ଢେଙ୍କାନାଳରେ ବିଗୁଡୁଛି ଆଇନଶୃଙ୍ଖଳା: ଓକିଲ ସଂଘର ଉଦ୍‌ବେଗ

ଢେଙ୍କାନାଳ ଅଫିସ, ୧୦।୭-ଢେଙ୍କାନାଳ ସହରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନଶୃଙ୍ଖଳା ବ୍ୟବସ୍ଥା। ଚୋରି, ଡକାୟତି, ଛିନ୍‌ତାଇ, ରାହାଜାନି, ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛି ଜିଲା ଓକିଲ ସଂଘ। ଏ ନେଇ ମଙ୍ଗଳବାର ଅପରାହ୍ନରେ ସଂଘ ପକ୍ଷରୁ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।
ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର ହେଉଛି। ଅଗ୍ରାଧିକାର ଭିତ୍ତିରେ ମାମଲାର ସମାଧାନ କରାଯାଉନାହିଁ। ଦୂରଦୂରାନ୍ତରୁ ଆସୁଥିବା ଲୋକେ ହୀନସ୍ତା ହେଉଛନ୍ତି। ସଦର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ରାଜସ୍ବ ସମ୍ପର୍କିତ ବହୁ ମାମଲା ବିଚାର ନ ହୋଇ ପଡ଼ିରହିଛି। ଆର୍‌ଟିଓ କାର୍ଯ୍ୟାଳୟରେ ଦଲାଲ ମାତିଛନ୍ତି। ସେଠାରେ ବ୍ୟାପକ ଦୁର୍ନୀତି କାରବାର ହେଉଛି। ଜିଲା କାର୍ଯ୍ୟାଳୟକୁ ଯୋଗାଇ ଦିଆଯାଇଥିବା ଅତ୍ୟାଧୁନିକ ଯନ୍ତ୍ରପାତି କାର୍ଯ୍ୟକ୍ଷମ ହେଉନାହିଁ। ରୋଗୀ ଉନ୍ନତମାନର ଚିକିତ୍ସା ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ବାଧ୍ୟ ହୋଇ ଘରୋଇ ନର୍ସିଂହୋମ୍‌ ଉପରେ ନିର୍ଭର କରୁଛନ୍ତି। ବିଦ୍ୟୁତ୍‌ ବିଲ୍‌ ପ୍ରଦାନ କରାଯାଇ ନ ଥିବାରୁ ଅଧିକାଂଶ ସମୟରେ ବିଦ୍ୟୁତ୍‌ କାଟ ହେଉଛି, ଯାହା ରୋଗୀ ସେବାକୁ ପ୍ରଭାବିତ କରୁଛି। ସହରରେ ଅଟୋରିକ୍ସା ଚାଳକଙ୍କ ମନମାନି ବଢ଼ିଚାଲିଛି। ଯାତ୍ରୀଙ୍କଠାରୁ ମନଇଚ୍ଛା ଭଡ଼ା ଆଦାୟ କରାଯାଉଛି। ପ୍ରତିବାଦ କଲେ ନିର୍ଯାତନା ମଧ୍ୟ ଦିଆଯାଉଛି। ଏହାର ପ୍ରତିକାର କରିବାକୁ ଦାବି କରିଛନ୍ତି ଆଇନଜୀବୀ।
ଏଥିସହ ବିବାହ ଏବଂ ରାଜନୈତିକ ଦଳର ଶୋଭାଯାତ୍ରା ସମୟରେ ଅନୁମତି ପ୍ରଦାନକୁ କଡ଼ାକଡ଼ି ପାଳନ, ଶବ୍ଦ ପ୍ରଦୂଷଣ ରୋକିବା, ରାତି ୧୦ଟା ପରେ ଡିଜେ ସାଉଣ୍ଡ ବନ୍ଦ, ଜବରଦଖଲକାରୀଙ୍କୁ ଉଚ୍ଛେଦ, ବେଆଇନ ପଲିଥିନ ବ୍ୟବହାର ଉପରେ କଟକଣା, ଦ୍ରୁତଗତିରେ ଗାଡ଼ିଚାଳନା ଉପରେ ରୋକ୍‌ ଲଗାଇବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ଏ ନେଇ ସଂଘ ସଭାପତି ସଞ୍ଜୟ ମିଶ୍ର, ସାଧାରଣ ସମ୍ପାଦକ ଟଙ୍କଧର ବେହେରା, ପ୍ରକାଶ ଦାସ, ଶରତ ସାହୁ, ମାତୃପ୍ରସାଦ ନନ୍ଦ, ପଦ୍ମଲୋଚନ ମହାପାତ୍ର, ଚିରଞ୍ଜୀବ ନନ୍ଦ, ସୁରେଶ ପାଣିଗ୍ରାହୀ, ଜାହିର ମହମ୍ମଦ, ମଳୟ ପାଣିଗ୍ରାହୀ ପ୍ରମୁଖ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ମାସେ ମଧ୍ୟରେ ସମସ୍ୟାଗୁଡ଼ିକୁ ଅନୁଧ୍ୟାନ କରି ସମାଧାନ ଲାଗି ପଦକ୍ଷେପ ନେବାକୁ ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
ଜୁଲାଇ ୭ରେ ଜିଲାର ବିଭିନ୍ନ ସମସ୍ୟା ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିବାକୁ ଓକିଲ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଜିଲା ପ୍ରଶାସନର ଅନୁରୋଧକୁ ରକ୍ଷା କରି ଏହାକୁ ସ୍ଥଗିତ ରଖାଯାଇଛି। ଜିଲାପାଳଙ୍କ ସହ ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଛି। ଏହାକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରା ନ ଗଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ହେବ ବିଆର୍‌ଜି କମ୍ପାନୀ

ଢେଙ୍କାନାଳ ଅଫିସ, ୨୯।୭:  ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରୁଣ୍ଟି-ମେରାମଣ୍ଡଳୀରେ ପ୍ରତିଷ୍ଠିତ ବିଆର୍‌ଜି ଆଇରନ୍‌ ଷ୍ଟିଲ କମ୍ପାନୀ ବିକ୍ରି ହେବ। ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ...

ନାଟକ ଖୋଜୁଛି ମଞ୍ଚ

ଢେଙ୍କାନାଳ ଅଫିସ,୨୭ା୩: ମୁହଁରେ ରଙ୍ଗ ମାଖି ମଞ୍ଚ ଉପରକୁ ଚଢ଼ିଯିବା ପରେ କଳାକାର ଭିତରେ ସବାର ହୁଏ ଅଭିନୟର କାଳିଶୀ। ଉଜ୍ଜ୍ୱଳ ଆଲୋକ, ସଂଳାପଦର୍ଶକଙ୍କ କରତାଳିରେ...

ଗୋବିନ୍ଦପୁର ସୂତାକଳ ଭୂତକୋଠି

ଢେଙ୍କାନାଳ ଅଫିସ, ୨୨।୬:  ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରସ୍ଥିତ କଳିଙ୍ଗ ସମବାୟ ସୂତାକଳ ୧୮ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ପରିଚାଳନା ଅଭାବରୁ ଏହା ଏବେ ଭୂତକୋଠିରେ...

ଦାୟିତ୍ୱ ନେଲେ ଢେଙ୍କାନାଳର ନୂଆ ଏସ୍‌ପି

ଢେଙ୍କାନାଳ ଅଫିସ,୨୩ ।୧୧ ଢେଙ୍କାନାଳ ଜିଲାର ନୂତନ ଏସ୍‌ପି ଭାବେ ଲୋଗା ନାୟାଗୀ ଦିବ୍ୟା ଭି. ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବାହ୍ନରେ ବିଦାୟୀ ଏସ୍‌ପି...

୪ର୍ଥ ଦିନରେ ଲକ୍ଷ୍ମୀ ପୂଜାଉତ୍ସବ: ବଢୁଛି ଭିଡ଼, ଜମୁଛି ପୂଜା

ଢେଙ୍କାନାଳ ଅଫିସ, ୧୮।୧୦- କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ଐତିହ୍ୟ, ପରମ୍ପରା ଏବଂ କିମ୍ବଦନ୍ତୀକୁ ଆଧାର କରି ହେଉଥିବା ଏହି ପୂଜା...

ସ୍ବୟଂଶାସିତ କଲେଜ ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତିର ପ୍ରତିବାଦ

ଢେଙ୍କାନାଳ ଅଫିସ୍‌, ୯ା୩- ଢେଙ୍କାନାଳ କଲେଜରୁ ସ୍ବୟଂଶାସିତ ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତିକୁ ଆଲୁମନି ଆସୋସିଏଶନ ପକ୍ଷରୁ ବିରୋଧ କରାଯାଇଛି। ଏ ନେଇ ଆସୋସିଏଶନ ସଦସ୍ୟମାନେ ସୋମବାର...

ଆଜି ମଧ୍ୟରାତ୍ରରେ ଧରାବତରଣ

ଭୁବନ, ୪।୧୧(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଏବଂ ବ୍ଲକର ପ୍ରସିଦ୍ଧ କାଳୀପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ୪ ସ୍ଥାନରେ ପୂଜା...

‘ନିଷ୍ଠାର ସହ ଶିକ୍ଷାଦାନ କର’

ଢେଙ୍କାନାଳ ଅଫିସ, ୨୪।୧୨: ଢେଙ୍କାନାଳ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପୁରୁଣା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ-୨୦୨୨...

Advertisement
Archives

Model This Week