍ତିଲେ ଇଟାଭାଟି ସୁପରଭାଇଜର

ଦିଗପହଣ୍ଡି,୭ା୩(ଡି.ଏନ.ଏ.) ଦିଗପହଣ୍ଡି ଥାନା ଅଧୀନ ମହୁଡ଼ା ଗ୍ରାମ ନିକଟରେ ଜଣେ ଇଟାଭାଟି ସୁପରଭାଇଜରଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର...

ଜିଲାପାଳଙ୍କ ଅଫିସ୍‌ ଲିଫ୍ଟରେ ଫସିଲେ ୮ ଆଇନଜୀବୀ

ପୁରୀ ଅଫିସ,୪।୧୧: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଲିଫ୍ଟରେ ବୁଧବାର ୮ଜଣ ଆଇନଜୀବୀ ପ୍ରାୟ ୨୦ ମିନିଟ ଫସିରହିଥିଲେ। ଏହି ସମୟରେ ସେମାନେ ଅଣନିଃଶ୍ୱାସୀ ଅନୁଭବ...

ସୀମିତ ଅନୁଦାନରେ ସ୍ମାର୍ଟସ୍କୁଲ ଯୋଜନା

ସମ୍ବଲପୁର,୧୦ା୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ୫-ଟି ବିଭାଗ ପରିଚାଳନାରେ ହାଇସ୍କୁଲ ରୂପାନ୍ତରଣ କରାଯାଉଛି। ଘରୋଇ ସ୍କୁଲ ଭଳି ସମସ୍ତ ସୁବିଧା ଯୋଗାଇ ଦେବାକୁ ଯୋଜନା କରାଯାଇଛି। ହେଲେ...

ବେଗ ରୋକିପାରୁନି ଇଣ୍ଟରସେପ୍ଟର:ରାଜପଥରେ ବଢ଼ୁଛି ଦୁର୍ଘଟଣା

ଅନୁଗୋଳ ଅଫିସ, ୨।୯ ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ବିଶେଷକରି ବଅଁରପାଳ ଛକରୁ...

Advertisement
Archives

Model This Week