Posted inଫୁରସତ

ଶୋଇପଡ଼ିଲେ ଡ୍ରାଇଭର, ୧୫୦କିଲୋମିଟର ଗାଡ଼ି ଚଳାଇ ଘରେ ପହଞ୍ଚିଲେ ମହିଳା

ପୁଣେ: ମହାରାଷ୍ଟ୍ରର ଜଣେ ମହିଳା ପୁଣେରୁ ପ୍ରାୟ ୧୫୦ କିମି ଦୂର ମୁମ୍ବାଇ ଯିବା ପାଇଁ ଉବର ବୁକ୍‌ କରିଥିଲେ। କିନ୍ତୁ ରାସ୍ତାରେ ଡ୍ରାଇଭରଙ୍କୁ ନିଦ ଆସିଯିବାରୁ ବାଧ୍ୟ ହୋଇ ସେ ଷ୍ଟିୟରିଂ ସମ୍ଭାଳି ମୁମ୍ବାଇରେ ପହଞ୍ଚିଥିଲେ। ଏହି ଘଟଣା ୨୪ ଫେବୃୟାରୀରେ ଘଟିଥିଲା। ମାତ୍ର ଏବେ ସାମ୍ନାକୁ ଆସିଛି। ୨୮ ବର୍ଷୀୟ ତେଜସ୍ବିନୀ ଦିବ୍ୟା ଏହାର ଫଟୋ ସୋସିିଆଲ ମିଡିଆରେ ଶେୟାର କରିବାରୁ ଏହା ଜଣାପଡ଼ିଛି। ଫଟୋ ଜରିଆରେ ଜେଜସ୍ବିନୀ ଉବର କମ୍ପାନୀ ଡ୍ରାଇଭରଙ୍କ ନାମରେ ଅଭିଯୋଗ ମଧ୍ୟ କରିଛନ୍ତି।
ଦିବ୍ୟା କୁହନ୍ତି, ପୁଣେରୁ ଅନ୍ଧାରୀ(ମୁମ୍ବାଇ) ପାଇଁ ସେ ଉବର ବୁକ୍‌ କରିଥିଲେ। ଆରମ୍ଭରୁ ଡ୍ରାଇଭର ଲଗାତର ଫୋନ୍‌ରେ କଥା ହେବା ସହ ବାଟ ସାରା ଗାଡ଼ି ଅଟକାଉଥିଲେ। ସେ ଡ୍ରାଇଭରଙ୍କୁ ଫୋନ୍‌ରେ ନ ହେବାକୁ ଅନୁରୋଧ କରିଥିଲେ। ଏହା ପରେ ଡ୍ରାଇଭର ଫୋନ୍‌ ରଖି ଦେଇଥିଲେ ସତ ମାତ୍ର ଶୋଇ ପଡ଼ିଥିଲେ। ଏପରିକି ଏକ ବଡ଼ ଦୁର୍ଘଟଣାରୁ ମଧ୍ୟ ବର୍ତ୍ତିଥିଲେ। ଦିବ୍ୟା ବାଧ୍ୟ ହୋଇ ଡ୍ରାଇଭରଙ୍କୁ କହିଥିଲେ ଶୋଇବାର ଅଛି ତ କିଛି ବାଟ ମୁଁ ଗାଡ଼ି ଚଳାଇ ନେଇଯିବି। ପ୍ରଥମେ ସେ ମନା କରୁଥିଲେ। ମାତ୍ର ପରେ ରାଜି ହେବାରୁ ଦିବ୍ୟା ଷ୍ଟିୟରିଂ ସମ୍ଭାଳିଥିଲେ।
ଅନ୍ୟପକ୍ଷରେ ଅଭିଯୋଗ ପରେ ଡ୍ରାଇଭରଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି। ତେଜସ୍ବିନୀ ଜଣେ ଲେଖିକା ଏବଂ ଫିଲ୍ମ ପାଇଁ ସେ କାହାଣୀ ମଧ୍ୟ ଲେଖନ୍ତି।।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ବସ୍‌ ଚଲାଉଥିବା ବେଳେ ଡ୍ରାଇଭରଙ୍କୁ ଆସିଲା ହାର୍ଟ ଆଟାକ୍‌, ଏମିତି ଜୀବନ ରକ୍ଷା କଲେ ପିଲା, ଭିଡିଓ ଦେଖିଲେ…

ସଡ଼କ ଦୁର୍ଘଟଣା ଯେକୌଣସି ସ୍ଥାନରେ, ଯେ କୌଣସି ମୁହୂର୍ତ୍ତରେ ବି ହୋଇପାରେ। ପ୍ରାୟତଃ ଲୋକମାନେ କୁହନ୍ତି, ସାମ୍ନାରେ ଥିବା ବ୍ୟକ୍ତିଙ୍କ ଦୋଷ ଯୋଗୁ ଦୁର୍ଘଟଣା ଘଟେ,...

ଏମିତି ବଜାର ଯେଉଁଠି  ଯୁବତୀ ହୁଅନ୍ତି ବିକ୍ରି…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ଥିବା ଏକ ବଜାରରେ ଯୁବତୀ ବିକ୍ରି ହୁଅନ୍ତି। ଧନୀ ଲୋକେ ଏଠାରେ...

ପ୍ରଥମ ସାମୁଦ୍ରିକ କବରଖାନା

କୋଝିକୋଡ: ସମୁଦ୍ରର ଅଥଳ ଜଳରାଶିଠାରୁ ଆରମ୍ଭ କରି ଏଭେରଷ୍ଟ, ଆମାଜନର ଘଞ୍ଚ ଜଙ୍ଗଲରୁ ସାହାରାର ବିସ୍ତୀର୍ଣ୍ଣ ମରୁପ୍ରାନ୍ତ ଯାଏ ସବୁଠି ମନୁଷ୍ୟକୃତ ଆବର୍ଜନାର ପାହାଡ଼। ଜାଣତ...

ସମାନତା ହିଁ ବିକାଶର ମୂଳମନ୍ତ୍ର

ପୃଥିବୀରେ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ସମାନତା ବଜାୟ ରହିବା ଅପରିହାର୍ଯ୍ୟ। ଏହାଦ୍ୱାରା ବିକାଶଧାରା ଅବ୍ୟାହତ ରହିବା ସହ ପୃଥିବୀ ଏକ ବୃହତ୍‌ ପରିବାରର ଧାରଣା...

ପେଣ୍ଟିଂ ନୁହେଁ, ଏମ୍ବ୍ରୋଏଡରି ଓ୍ବାର୍କ

ଯେତେବେଳେ ଦୁଇଜଣ ଭିନ୍ନ ଧରଣର କଳାକାର ଏକାଠି ହୁଅନ୍ତି, ସେଠି ଜନ୍ମ ନିଏ ଏକ ନୂଆ କଳାର ଧାରା। ଠିକ୍‌ ଯେମିତି ଭିଏତ୍‌ନାମର ପାରମ୍ପରିକ ଏମ୍ବ୍ରୋଏଡରି...

କକ୍ଷପଥରେ ଗ୍ରହର ସମ୍ଭାବ୍ୟ ମିଳନ

ନୂଆଦିଲ୍ଲୀ:ନିକଟରେ ଜ୍ୟୋତିର୍ବିଜ୍ଞାନିମାନେ ଏକ ଦୂର ତାରାର ସମାନ କକ୍ଷପଥ ଥିବା ଗୋଟିଏ ଗ୍ରହର ସମ୍ଭାବ୍ୟ ଯୁଗଳର ଅନୁସନ୍ଧାନ କରିଛନ୍ତି। ଅନୁସନ୍ଧାନକାରୀମାନେ ଗ୍ରହାବଶେଷଗୁଡ଼ିକର ଏକ ସ୍ଥାନ ଚିହ୍ନଟ...

ହାଇ ହିଲ୍‌ ପିନ୍ଧି ଏମିତି ଦୌଡ଼ିଲେ ଯୁବତୀ, ଦେଖିଲେ କହିବେ…

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଯିଏ ବି ହେଉ ନା କାହିଁକି ଆଶ୍ଚର୍ଯ୍ୟ ହୋଇଯିବ। କାରଣ ଏହି ଭିଡିଓରେ...

ପାଣି ପିଇ ଆଇସିୟୁରେ ଭର୍ତ୍ତି ହେଲେ ଯୁବକ

ଅତ୍ୟଧିକ ପାଣି ପିଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଇଂଲଣ୍ଡର ବ୍ରିଷ୍ଟଲ ସହରରେ ନିଜ ପରିବାର ସହ ରୁହନ୍ତି ଲ୍ୟୁକ ଓ୍ବିଲିୟମସନ(୩୪)। ବ୍ରିଟେନରେ ପ୍ରଥମ ଲକଡାଉନ...

Advertisement
Archives

Model This Week