ଢେଙ୍କାନାଳରୁ ବାହୁଡ଼ିଲେ ୧୧୦ ହାତୀ

ଢେଙ୍କାନାଳ ଅଫିସ, ୭।୧

ପଡ଼ୋଶୀ ଜିଲାରୁ ଢେଙ୍କାନାଳକୁ ଚାଲିଆସିଥିବା ହାତୀପଲ ବାହୁଡ଼ିବା ଆରମ୍ଭ କରିଛନ୍ତି। ଗତ ଅଗଷ୍ଟରୁ ଚଳିତ ୫ ତାରିଖ ସୁଦ୍ଧା ୧୧୦ ହାତୀ ଅନ୍ୟ ଜିଲାକୁ ପଳାଇଛନ୍ତି। ପୂର୍ବ ବାସସ୍ଥାନକୁ ହାତୀ ଫେରିବା ପରେ ଜିଲା ବନ ବିଭାଗ ସାମାନ୍ୟ ଆଶ୍ୱସ୍ତି ହୋଇଛି। ୨୦୧୯ ବର୍ଷରେ ହାତୀପଲ ପରଜଙ୍ଗ ବ୍ଲକରେ ସର୍ବାଧିକ କ୍ଷତି କରିଥିବା ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ସରକାରୀ ଭାବେ ଢେଙ୍କାନାଳରେ ୧୬୬ ହାତୀ ଥିବା ଗଣନାରୁ ଜଣାପଡ଼ିଛି। ହେଲେ ଏଠାକାର ଥଣ୍ଡା ଜଳବାୟୁ, ସଂରକ୍ଷିତ ଜଙ୍ଗଲରେ ଖାଦ୍ୟ ଲୋଭରେ ଜିଲା ବାହାରୁ ଶତାଧିକ ହାତୀ ପଳାଇ ଆସିଥିଲେ। ଫଳରେ ହାତୀସଂଖ୍ୟା ୨୫୦ ଟପି ଯାଇଥିଲା। ଅନ୍ୟପଟେ ହାତୀଙ୍କ ଦ୍ୱାରା ବ୍ୟାପକ ଫସଲ ହାନି, ସେମାନଙ୍କୁ ଘଉଡ଼ାଇବାକୁ ଯାଇ ବନ ବିଭାଗ ନାକେଦମ ହେବା ଗତବର୍ଷ ମୁଖ୍ୟ ସମସ୍ୟା ପାଲଟିଥିଲା। ଏଣିକି ବନ ବିଭାଗ ପକ୍ଷରୁ ଜିଲାର ସମସ୍ତ ୮ ରେଞ୍ଜ୍‌ରେ ପ୍ରତିଦିନ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ସେମାନଙ୍କ ସଂଖ୍ୟା ଆକଳନ କରାଯାଇ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ଅଗଷ୍ଟରେ ଜିଲାରେ ମୋଟ ହାତୀସଂଖ୍ୟା ୨୬୧ ଥିଲା। ଜାନୁୟାରୀ ୫ ସୁଦ୍ଧା ୧୧୦ ହାତୀ ପଡ଼ୋଶୀ ଜିଲାକୁ ପଳାଇଛନ୍ତି। ତନ୍ମଧ୍ୟରେ ୫୦ଟି ଢେଙ୍କାନାଳ ସୀମାନ୍ତ ଆଠଗଡ଼ ବନାଞ୍ଚଳରେ ଅଛନ୍ତି। ଅନ୍ୟ ୬୦ଟି ଅନୁଗୋଳ ଏବଂ କେନ୍ଦୁଝର ଜିଲାକୁ ପଳାଇଛନ୍ତି। ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ଏବେ ୧୫୦ ହାତୀ ଚଳପ୍ରଚଳ କରୁଛନ୍ତି। ଗତବର୍ଷ ହାତୀ ଉପଦ୍ରବରେ ସର୍ବାଧିକ ପ୍ରଭାବିତ ହୋଇଥିଲା ପରଜଙ୍ଗ ବ୍ଲକ। ୨୦୧୯ରେ ବ୍ଲକର ବିଭିନ୍ନ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବାବେଳେ ୪୦ଜଣ ଗୁରୁତର ହୋଇଛନ୍ତି। ହାତୀପଲ ୧୦୦ରୁ ଅଧିକ ଘର ମଧ୍ୟ ଭାଙ୍ଗିଛନ୍ତି। ବ୍ୟାପକ ଫସଲ ଉଜାଡ଼ି ଦେଇଥିବାରୁ ଏହାର ପ୍ରଭାବ ଚାଷୀଙ୍କ ଆର୍ଥିକ ବ୍ୟବସ୍ଥା ଉପରେ ପଡ଼ିଛି।
ଏ ନେଇ ଜିଲା ବନଖଣ୍ଡ ଅଧିକାରୀ କୁହନ୍ତି, ଏଣିକି ଦୈନିକ ହାତୀଙ୍କ ଗତିବିଧି ଏବଂ ସେମାନଙ୍କ ସଂଖ୍ୟାକୁ ନେଇ ସମୀକ୍ଷା କରାଯାଉଛି। ଅଗଷ୍ଟରେ ସେ ଦାୟିତ୍ୱ ଗ୍ରହଣ କରିବା ବେଳେ ଜିଲାରେ ୨୬୧ ହାତୀ ଥିଲେ। ସେଥିରୁ ୧୧୦ ହାତୀ ବାହାର ଜିଲାକୁ ପଳାଇଛନ୍ତି। ଫଳରେ ଉପଦ୍ରବ କିଛି ପରିମାଣରେ କମିଛି। ଫସଲ ଅମଳ ସରିଥିବାରୁ ହାତୀପଲ ଅନ୍ୟ ଜିଲା ମୁହଁା ହୋଇଥିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?