Posted inଖେଳ

ଡୋପ୍‌ ଜାଲରେ ଟପ୍‌ ଭାରୋତ୍ତୋଳକ

ନୂଆଦିଲ୍ଲୀ,୧୭।୭- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ହିମାଂଶୁ କୁମାର ଚାଙ୍ଗ, ଏସିଆନ ବ୍ରୋଞ୍ଜ ପଦକଧାରୀ ଲଭପ୍ରୀତ ସିଂ, ରାଜ୍ୟଗୋଷ୍ଠୀ ଯୁବ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ଲଲିଥା ଗାରା ଓ ଜାତୀୟ ଚାମ୍ପିୟନ ସାହିଲ ଶର୍ମା (୧୦୨ କେଜି) ଭାରୋତ୍ତୋଳନ କ୍ରୀଡ଼ାରେ ନୂଆ କରି ଡୋପ ଜାଲରେ ଧରା ପଡ଼ିଛନ୍ତି। ଏମାନେ ଚଳିତ ବର୍ଷ ଫେବୃୟାରୀରେ ବିଶାଖାପାଟଣାଠାରେ ଅନୁଷ୍ଠିତ ୭୧ତମ ପୁରୁଷ ଓ ୩୪ତମ ମହିଳା ସିନିୟର ନ୍ୟାଶନାଲ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ବେଳେ ହୋଇଥିବା ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି। ଏହି କ୍ରୀଡ଼ାରେ ଆଥ୍‌ଲେଟମାନେ କୌଣସି ପ୍ରତିଯୋଗିତାବେଳେ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବା ଲାଗି ନିଷିଦ୍ଧ ଔଷଧ ବ୍ୟବହାର କରନ୍ତି। ଏଥିଯୋଗୁ ବିଭିନ୍ନ ବର୍ଗରେ ଅନ୍ତର୍ଜାତୀୟ ଇଭେଣ୍ଟରେ ସଫଳତା ପାଇସାରିଥିବା ଆଥ୍‌ଲେଟ ଡୋପ ଟେଷ୍ଟରେ ବିଫଳ ହେଉଛନ୍ତି। ବର୍ତ୍ତମାନ ଡୋପ ଟେଷ୍ଟରେ ବିଫଳ ହୋଇଥିବା ନୂଆ ଆଥ୍‌ଲେଟ୍‌ଙ୍କ ତାଲିକା ଆସିବା ପରେ ଭାରତୀୟ ଓ୍ବେଟଲିଫ୍ଟିଂ ଫେଡେରେଶନ (ଆଇଡବ୍ଲ୍ୟୁଏଲଏଫ୍‌) ଓ ଜାତୀୟ ଆଣ୍ଟି ଡୋପିଂ ସଂସ୍ଥା ଉପରେ ପ୍ରଶ୍ନ ଉଠିଛି। ନିଷିଦ୍ଧ ଔଷଧ ସମ୍ପର୍କରେ ଆଥ୍‌ଲେଟ ଓ କୋଚ୍‌ଙ୍କୁ ଶିକ୍ଷା ଦେବା ଏହି ଦୁଇ ସଂସ୍ଥାର ଦାୟିତ୍ୱ। ଉଲ୍ଲେଖଥାଉ କି, ଆଇଡବ୍ଲ୍ୟୁଏଲଏଫ୍‌ ଆଗରୁ ସଙ୍କଟରେ ପଡ଼ିଛି। ଅନ୍ତର୍ଜାତୀୟ ଓ୍ବେଟଲିଫ୍ଟିଂ ଫେଡେରେଶନର ନୂଆ ନିୟମ ଅନୁଯାୟୀ, ୨୦୦୮ରୁ ୨୦୨୦ ପର୍ଯ୍ୟନ୍ତ କୌଣସି ଦେଶରେ ୨୦ କିମ୍ବା ତା’ଠାରୁ ଊର୍ଦ୍ଧ୍ୱ ଆଥ୍‌ଲେଟ ଡୋପ ଟେଷ୍ଟରେ ବିଫଳ ହେଲେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସେହି ଦେଶ କେବଳ ଜଣେ ପୁରୁଷ ଓ ଜଣେ ମହିଳା ଆଥ୍‌ଲେଟଙ୍କୁ ପଠାଇପାରିବ। ଯଦି ସମାନ ସମୟ ମଧ୍ୟରେ କୌଣସି ଦେଶର ୧୦ରୁ ୧୯ ଆଥଲେଟ ଡୋପରେ ବିଫଳ ହୁଅନ୍ତି, ତେବେ ଉକ୍ତ ଦେଶର ୪ ଜଣ ଭାରୋତ୍ତୋଳକ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ। ଏହା ବ୍ୟତୀତ ଦେଶର ଟପ୍‌ ଭଲିବଲ ଖେଳାଳି ଅମିତ କୁମାର ମଧ୍ୟ ଡୋପରେ ବିଫଳ ହୋଇଛନ୍ତି। ଏମାନଙ୍କୁ ଆଣ୍ଟି ଡୋପିଂ ନିୟମ ଭଙ୍ଗ କରିବା ଲାଗି ନାଡା ପକ୍ଷରୁ ସାମୟିକ ଭାବେ ବାସନ୍ଦ କରାଯାଇଛି। ସେମାନଙ୍କୁ ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ (ଏଡିଡିପି) ନିକଟରେ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଶୂନ’ରେ ଆଉଟ୍‌ ହେବା ପରେ ଏମିତି କାମ କରି ଟ୍ରୋଲ୍‌ ହେଲେ ରସେଲ

ମୁମ୍ବାଇ,୨୯।୪: ଆଇପିଏଲ ୨୦୨୨ର ୪୧ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଯାଇଥିବା କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ୪ ଉଇକେଟରେ ପରାସ୍ତ କରିଛି। କୋଲକାତା ନାଇଟ...

ପୂଜାରାଙ୍କୁ ଦେଖି ଇଂଲଣ୍ଡ ବୋଲରଙ୍କୁ ଆସିଲା ରାଗ, କଲେ ଲଜ୍ଜାଜନକ କାମ, ଦେଖନ୍ତୁ ଭିଡିଓ

ଓଭାଲ,୫।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଭାରତ ଏକ ଦୃଢ ସ୍ଥିତିରେ ରହିଛି। ରୋହିତ ଶର୍ମା, କେଏଲ ରାହୁଲ ଏବଂ ଚେତେଶ୍ୱର...

କେକେଆର୍‌ର କ୍ଲାସିକାଲ ବୋଲିଂ, ୧୨୭ରେ ଅଟକିଲା ଦିଲ୍ଲୀ

ଶାରଜା,୨୮।୯: ଶାରଜା ଷ୍ଟାଡିୟମରେ ମଙ୍ଗଳବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୧୨୭ ରନ୍‌ରେ ରୋକି ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ଦଳୀୟ...

୬ ମାସର ଝିଅକୁ କାଖରେ ଧରି ମ୍ୟାଚ୍‌ ଖେଳିବାକୁ ଷ୍ଟାଡିୟମକୁ ଆସିଲେ ଅଧିନାୟିକା

ଖ୍ରୀଷ୍ଟଚର୍ଚ୍ଚ,୬।୩: କୌଣସି ମହିଳା ଖେଳାଳିଙ୍କ ମା ହେବା ପରେ ଖେଳକୁ ଫେରିବା ସହଜ କଥା ନୁହେଁ। ସମୟ ସମୟରେ, ଅନେକ କ୍ରୀଡ଼ାରେ ମହିଳାମାନେ ମା’ ହେବା...

ସଚିନଙ୍କ ପ୍ରଥମ ପ୍ରେମ ନୁହନ୍ତି ଅଞ୍ଜଳୀ

ମୁମ୍ବାଇ,୧୪।୨- ଶୁକ୍ରବାର ଭାଲେନଟାଇନ୍ସ ଦିବସ ଅବସରରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଟୁଇଟରରେ ଏକ ଭିଡିଓ ଶେୟାର କରି ପତ୍ନୀ ଅଞ୍ଜଳୀ ତେନ୍ଦୁଲକର ତାଙ୍କ...

ଏହି କ୍ରିକେଟରଙ୍କୁ କରୋନା

କରାଚି,୨୭।୫: ପାକିସ୍ତାନର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ତୌଫିକ୍‌ ଉମର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର...

ସଚିନ ତେନ୍ଦୁଲକରଙ୍କ ପାଇଁ ଅଗଷ୍ଟ ୧୪ କାହିଁକି ଗୁରୁତ୍ୱପୂର୍ଣ୍ଣ: ଜାଣନ୍ତୁ…

ନୂଆଦିଲ୍ଲୀ, ୧୪।୮: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପାଇଁ ଆଜିର ଦିନ ଅର୍ଥାତ୍‌ ଅଗଷ୍ଟ ୧୪ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଦିନ ସେ...

କରୋନା ଭୟରେ ଆଇପିଏଲ୍‌ ପୂର୍ବରୁ କ୍ୟାମ୍ପ କରିବାକୁ ଚାହୁଁ ନ ଥିଲା ଚେନ୍ନାଇ ସୁପରକିଙ୍ଗ୍ସ: ଧୋନୀଙ୍କ ଯୋଗୁ ଏପରି ବଦଳିଥିଲା ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୮: ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌-୧୩। ଏହାକୁ ନେଇ ସମସ୍ତ ଟିମ୍‌ ୟୁଏଇରେ ପହଞ୍ଚିସାରିଲେଣି। ୟୁଏଇ ଗସ୍ତ ପୂର୍ବରୁ କେବଳ ଚେନ୍ନାଇ ସୁପରକିଙ୍ଗ୍ସ...

Advertisement
Archives

Model This Week